-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
14-Jul-2024
କଣ୍ଟାମାଳ (ଜୟ କୁମାର ମହାରଣା ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କଣ୍ଟାମାଳ ନିର୍ବାଚନମଣ୍ଡଳୀର ସ୍ୱେଚ୍ଛାସେବୀ ସଙ୍ଗଠନ ଦ୍ଵାରା ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଅଛି । ଝିପିଝିପି ବର୍ଷା ସତ୍ତ୍ୱେ ଅଞ୍ଚଳର ବହୁ ଯୁବପିଢି ଆଗ୍ରହର ସହିତ ରକ୍ତ ଦେଇଥିବା ଦେଖିବାକୁ ମିଳିଅଛି । ଉକ୍ତ ଶିବିରରେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସହ ନିର୍ଦ୍ଦେଶକ ଡା. ମହେନ୍ଦ୍ର ସୋଏ, ଘଣ୍ଟାପଡ଼ା ଓ ଖୁଣ୍ଟିଗୋରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା. ଶୁଭମ ମିଶ୍ର ଓ ଡା.ଆନନ୍ଦ ଭୁଏ ଓ ଶିକ୍ଷାବିତ ନିଳାଚଳ ଭୋଇ ଯୋଗଦେଇ ଅନୁଷ୍ଠାନିକଭାବେ ଶିବିରକୁ ଉଦଘାଟନ କରିଥିଲେ ଓ ବଲାଙ୍ଗର ଭୀମଭୋଇ ବଡ଼ ଡ଼ାକ୍ତରଖାନାର ରକ୍ତଭଣ୍ଡାରର କର୍ମଚାରୀଙ୍କ ଦ୍ଵାରା ରକ୍ତ ସଂଗ୍ରହ କରାଯାଇଥିବା ସ୍ଥଳେ ଦେବେନ୍ଦ୍ର କୁମାର ସାହୁ, ଲୋକେଶ ଭୋଇ, ଗୋପ ରଣା, ସବ୍ୟସାଚୀ ବନଛୋର, ନିରଞ୍ଜନ ମଲିକ ସମେତ ସମସ୍ତ ସଦସ୍ୟ ଶିବିର ପରିଚାଳନା କରିଥିଲେ।
(କଣ୍ଟାମାଳରୁ ଜୟ କୁମାର ମହାରଣାଙ୍କ ରିପୋର୍ଟ)