-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
03-Aug-2024
ଅତାବିରା/ବରଗଡ଼(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଜ୍ଞାନ ବିଜ୍ଞାନ ମେଳାର ଉଦଘାଟନୀ ଅବସରରେ ବୀରେନ୍ଦ୍ର କୁମାର ଭୋଇ (ବିଜ୍ଞାନ ଶିକ୍ଷକ ସରକାରୀ ପ୍ରାଥମିକ ବିଦ୍ୟାଳୟ ,ଝିଲିମିଣ୍ଡା)ମୁଖ୍ୟ ଅତିଥି ଓ ଶ୍ରୀଯୁକ୍ତ ଶଶିଭୂଷଣ ପାଣିଗ୍ରାହୀ (ପ୍ରଧାନ ଶିକ୍ଷକ ସ୍ବପ୍ନେଶ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସୋର୍ଣ୍ଣା)ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ। ବିଚାରକ ଭାବରେ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଭୋଇ,ଶ୍ରୀଯୁକ୍ତ ଶଶିଭୂଷଣ ପାଣିଗ୍ରାହୀ, ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ସାହୁ(ଗଣିତ ଶିକ୍ଷକ, ରାମଜୀଲାଲ ଉଚ୍ଚ ବିଦ୍ୟାଳୟ ତୁରୁଙ୍ଗା),ଶ୍ରୀମତୀ ନିକି ବଢ଼େଇ (ସହକାରୀ ଶିକ୍ଷୟିତ୍ରୀସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁର୍ଖାପାଲି)ସୁଶ୍ରୀ ଲୀନା ସାହୁ(ସହକାରୀ ଶିକ୍ଷୟିତ୍ରୀ, ସରକାରୀ ପ୍ରାଥମିକ ବିଦ୍ୟାଳୟ,ସୋର୍ଣ୍ଣା) ଶ୍ରୀଯୁକ୍ତ କାଳିଚରଣ ହୋତା ଆଚାର୍ଯ୍ୟ,ଶ୍ରୀମାନ୍ ତାପସ ଭୋଇ ଆଚାର୍ଯ୍ୟ ଯୋଗ ଦେଇ ପ୍ରକଳ୍ପ ଗୁଡ଼ିକର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସର୍ବମୋଟ ୮୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଶ୍ରୀଯୁକ୍ତ କାଳିଚରଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।ଉଦଯାପନୀ ଉତ୍ସବରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ଅଧିକାରୀ ,ବିଚାରକ ମଣ୍ଡଳୀ ,ଉପସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ସାହୁ, ଗରୁଜୀ ଗରୁମା ପ୍ରଧାନ ଶିକ୍ଷକ ପୁରସ୍କାର ବିତରଣ କରିଥିଲେ।କାର୍ଯ୍ୟକ୍ରମକୁ ଶ୍ରୀମାନ୍ ତାପସ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଶ୍ରୀ ବୈଶାଳୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀଙ୍କ ସାହାଯ୍ୟ ଓ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।