-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
29-Jul-2024
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ର ଉପରବାହାଲ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶୌଚାଳୟ ନାହିଁ l ଆଗରୁ ନିର୍ମିତ ହୋଇଥିବା ପୁରୁଣା ଶୌଚାଳୟ ଭାଙ୍ଗି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି l ତା ସାଙ୍ଗକୁ ସ୍କୁଲପାଚେରୀ ମଧ୍ୟ ତିନି ବର୍ଷରୁ ଅଧିକ ହେଲାଣି ଭୁଶୁଡ଼ି ପଡ଼ିଛି। ଛାତ୍ରଛାତ୍ରୀ ମାନେ ବିପଦ ସଙ୍କୁଳ ଅବସ୍ଥାରେ ଶୌଚ ହେବାକୁ ଯାଉ ଥିବାର ଦେଖିବାକୁ ମିଳିଛି। ସ୍କୁଲ କୁ ଲାଗି ଅନାବନା ଘାସ, ଲତା ଲାଗି ରହି ଥିବାରୁ ସ୍କୁଲ କୁ ସାପ, ବେଙ୍ଗ, ବିଛୁ ଇତ୍ୟାଦି ଅନ୍ୟାନ୍ୟ ସରୀସୃପ ଆସିବାର ଭୟ ରହିଛି l ଏ ବିଷୟରେ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ତିନି ବର୍ଷରୁ ଅଧିକ ହେଲାଣି ଏମିତି ଅବସ୍ଥାରେ ପଡ଼ି ରହିଛି ବୋଲି ସୂଚନା ଦେଇଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଭେଟି ତାଙ୍କର ପ୍ରତିକ୍ରିୟା ମଧ୍ୟ ନେଇଛୁ l ଯଥାଶୀଘ୍ର ଏ ବିଷୟରେ ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆ ଯିବ ବୋଲି ଶ୍ରୀ ମେହେର ପ୍ରକାଶ କହିଛନ୍ତି l