-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jul-2024
ସୋନପୁର, ତା ୧୧/୭(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ର ଜିଲ୍ଲା ଜୁନିୟର ରେଡ କ୍ରସ ତରଫରୁ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ରେ ରାଜ୍ୟ ସ୍ତରୀୟ ସାମାଜିକ ସେବା ଶିବିର ପ୍ଲାଟଫର୍ମ ରେ ସାମାଜିକ ସେବା ପ୍ରଦାନ କରାଯାଇଛି। ଉକ୍ତ ସେବା ଶିବିରକୁ ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଉଦ୍ଘାଟନ କରିଥିଲେ।ଜିଲ୍ଲାର ଜୟ ଜଗନ୍ନାଥ ହାଇସ୍କୁଲ ଖର୍ଝୁରାର ଜୁନିୟର ରେଡ କ୍ରସ ପରାମର୍ଶ ଦାତା ତଥା ସାଧନ କର୍ମୀ ଚନ୍ଦ୍ର ଶେଖର ମହାପାତ୍ର ଏବଂ ପଞ୍ଚାୟତ ନୋଡାଲ ହାଇସ୍କୁଲ ଧର୍ମଶାଳା ର ପ୍ରଧାନଶିକ୍ଷକ ତଥା ସ୍କୁଲ ଜୁନିୟର ରେଡ କ୍ରସ ସଭାପତି ଲୋକନାଥ ମେହେର ଦ୍ବୟ ଉକ୍ତ ସେବା ଶିବିରରେ ଯୋଗଦେଇ ଲକ୍ଷ ଲକ୍ଷଭକ୍ତଙ୍କ ଗହଣରେ ଆବଶ୍ୟକ ବ୍ୟକ୍ତି ବିଶେଷଙ୍କୁ ପ୍ରାଥମିକ ସେବା, ବଡ଼ ଦାଣ୍ଡରେ ସଫେଇ କାର୍ଯ୍ୟ ଓ ଭକ୍ତଙ୍କୁ ପାନୀୟ ଜଳ ଯୋଗାଇ ମାନବୀୟ ସେବାକୁ ପ୍ରତିଫଳନ କରିଛନ୍ତି ।
ପ୍ରକାଶ ଥାଉକି ଜିଲ୍ଲା ଜୁନିୟର ରେଡ କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଙ୍କ ନେତୃତ୍ୱ ଓ ରାଜ୍ୟ ଜୁନିୟର ରେଡ କ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଙ୍କ ମାର୍ଗଦର୍ଶନ ରେ ଜିଲ୍ଲା ଜୁନିୟର ରେଡ କ୍ରସ ୟୁନିଟ ଏଭଳି ସ୍ୱେଚ୍ଛାକୃତ ସେବା ଯୋଗାଇ ଆସୁଛନ୍ତି।