-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
19-Jul-2024
ଡୁଙ୍ଗୁରିପାଲି-(ଅରବିନ୍ଦ ମିଶ୍ର) ବଲାଙ୍ଗିର ସାଂସାଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ଡୁଙ୍ଗୁରିପାଲି ବ୍ଲକ ପ୍ରତିନିଧି ଭାବରେ ହେମନ୍ତ ବିଶ୍ୱାଳଙ୍କୁ ମନୋନୀତ କରିଛନ୍ତି । ଶ୍ରୀବିଶ୍ୱାଳ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ସାଧାରଣ ସଂପାଦକ ଭାବରେ ବର୍ତ୍ତମାନ ରହିଛନ୍ତି । ସେ ବିଜେପିର ଜଣେ ଆଗ ଧାଡିର ନେତା ତଥା ସାଂସଦଙ୍କ ଅତି ବିଶ୍ୱସ୍ତ ବାବରେ ଜଣାଶୁଣା । ପୂର୍ବରୁ ମଧ୍ୟ ସେ ସାଂସଦଙ୍କ ପ୍ରତିନିଧି ଭାବରେ ଦାୟିତ୍ୱ ତୁଳାଇ ଆସୁଥିଲେ । ପୁର୍ବ ବିଡିଓ ତ୍ରୀପୁରା ମହାନନ୍ଦଙ୍କ ସମୟରେ ସେ ବିଭିନ୍ନ ଦୂର୍ନୀତି ଉପରେ ପ୍ରସାଶନକୁ ଶାଣିତ ଆକ୍ରମଣ କରିଆସିଥିଲେ । ତାଙ୍କ ପ୍ରଶ୍ନବାଣରେ ପ୍ରଶାସନ ଘାଇଲା ହୋଇପଡୁଥିଲା ।ଡୁଙ୍ଗୁରିପାଲି ବ୍ଲକ ତଥା ସୁବର୍ଣ୍ଣପୁର ଜିଲ୍ଲାର ଜଣେ ଯୁବ ସଂଗଠକ ଭାବରେ ତାଙ୍କ ନାଁ ରହିଛି । ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିବା ଜଣାପଡିବା ପରେ ଡୁଙ୍ଗୁରିପାଲିର ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରିଛନ୍ତି । ଅଂଚଳର ବିକାଶ ପାଇଁ ସେ ସମସ୍ତଙ୍କ ସହ ଯୋଗ ଲୋଡିଛନ୍ତି । ବିଶେଷ କରି ସାମୁହିକ ବିକାଶ, କଲେଜର ଉନ୍ନତି, ସ୍ୱାସ୍ଥ୍ୟ ସେବା, ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ବିଶ୍ୱାଳ ‘ପ୍ରେରଣା’ କୁ ଜଣାଇଛନ୍ତି ।