-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
30-Jul-2024
କଣ୍ଟାମାଳ (ଜୟ କୁମାର ମହାରଣା): ଶେଷରେ ଉଦ୍ଧାର ହେଲା ନିଖୋଜ ଶିଶୁର ମୃତଦେହ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବଶରୀ ପଞ୍ଚାୟତ ଗାଁର ନିଖୋଜ ଶିଶୁପୁତ୍ର ବିଶ୍ୱରାଜଦେହୁରୀର ମୃତଦେହ ଆଜି ଉଦ୍ଧାର ହୋଇଛି l ଗତକାଲି ସଂଧ୍ୟାରୁ ୭ବର୍ଷୀୟ ବିଶ୍ୱରାଜ ଦେହୁରୀ ନିଖୋଜ ଥିବାନେଇ ତାଙ୍କ ପରିବାର ପକ୍ଷରୁ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ପୋଲିସ ଏବଂ ଦମକଳ ବାହିନୀ ପକ୍ଷରୁ
ଗତକାଲିଠାରୁ ଆଜି ସଂଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରହିଥିଲା l ତେବେ ଆଜି ସଂଧ୍ୟାରେ ଗାଁର ଏକ କୂଅରୁ ବିଶ୍ୱରାଜ ର ମୃତଦେହକୁ ଉଦ୍ଧାର କରିଛି ଦମକଳ ବାହିନୀ l ତେବେ ବିଶ୍ୱାରାଜ ଖେଳୁ ଖେଳୁ କୂଅରେ ପଡିଯାଇଛି ନା ତାକୁ କେହି କୂଅରେ ପକାଇ ହତ୍ୟା କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ l ଏହି ଘଟଣାରେ କଣ୍ଟାମାଳ ପୋଲିସ ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି l