-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||     

HOME   ଜିଲ୍ଲା

ଆମ୍ ଆଦମୀ ପାର୍ଟି ର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ

31-Jul-2024



ଢେଙ୍କାନାଳ:  ଜିଲ୍ଲା ଆମ୍ ଆଦମୀ ପାର୍ଟି ର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହେଇଯାଇଛି। ଏହି ସମ୍ମିଳନୀରେ ଆପ୍ ରାଜ୍ୟ ସଭାପତି  ନିଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଓ  କେନ୍ଦ୍ରାପଡା ଜିଲ୍ଲା ସଭାପତି ସଂଦୀପ୍ତ ଦାଶ ଓ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଭରତ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଓ ଜାତୀୟ ସଙ୍ଗୀତ ଗାନ କରି ସମ୍ମିଳନୀ କାର୍ଯ୍ୟ ଆରମ୍ଭ ହୋଇଥିଲା ।  ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସଭାପତି ପଙ୍କଜ ନାୟକ ନିର୍ବାଚନରେ ଅକ୍ଲାନ୍ତ ପରିଶ୍ରମ କରିଥିବା କର୍ମୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଓ ନିର୍ବାଚନରେ ଆପ୍ ର ସ୍ଥିତି ବିଷୟରେ ଆଲୋଚନା କରିଥିଲେ l କିଛି ଅସାଧୁ ପ୍ରଶାସନିକ ଅଧିକାରୀ ଦୁର୍ନୀତି ଗ୍ରସ୍ତ ନେତା ମନ୍ତ୍ରୀ ମାନଙ୍କ ଚାତ୍ରଛାୟାରେ ସରକାରୀ ରାଜକୋଷକୁ ଲୁଟୁଥିବା ବେଳେ ଟାକ୍ସ ଦେଇ ଦେଇ ଗରିବ ମଧ୍ୟବିତ୍ତ ଲୋକଙ୍କମେରୁଦଣ୍ଡ ଭାଙ୍ଗିପଡିଛି l ଆଳୁ, ପିଆଜ ଓ ପନିପରିବା ଦରଦାମ୍ ଆକାଶ ଛୁଆଁ ହୋଇଥିବାରୁ ଗରିବ ଲୋକ ମୁହଁରୁ ତରକାରୀ ଶବ୍ଦ ଉଭାନ ହୋଇଗଲାଣି । ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଭରତ କୁମାର ଦାସ ଓ କେନ୍ଦ୍ରାପଡା ଜିଲ୍ଲା ସଭାପତି ଶ୍ରୀ ସଂଦୀପ୍ତ ଦାସ ଉପସ୍ଥିତ କର୍ମୀମାନଙ୍କୁ ସଂଗଠନର ଉପାଦେୟତା ଓ ଉପକାରିତା ବିଷୟରେ ଆଲୋକପାତ କରାଇଥିଲେ। ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶ ବିଷୟରେ ସମସ୍ତ କର୍ମୀଙ୍କୁ ଜଣାଇଥିଲେ। ଶ୍ରୀ ମହାପାତ୍ର କହିଥିଲେ ଆମ ଆଦମୀ ପାର୍ଟି ସାଧାରଣ ଜନତାଙ୍କର ଦଳ, ଯେଉଁଠି ଗରିବ ଘରର ପୁଅ ଝିଅ ମାନେ ମଧ୍ୟ ନିର୍ବାଚନ ଲଢ଼ି ଜନତାଙ୍କ ସେବା କରିପାରିବେ। ପ୍ରଥମେ ନିଜ ଘରଲୋକଙ୍କ ସହିତ ଦଳର ଆଭିମୁଖ୍ୟ ଆଲୋଚନା କରିବା ଏବଂ ପରେ ସାହି ପଡ଼ିଶା, ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ ଆମ୍ ଆଦମୀର ଶକ୍ତି ସମ୍ପର୍କରେ ଆଲୋଚନା କରି ଦଳର ସଂଗଠନକୁ ମଜବୁତ କରିବାପାଇଁ ଗୁରୁମନ୍ତ୍ର ଦେଇଥିଲେ l ବିନା ଦୋଷରେ ଆପ୍ ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରେ ରଖିବା କେବଳ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କର ଭୟ ବୋଲି କହିଥିଲେ l ଏହି ସମ୍ମିଳନୀରେ ୫୦ରୁ ଉର୍ଦ୍ଧ୍ବ ନୂତନ କର୍ମୀଙ୍କୁ ଦଳର ଉତ୍ତରୀୟ ଦେଇ ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ଦଳରେ ସାମିଲ କରେଇବା ସହିତ ବିଭିନ୍ନ ପଞ୍ଚାୟତ, ଜୋନ ଓ ବ୍ଲକର ଦାୟିତ୍ୱ ପ୍ରଦାନ କରିଥିଲେ। ପୌରାଞ୍ଚଳର ଉତ୍କଳ ଭାରତ ରୁ ପୂର୍ବତନ ବିଧାୟକ ପ୍ରାର୍ଥୀ ଦେବାଶିଷ ନନ୍ଦ (ରିଙ୍କୁ), ଉମାନନ୍ଦ ସାହୁ, ସୁଭଦ୍ରା (ଟିକିନା ) ବେହେରା ଓ ଶକ୍ତିରଞ୍ଜନ ମହାପାତ୍ର, ଓଡ଼lପଡା ବ୍ଲକର ରାଜେଶ ପରିଡା,କୃଷ୍ଣ ଭୁତିଆ, ଟୁନା ନାଏକ, ଶ୍ରୀବତ୍ସ ନାଏକ, ପରଜଙ୍ଗ ବ୍ଲକର ସୁଶାନ୍ତ ସାହୁ, ସରୋଜ ଧଳ, ହିନ୍ଦୋଳ ବ୍ଲକର ରୁନୁବାଳା ଚିନାରା, ଦେବାଶିଷ ପ୍ରଧାନ, ମହେଶ୍ୱର ସାହୁ, କଙ୍କଡ଼ାହାଡ଼ ବ୍ଲକର ସୁବାସ ପଧାନ,

ପାଞ୍ଚ ଜଣ ଅବସର ପ୍ରାପ୍ତ ସୈନିକ ଯଥା : ଗଣେଶ୍ୱର ପରିଡା, ରତିରଞ୍ଜନ ଜେନା, ପ୍ରଦୀପ ଧୀର, ଦୁଷ୍ମନ୍ତ ମହାନ୍ତି, ଅର୍ଧେନ୍ଦୁ ଶେଖର ବରାଳ ପ୍ରମୁଖ ନୂତନ ଭାବେ ଯୋଗ ଦେଇଥିଲେ l ଅନୁଗୋଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିକ୍ରମ ରାଉତ, ରାଜକୁମାର ପ୍ରଧାନ, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା, ସଦସ୍ୟ ଅମର ବେହେରା, ବିକାଶ ଦାସ, କୃପାସିନ୍ଧୁ ଦେହୁରୀ, ସଦର ବ୍ଲକ ପର୍ଯ୍ୟବେକ୍ଷକ ଅନିଲ ସାମଲ, ସଦସ୍ୟ ଜୟନ୍ତ ଦାସ, ପ୍ରସନ୍ନ ବରାଳ, ପ୍ରମୋଦ ସାହୁ, ସନାତନ ନାଏକ, ଲକ୍ଷ୍ମଣ ନାଏକ, ସୁମନ୍ତ ଗୋଛାୟତ, ସଂଯୁକ୍ତା ମହାପାତ୍ର, ଇଂ ପିତାମ୍ବର ଦାସ, ମୁନିସିପାଲିଟିର ଚିନ୍ମୟ ସେନାପତି, ପିତାମ୍ବର ସାମନ୍ତରାୟ, ନିଶlମଣୀ ସାମନ୍ତରାୟ, ରଚିତା ନାଏକ, ମିନତୀ ବେହେରା ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଶେଷରେ ଜିଲ୍ଲା ଉପସଭାପତି  ଜିତେନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026
  ଜିଲ୍ଲା  
ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   05-Oct-2026
  ଜିଲ୍ଲା  
ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ରାଜ୍ୟ  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   05-Oct-2026
  ଜିଲ୍ଲା  
ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ   05-Oct-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   05-Oct-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   05-Oct-2026
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026

You Might Also Like