-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||     

HOME   ଜିଲ୍ଲା

ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଭେଟେରାନରେ ସଂଗ୍ରାମ ଓ ମହିଳା ସିଙ୍ଗିଲରେ ସଂପଦାଙ୍କୁ ତ୍ରିମୁକୁଟ ବଲାଙ୍ଗିର ବ୍ୟାଡମିଣ୍ଟନର ହବ୍ ହେବ - ନରସିଂହ (ସଂପଦା, ସଂଗ୍ରାମ ଓ ଦିବ୍ୟମ ବର୍ଷର ଶ୍ରେଷ୍ଠ ଖେଳାଳି)

29-Jul-2024



ବଲାଙ୍ଗୀର,: ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ ଠାରେ ଚାରି ଦିନ ଧରି ଚାଲିଥିବା ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟନସିପ୍ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନି ଦିବସରେ ବଲାଙ୍ଗିର ର ପୂର୍ବତନ ବିଧାୟକ ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ସେ କହିଥିଲେ ବଲାଙ୍ଗିର ରେ ବ୍ୟାଡମିଣ୍ଟନ ର ଭିତ୍ତିଭୂମି ସର୍ବୋତ୍ତମ ଅଟେ । ଆମ ଜିଲ୍ଲା ଏହି ଭିତ୍ତିଭୂମି ସହାୟତା ନେଇ ଆଗାମୀ ଦିନରେ ବ୍ୟାଡମିଣ୍ଟନର ହବ୍ ହେବାକୁ ଯାଉଛି । ଏହାର ଆହୁରି ଉନ୍ନତି ପାଇଁ ଅନେକ ଯୋଜନା କରାଯାଇଥିଲା କିନ୍ତୁ ଗତ ସରକାରରେ ସେସବୁ ସମ୍ପୁର୍ଣ୍ଣ କରିବା ପାଇଁ ପ୍ରତିବନ୍ଧକ ସୃଷ୍ଟି ହେଲା । ମୋର ବିଶ୍ୱାସ ବର୍ତ୍ତମାନ ର ରାଜ୍ୟ ସରକାର ରେ ଜିଲ୍ଲାର ଦୁଇ ଦୁଇଟି ମନ୍ତ୍ରୀ ଅଛନ୍ତି ତାଙ୍କର ସହାୟତାରେ ଏହି ଇଣ୍ଡୋର ଷ୍ଟଡିୟମକୁ ଆହୁରି ଉନ୍ନତ କରିବା ପାଇଁ ଦରକାର ଥିବା କାମକୁ ସମ୍ପୁର୍ଣ୍ଣ କରାଯିବ । ଗତ ୨୫ ତାରିଖ ରୁ ଆରମ୍ଭ ହୋଇଥିବା ଏହି ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ମହିଳା ବିଭାଗରେ ସଂପଦା ମହାନ୍ତି ଙ୍କୁ ଓ ମାଷ୍ଟର ରେ ସଂଗ୍ରାମ ବେହେରାଙ୍କୁ ତ୍ରିମୁକୁଟ ମିଳିଛି ।  ସମୁଦାୟ ୪ଟି କୋର୍ଟରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ମ୍ୟାଚ ଖେଳା ଯାଇଥିଲା । ଆଜି ଅନୁଷ୍ଠିତ ବିଭିନ୍ନ ବୟସ ବର୍ଗ ମ୍ୟାଚମାନଙ୍କରେ ଯଥାକ୍ରମେ ୯ ବୟସ ବର୍ଗ ସିଙ୍ଗଲରେ ସମର୍ଥ ପାଢି ବିଜେତା ଓ ଅର୍ଣ୍ଣବ ସାହୁ ଉପ-ବିଜେତା, ୧୧ ବୟସ ବର୍ଗ ବାଳକ ସିଙ୍ଗଲରେ ଜି.ଗୌତମ ବିଜେତା ଓ ଅଦ୍ୟୁତ କର ଉପବିଜେତା, ୧୧ ବୟସ ବର୍ଗ ବାଳିକା ସିଙ୍ଗଲରେ ରିଚା ଅଗ୍ରୱାଲ ଓ ଆଦ୍ୟାସା ଅଗ୍ରୱାଲ ଉପ-ବିଜେତା, ୧୩ ବୟସ ବର୍ଗ ବାଳକ ସିଙ୍ଗଲରେ ସାଇ ଚନ୍ଦନ ମହାନ୍ତି ବିଜେତା ଓ ଜି. ଗୌତମ ଉପବିଜେତା, ୧୩ ବୟସ ବର୍ଗ ଡବଲ୍ସ ରେ ସାଇ ଚନ୍ଦନ ମହାନ୍ତି ଏବଂ ସାଇ ଅର୍ପିତ ଖମାରି ବିଜେତା ଓ ଘତିକ ପଟେଲ ଏବଂ ସାଇ ଆୟୁଷ ପୁରୋହିତ ଉପବିଜେତା, ୧୩ ବୟସ ବର୍ଗ ବାଳିକା ସିଙ୍ଗଲ ରେ ତମନ୍ନା ସାହୁ ବିଜେତା ଓ ଶୁଭସ୍ମିତା ଛତ୍ରିଆ ଉପବିଜେତା, ୧୫ ବୟସ ବର୍ଗ ବାଳକ ସିଙ୍ଗଲରେ ଶ୍ରେୟାଂଶ କେଜିରିୱାଲ ବିଜେତା ଓ ବିଜୟ ଗୁଡିଆ ଉପବିଜେତା, ୧୫ ବୟସ ବର୍ଗ ବାଳକ ଡବଲ୍ସ ରେ ଆରୁଶ ପଧାନ ଓ ବିଜୟ ଗୁଡିଆ ବିଜେତା ଓ ପ୍ରିୟମ ପଣ୍ଡା ଓ ନିଗମାନନ୍ଦ ସାହୁ ଉପ-ବିଜେତା, ୧୫ ବୟସ ବର୍ଗ ବାଳିକା ସିଙ୍ଗଲରେ ଶୁଭସ୍ମିତା ଛତ୍ରିଆ ବିଜେତା, ତମନ୍ନା ସାହୁ ଉପ-ବିଜେତା, ୧୭ ବୟସ ବର୍ଗ ବାଳକ ସିଙ୍ଗଲରେ ଦିବ୍ୟାମ୍ କେଜ୍ରିୱାଲ ବିଜେତା ଓ ଶ୍ରେୟାଂଶ କେଜ୍ରିୱାଲ ଉପବିଜେତା, ୧୭ ବୟସ ବର୍ଗ ବାଳକ ଡବଲ୍ସ ରେ ଲୋକେଶ ବେହେରା ଓ ଆଶୁତୋଷ ଚକ୍ରବର୍ତ୍ତି ବିଜେତା   ସାଇପିୟୁଷ ପୁରୋହିତ ଏବଂ ବିନିତ କୁମାର ନାଏକ ଉପବିଜେତା, ୧୭ ବୟସ ବର୍ଗ ବାଳିକା ସିଙ୍ଗଲସ ରେ ସଂପଦା ମହାନ୍ତି ବିଜେତା ଓ ଦୟା ପଟେଲ ଉପବିଜେତା, ୧୯ ବୟସ ବର୍ଗ ବାଳକ ସିଙ୍ଗଲରେ ଜଏସ୍ ଅଗ୍ରୱାଲ ବିଜେତା ଏବଂ ଶ୍ରେୟାଂଶ କେଜ୍ରିୱାଲ ଉପବିଜେତା, ୧୯ ବୟସ ବର୍ଗ ବାଳକ ଡବଲ୍ସ ରେ ରୁପେଶ ବେହେରା ଓ ଶ୍ରିତମ ପ୍ରଧାନ ବିଜେତା , ପିୟୁଷ ନାଗ ଓ ସର୍ବେଶ୍ୱର ପୋଡ ଉପ-ବିଜେତା, ୧୯ ବୟସ ବର୍ଗ ବାଳିକା ସିଙ୍ଗଲରେ ସଂପଦା ମହାନ୍ତି ବିଜେତା ନନ୍ଦିନିଲାଲ ଉପବିଜେତା, ପୁରୁଷ ସିଙ୍ଗଲ ରେ ଦିବ୍ୟମ କେଜ୍ରିୱାଲ ବିଜେତା ଜୟସ ଅଗ୍ରୱାଲ ଉପବିଜେତା, ମାଷ୍ଟର ୩୫ ବୟସ ବର୍ଗ ସିଙ୍ଗଲରେ ଥବିର ସାହୁ ବିଜେତା ମନୋରଂଜନ ବେହେରା ଉପବିଜେତା, ମାଷ୍ଟର ୩୫ ବର୍ଗ ବୟସ ଡବଲ୍ସ ରେ ଥବିର ସାହୁ ଓ ମନୋରଂଜନ ବେହେରା ବିଜେତା ଶୋଭାଚନ୍ଦ୍ର ମେହେରା ଓ ସୂର୍ଯ୍ୟ ପ୍ରଧାନ ଉପବିଜେତା, ମାଷ୍ଟର ୪୦ ବୟସ ବର୍ଗ ସିଙ୍ଗଲରେ ମନୋରଂଜନ ବେହେରା ବିଜେତା ପୂର୍ଣ୍ଣଚନ୍ଦ୍ର ମେହେର ଉପବିଜେତା, ମାଷ୍ଟର ୪୦ ବୟସ ବର୍ଗ ଡବଲ୍ସ ରେ ପୂର୍ଣ୍ଣଚନ୍ଦ୍ର ପଟେଲ  ଓ ସୁମନ୍ତ ନାଏକ ବିଜେତା କବି ଚନ୍ଦ୍ର ଠାକୁର ଓ ଦିବ୍ୟଲୋଚନ ଦାଶ ଉପବିଜେତା, ମାଷ୍ଟର ୪୫ ବୟସ ବର୍ଗ ସିଙ୍ଗଲରେ ସୁମନ୍ତ ନାଏକ ବିଜେତା ବିନୋଦ ବିହାରି ପଟେଲ ଉପବିଜେତା, ମାଷ୍ଟର ୪୫ ବୟସ ବର୍ଗ ଡବଲ୍ସ ରେ ଡି.କେ ବାରିକ ଏବଂ ସଂଗ୍ରାମ ବେହେରା ବିଜେତା ସୁମନ୍ତ ନାଏକ ଏବଂ ପ୍ରଶନ୍ନ ଖମାରି ଉପବିଜେତା, ୫୦ ବୟସ ବର୍ଗ ସିଙ୍ଗଲରେ ସଂଗ୍ରାମ ବେହେରା ବିଜେତା ଏବଂ ଡିକେ ବାରିକ ଉପବିଜେତା, ୫୦ ବୟସ ବର୍ଗ ଡବଲ୍ସ ରେ ସଂଗ୍ରାମ ବେହେରା ଓ ଡିକେ ବାରିକ ଓ ରୋଶନ ଜୈନ ଓ ଡା. ବେଣୁଧର ପାଣ୍ଡେ ଉପବିଜେତା, ମାଷ୍ଟର ୫୫ ବୟସ ବର୍ଗ ଡବଲ୍ସ ରେ ଘନଶ୍ୟାମ ମିଶ୍ର ଓ ଡା. ବେଣୁଧର ପାଣ୍ଡେ ବିଜେତା ରୋଶନ ଜୈନ ଓ ହାବିଲ ନାଏକ ଉପବିଜେତା, ମାଷ୍ଟର ୫୦ ବୟସ ବର୍ଗରେ ସଂଗ୍ରାମ ବେହେରା ଚମ୍ପିୟାନ, ମହିଳା ସିଙ୍ଗଲ ବୟସ ବର୍ଗରେ ସଂପଦା ମହାନ୍ତି ବିଜେତା ଓ ଦୟା ପଟେଲ ଉପବିଜେତା, ପୁରୁଷ ଡବଲ୍ସ ରେ ଏନ୍‌. ସୁରେନ୍ଦ୍ ଓ ମାନଭଞ୍ଜନ ନାଏକ ବିଜେତା, ଦିବ୍ୟମ କେଜ୍ରିୱାଲ ଓ ଜୈଶ ଅଗ୍ରୱାଲ ଉପବିଜେତା ହୋଇଥିଲେ । ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ସଂପଦା ମହାନ୍ତି, ସଂଗ୍ରାମ ବେହେରା ଓ ଦିବ୍ୟମ କେଜ୍ରିୱାଲ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ରାଜ୍ୟ ଚମ୍ପିୟାନସିପ୍ ରେ ଚମ୍ପିୟାନ ହୋଇଥିବା ୯ ବର୍ଷର ଖେଳାଳି ସମର୍ଥ ପାଢୀ ଓ ୧୧ ବର୍ଷ ପାଢି ଜି. ଗୌତମ, କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟ ଦଳରେ ସ୍ଥାନୀତ ନନ୍ଦିନିଲାଲ, ପିୟୁଷ ନାଗ ଓ ବୈଭବ ସାହୁଙ୍କୁ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
    ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରି ଙ୍କ ନେତୃତ୍ୱରେ ଆୟୋଜିତ ଏହି ଚମ୍ପିୟାନସିପ ରେ ବଲାଙ୍ଗିର ଜିଲ୍ଲା ର ପାଟଣାଗଡ, ତୁଷୁରା, କଣ୍ଟାବାଞ୍ଜି, ଟିଟିଲାଗଡ ସହ ଅନ୍ୟାନ୍ୟ ଅଂଚଳର ବିଭିନ୍ନ ବୟସ ବର୍ଗର ପ୍ରାୟତଃ ୩୦୦ ଜଣ ବ୍ୟାଡମିଣ୍ଟନ ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଉଭୟ ବାଳକ ବାଳିକା ସବ୍‌ଜୁନିୟର, ଜୁନିୟର, ପୁରୁଷ ଓ ମହିଳା ସମେତ ଭେଟେରାନ ବୟସ ବର୍ଗରେ ସିଙ୍ଗଲ ଓ ଡବଲ୍ସ ଚମ୍ପିୟାନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପ-ସଭାପତି ଘନଶ୍ୟାମ ମିଶ୍ର, ଶୁଶାନ୍ତ ଚୋପଦାର, ବୁଲୁ ବେହେରା, ସୁଧିର ପଣ୍ଡା, ସନ୍ଦିପ ସାହାଣି, ଉନ୍ନୟନ କମିଟି ମୁଖ୍ୟ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରୁଛନ୍ତି । ଏହି ଚମ୍ପିୟାନସିପ୍ କୁ ସମୁଦାୟ ୧୨ ଜଣ ଅଫିସିଆଲ ଯଥା ଅନନ୍ତ ବେହେରା, ମାନସ ମହାନ୍ତି, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ସିଦ୍ଧାର୍ଥ ମିଶ୍ର, ଶୁଶାନ୍ତ ମହାନ୍ତି, ପବନ ସାହୁ, ବୈଷ୍ଣବ କବାଟ, ଉପେନ୍ଦ୍ର ଚନ୍ଦନ, ସୌରଭ ପ୍ରଧାନ, ସ୍ମରଣିକା ବେହେରା, ରୋଶନ ଜୈନ, ସୁରେନ୍ଦ୍ର ନେପାଲ, କବି ଠାକୁର, ବିରେନ୍ଦ୍ରଲାଲ, ଆକ୍ରମ ଖାନଙ୍କ ସହ ଚିପ୍ ରେଫରି ହେମନ୍ତ ପ୍ରଧାନ, ଡେପୁଟି ଚିପ୍ ରେଫରି ଚନ୍ଦ୍ରଶେଖର ମିଶ୍ର ପ୍ରମୁଖ ଖେଳ ପରିଚାଳନା ଦାୟିତ୍ୱ ତୁଳାଇଥିଲେ । ଖେଳ ଦେଖିବା ପାଇଁ ପ୍ରତ୍ୟେହ ଦର୍ଶକଙ୍କ ଭିଡ ଲାଗି ରହୁଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026

You Might Also Like