-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
19-Jul-2024
ମାଁ ଠାରୁ ଅଲଗା ହୋଇ ରାସ୍ତାରେ ବୁଲୁଥିବା ଏକ ହରିଣ ଛୁଆକୁ ଉଦ୍ଧାର କରି ସିନ୍ଧେକେଲା ବନ ବିଭାଗକୁ ହସ୍ତାନ୍ତର କଲେ ଯୁବକ।
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଲକ୍ଷ୍ମୀ ନାରାୟଣପଡ଼ାର ପପୁ ସାହୁ କୌଣସି କାମରେ କଳାହାଣ୍ଡି ଧର୍ମଗଡରୁ ସିନ୍ଧେକେଲା ନିଜ ଗାଁ କୁ କାରରେ ଫେରୁଥିବା ସମୟରେ ଗଞ୍ଜିଆପଡା ନିକଟସ୍ଥ ପାହାଡ ନିକଟ ରାସ୍ତାରେ ଏକ ହରିଣ ଶାବକ ଇତସ୍ତତଃ ଘୁରି ବୁଲୁଥିଲା। ମାଁ ଠାରୁ ଅଲଗା ହୋଇ ମାଁ ର ଅନୁସନ୍ଧାନ କରି ଏପଟ ସେପଟ ହେଉଥିବା ଦେଖି କିଛି ସମୟ ଅଟକି ଦେଖିଥିଲେ ପପୁ। ହେଲେ ଶାବକର ମାଁ ନ ଆସିବାରୁ ଓ ରାସ୍ତାରେ କୌଣସି ଗାଡି ତଳକୁ ଆସିଯିବାର ସମ୍ଭାବନାକୁ ଦେଖି ତଥା କୌଣସି ଶିକାରୀ ହାତରେ ପଡିବା ସମ୍ଭାବନା ଥିବାରୁ ପପୁ ସେ ଶାବକକୁ ଉଦ୍ଧାର କରି ସିନ୍ଧେକେଲା ଫରେଷ୍ଟ ଅଫିସକୁ ଆଣିଥିଲେ ସିନ୍ଧେକେଲା ବନପାଲ ଅଶୋକ କୁମାର ସେଠ ଓ ସିନ୍ଧେକେଲା ବନରକ୍ଷୀ ହିମାଂଶୁ ପଣ୍ଡାଙ୍କୁ ହସ୍ତାନ୍ତର କରିଛନ୍ତି। ବନ ବିଭାଗ ହରିଣ ଛୁଆଟିକୁ ମେଡିକାଲ ଚେକଅପ ପାଇଁ ବଙ୍ଗୋମୁଣ୍ଡା ନେଇଛନ୍ତି।