-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ପୁରୀ ରଥଯାତ୍ରାରେ ଶୋଭନୀୟ ଆନ୍ଦୋଳନର ସେବା

19-Jul-2024



ଭୁବନେଶ୍ୱର/ପୁରୀ(ପ୍ରେରଣା ଖବର ): ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ପକ୍ଷରୁ, ବିଶ୍ୱବିଖ୍ୟାତ ପୁରୀ ରଥଯାତ୍ରାରେ ଭକ୍ତଙ୍କ ପାଇଁ ଦଶଦିନ ଧରି ବିଭିନ୍ନ ସେବା କାର୍ଯ୍ୟ ଯୋଗାଇ ଦିଆଯାଇଛି । ସେଥି ମଧ୍ୟରେ ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର, ଆମ୍ବୁଲାନ୍ସ ସେବା, ଜଳଦାନ, ଲେମ୍ବୁ ସର୍ବତ୍‌, ଶରଧାବାଲି ଓ ରଥ ଚତୁଃପାଶ୍ୱର୍ ସଫେଇ, ମହିଳାମାନଙ୍କୁ ସ୍ୱତନ୍ତ୍ର ସେବା ତଥା ଆନ୍ଦୋଳନର ପ୍ରତିଷ୍ଠାତା ପୂଜ୍ୟଶ୍ରୀ କୁମାର ଭାଇଙ୍କ ରଚନାରୁ ମନଗଠନକାରୀ

ଭକ୍ତିରସାତ୍ମକ ପ୍ରାର୍ଥନା ସଭା ଆଦି ଅନୁଷ୍ଠିତ ହୋଇଥିଲା । ଆନ୍ଦୋଳନର ନିର୍ଦ୍ଦେଶିକା-ସମ୍ପାଦିକା ଡଃ ଅରୁନ୍ଧତୀ ଦେବୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ସେବା ପ୍ରଦାନ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅନୁଷ୍ଠିତ ଏହି ଶୋଭନୀୟ ସେବା ଶିବିରକୁ ବରିଷ୍ଠ ଡାକ୍ତର ଗାୟତ୍ରୀ ମହାନ୍ତି ଉଦ୍‌ଘାଟନ କରିଥିଲେ । ଉକ୍ତ ଶିବିରରେ ଓଡ଼ିଶା ସରକାରଙ୍କ ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଡଃ. ସେବା ମହାପାତ୍ର, ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡଃ. ଅମୂଲ୍ୟ ବିଶି, ଡଃ. ମାଧୁରୀ ପୁରୋହିତ, ଡଃ. ଶିବବ୍ରତ କରଣ ପ୍ରଭୃତି ଯୋଗଦେଇ ସ୍ୱାସ୍ଥ୍ୟସେବା ଯୋଗାଇଥିଲେ । ଗୁରୁମା ମମତା ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଧ୍ୟାପକ ଇନ୍ଦ୍ରମଣି ନାୟକ, ମୀନତି ଦେବୀ, ଡଃ. ବନଲତା ଦେବୀ, ଗୁରୁମା ବରଦା ମହାନ୍ତି, ମନୋରମା ଦେବୀ, ଚାରୁଲତା ବେହେରା, ଗୀତାଞ୍ଜଳୀ ସ୍ୱାଇଁ, ବିଦୁଲତା ଶତପଥୀ, ସ୍ୱାସ୍ଥ୍ୟ ସେବିକା ଇତିଶ୍ରୀ ମହାନ୍ତି, କଳ୍ପନା ସେଠ୍‌, ଗୀତାଞ୍ଜଳୀ ସାହୁ, ମମତା ମଲ୍ଲ, ଶ୍ରୀମାନ୍ ଅରବିନ୍ଦ, ରବିନ୍ଦ୍ର ବେହେରା, ରାକେଶ ସାହୁ, ବରୁଣ ମହନ୍ତ ଓ ଶୋଭନୀୟ ବାହିନୀ ଏଥିରେ ସହଯୋଗ କରିଥିଲେ । ନୟାଗଡ଼ ବାବା ମେଡ଼ିସିନ୍ ଷ୍ଟୋରର ବଂଶୀଧର ସାହୁ ମାଗଣା ଔଷଧ ବିତରଣରେ ସହାୟତା କରିଥିଲେ ।  
ବିଭିନ୍ନ ଦିବସରେ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ସମେତ ବୃନ୍ଦାବନ, ଇସ୍କନ-ଇଉକ୍ରେନ, ବାଂଲାଦେଶ ଓ ଭାରତର ସାଧୁସନ୍ଥ ସନ୍ୟାସିନୀ ତଥା ବିଶିଷ୍ଟ ବ୍ୟକ୍ତିମାନେ ଏହି ସେବା ଶିବିର ପରିଦର୍ଶନ କରିଥିଲେ । ଶିଶୁକିଶୋର କଣ୍ଠଶିଳ୍ପୀ ଅନିମେଶ ଅନୁପମ ଜଗନ୍ନାଥ ଜଣାଣ ପରିବେଷଣ କରିଥିଲେ । ଅଧ୍ୟାପିକା ରେଖା ମହାପାତ୍ର, କଲିକତାରୁ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଉପସଭାପତି ଶ୍ରୀ ରବି ମହାପାତ୍ର, ଶ୍ୟମସୁନ୍ଦର ହାଲଦାର, ବାଂଲାଦେଶର ସଂଜିତ ବୈଦ୍ୟ, ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ଗୌଡ଼, ଆରକ୍ଷୀ ଅଧିକାରୀ ବୈଦ୍ୟନାଥ ପଣ୍ଡା, ତେଲେଙ୍ଗାନାରୁ ଶ୍ରୀ ରମେଶ ରେନୁକା, ଡଃ ରଞ୍ଜିତା ପ୍ରଧାନ ଆଦି ଯୋଗଦେଇ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏହି ସେବାକେନ୍ଦ୍ରର ସବୁପ୍ରକାର ଉପାଦେୟତା ସହ - ଏହା ମହିଳା ଓ ଶିଶୁମାନଙ୍କୁ ସ୍ୱତନ୍ତ୍ର ଆବଶ୍ୟକ ସେବା ପ୍ରଦାନ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରବଳ ଗରମ ଗୁଳୁଗୁଳି ଯୋଗୁଁ ବହୁ ମୂର୍ଚ୍ଛିତା ମହିଳା, ପୁରୁଷ ଏବଂ ରଥଟଣାରେ ଖଣ୍ଡିଆ ଖାବରା ବ୍ୟକ୍ତି ଓ ସେବାୟତଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିଲା । ପନ୍ଦରଶହ ଶତାବନ ଅନ୍ୟାନ୍ୟ ରୋଗୀଙ୍କୁ ପରୀକ୍ଷା କରାଯାଇ ଔଷଧ ବଣ୍ଟନ, ବ୍ୟାଣ୍ଡେଜ ଆଦି କରାଯାଇଥିଲା । ଗୁରୁତର ରୋଗୀଙ୍କୁ  ଫାଷ୍ଟଏଡ଼ ଦିଆଯାଇ ଆମ୍ବୁଲାନ୍ସ ଦ୍ୱାରା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା । ଲେମ୍ବୁ ସର୍ବତ ଓ ପାଣି ବୋତଲ ବଣ୍ଟନ ପାଖରେ ଅଧିକ ଭିଡ଼ ପରିଲକ୍ଷିତ ହୋଇଥିଲା । ଦୂରଦୂରାନ୍ତରୁ ଆସିଥିବା ବୃଦ୍ଧ, ବୃଦ୍ଧା ଓ ଅସହାୟ ତୀର୍ଥଯାତ୍ରୀଙ୍କୁ ଖାଦ୍ୟପଦାର୍ଥ, ପାଣି ଦିଆଯାଇ ଶିବିରରେ ସାଷ୍ଟାଙ୍ଗ କରାଯାଇଥିଲା । ଶୋଭନୀୟ ଯୁବ ସେବାବାହିନୀର କୀର୍ତ୍ତିମାନ ବେହେରା, ସାନ୍ତନୁ ଜେନା, ଚନ୍ଦନ ବେହେରା, କୁମର ପଲେଇ, ସରୋଜ ଦାଶ, ବିନୋଦ ବେହେରା, ବିଶ୍ୱଜିତ୍

ମହାପାତ୍ର, ଆନନ୍ଦ ବେହେରା, ନିନି ଗୋପାଇ, ଶ୍ରୀମାନ ସୌମ୍ୟରଞ୍ଜନ, ମୁକ୍ତିକାନ୍ତ ମହାପାତ୍ର, କାଜଲ ବେହେରାଙ୍କ ସେବାଦାନ ଉଲ୍ଲେଖଯୋଗ୍ୟ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀରୁ ବିଶିଷ୍ଟ ସମାଜସେବୀ ନିର୍ମଳ କୁମାର ଧଳ, ବରିଷ୍ଠ ସ୍ୱାସ୍ଥ୍ୟ ସେବିକା ମୀନା ଧଳ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଚିତ୍ତରଞ୍ଜନ ଶାହାଣୀ, ପ୍ରିୟଦର୍ଶିନୀ ଜେନା, ସମାଜସେବୀ ମନୋରଞ୍ଜନ ମହାନ୍ତି, ଶ୍ରୀମତୀ ମନସ୍ୱିନୀ ପଣ୍ଡା, ଫୁଲବାଣୀରୁ ବିକ୍ରମ ପୃଷ୍ଟି ପ୍ରଭୃତି ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like