-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) - ଜିଲ୍ଲାପାଳ ପୋମା ଟୁଡୁ ଙ୍କ ଉପଯୁକ୍ତ ବିଚାରଧାରା ର ପ୍ରମାଣ ଦେଖିବାକୁ ମିଳିଛି ଆଜି ଖଣ୍ଡପଡା ବ୍ଳକ ଯୋଗିଆପଲ୍ଲୀ ଗ୍ରାମରେ | ଚାଷୀଙ୍କ ଦୁଃଖ ର ସମାଧାନ କରିବାକୁ ଯାଇ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ଆଜି ଯୋଗିଆପଲ୍ଲୀ ରେ ଧାନ ମଣ୍ଡିର କାର୍ଯ୍ୟାରମ୍ଭ ହୋଇଛି | ଧାନ ବିକ୍ରୟ ରେ ହନ୍ତସନ୍ତ ହେଉଥିବା ଯୋଗିଆପଲ୍ଲୀ ଗ୍ରାମବାସୀ ବିଡିଓ ତଥା ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ | ଜିଲ୍ଲାପାଳ ଶ୍ରୀମତୀ ଟୁଡୁ ଙ୍କ ନିଷ୍ପତି କ୍ରମେ ଆଜି ଯୋଗିଆପଲ୍ଲୀ ମା ତାରିଣୀ ମନ୍ଦିର ନିକଟରେ ପୂଜାର୍ଚନା ପରେ ଧାନ ମଣ୍ଡି ର କାର୍ଯ୍ୟାରମ୍ଭ ହୋଇଛି | ପ୍ରକାଶଥାଉକି ନୟାଗଡ଼ ର ଜୟ ବଜରଙ୍ଗୀ ରାଇସି ମିଲର ଧାନ ର ମାନ ପରୀକ୍ଷା ପରେ ଆଜି ଧାନ କ୍ରୟ ଆରମ୍ଭ ହୋଇଛି | ଯୋଗିଆପଲ୍ଲୀ ଗ୍ରାମପଞ୍ଚାୟତବାସୀ ଏହି ସୁବିଧା ପାଇବା ପରେ ଜିଲ୍ଲାପାଳ ଙ୍କୁ ଅକଳନୀୟ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି |