-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ରାଜ୍ୟ

କ୍ୟାବିନେଟ୍‌ରେ ମଜୁରି ବୃଦ୍ଧି, ପୁରୁଣା ନିଷ୍ପତ୍ତିରେ ନୂଆ ମୋହର

11-Jul-2024



ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ବିଜେପି ସରକାର ଗଠନ ପରେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ କ୍ୟାବିନେଟ୍‌ ବୈଠକରେ ସର୍ବନିମ୍ନ ମଜୁରି ବୃଦ୍ଧି ନିଷ୍ପତ୍ତିକୁ ନେଇ ତେଜିଛି ବିବାଦ। ଗତ ମାର୍ଚ୍ଚ ୧୪ ତାରିଖରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବନିମ୍ନ ମଜୁରିି ୧୦୦ ଟଙ୍କା ବୃଦ୍ଧି ଘୋଷଣା ସହ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ତାହାକୁ ପୁନର୍ବାର ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିବା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ଏହାର ସୂଚନା ଦେବାକୁ ନେଇ ତଥ୍ୟାଭିଜ୍ଞ ମହଲରେ ଭୃକୁଞ୍ଚନ ସୃଷ୍ଟି ହୋଇଛି । ପୂର୍ବ ସରକାର ଘୋଷଣା କରିଥିବା ନିଷ୍ପତ୍ତିକୁ ନୂଆ ସରକାରଙ୍କ କ୍ୟାବିନେଟ୍‌ ଅନୁମୋଦନ କିପରି କଲା ତାକୁ ନେଇ କେବଳ ଦ୍ୱନ୍ଦ୍ୱ ସୃଷ୍ଟି ହୋଇନାହିଁ, ବିଭିନ୍ନ ମହଲରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବୁଧବାର ରାଜ୍ୟ କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ଅଣ-କୁଶଳୀ, ଅର୍ଦ୍ଧ-କୁଶଳୀ, କୁଶଳୀ ଓ ଉଚ୍ଚ-କୁଶଳୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରି ଯଥାକ୍ରମେ ୩୫୨ ଟଙ୍କା, ୩୯୨ ଟଙ୍କା, ୪୪୨ ଟଙ୍କା ଓ ୫୦୨ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହାକୁ କ୍ୱମାନ୍ୱୟରେ ୪୫୦ ଟଙ୍କା, ୫୦୦ ଟଙ୍କା, ୫୫୦ ଟଙ୍କା ଓ ୬୦୦ ଟଙ୍କାକୁ ବୃଦ୍ଧି କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ କ୍ୟାବିନେଟ୍‌ର ନିଷ୍ପତ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସ୍ୱାଭାବିକ ଭାବରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ମାର୍ଚ୍ଚ ୧୪ ତାରିଖରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ସଂକ୍ରାନ୍ତରେ ଘୋଷଣା କରିଥିଲେ। ଏପରିକି ସର୍ବନିମ୍ନ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି କରାଯିବା ସାରା ଦେଶରେ ଏକ ନୂଆ ଉଦାହରଣ ସୃଷ୍ଟି କରିଥିଲା। ଅନ୍ୟ ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାରେ ସର୍ବନିମ୍ନ ମଜୁରୀ ପରିମାଣ ଯଥେଷ୍ଟ ଅଧିକରେ ପହଞ୍ଚିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ କମିଶନର ତଥା ସଚିବଙ୍କ ସ୍ୱାକ୍ଷରରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି (୨୩୪୮/୨୪.୩.୨୦୨୪) ମଧ୍ୟ ପ୍ରକାଶିତ ହୋଇଥିଲା।ତତ୍‌କାଳୀନ ରାଜ୍ୟ ସରକାର ଏହି ନିଷ୍ପତ୍ତି ପରେ ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟଠାରୁ ଆରମ୍ଭ କରି ରାଜ୍ୟ କେନ୍ଦ୍ରପତ୍ର କର୍ମଚାରୀ କଲ୍ୟାଣ ବୋର୍ଡ ଓ ଅନ୍ୟ ଶ୍ରମିକ ସଂଗଠନଗୁଡ଼ିକ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ହେଲେ ଏବେ ଏହି ନିଷ୍ପତ୍ତିକୁ ମୋହନ ସରକାର ପୁନଃ ଘୋଷଣା କରିବାର କାହିଁକି ଆବଶ୍ୟକ ପଡ଼ିଲା ତାକୁ ନେଇ ପ୍ରଶ୍ନ ଉଠିଛି। ବିଜେଡି ମଧ୍ୟ ଏହି ଘଟଣାରେ ରାଜ୍ୟ ସରକାଙ୍କୁ ସମାଲୋଚନା କରିବା ସହ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଏହା ନବୀନ ସରକାରଙ୍କ ନିଷ୍ପତ୍ତି ବୋଲି ଦାବିକରି ନୂଆ ସରକାରଙ୍କୁ ପରିହାସ କରିଛି। ତେବେ କେଉଁ ଆବଶ୍ୟକତା ପାଇଁ ନବୀନ ସରକାରର ପୁରୁଣା ନିଷ୍ପତ୍ତିରେ ନୂଆ ସରକାରକୁ ରଙ୍ଗ ମାରିବାକୁ ପଡ଼ିଲା ତାହା ସମସ୍ତଙ୍କ ପାଇଁ ଅବୋଧ୍ୟ ହୋଇଛି। ଯଦି ନୂଆ ସରକାର ମଜୁରୀ ବୃଦ୍ଧିର ଆବଶ୍ୟକତା ଅନୁଭବ କରୁଥିଲେ, ତେବେ ପୁରୁଣା ବିଜ୍ଞପ୍ତିକୁ ରଦ୍ଦ କରି ଅଧିକ ମଜୁରୀ ବୃଦ୍ଧି କରିଥାଆନ୍ତେ । ମାତ୍ର ତାହା ନ କରି ସମାନ ନିଷ୍ପତ୍ତିକୁ କ୍ୟାବିନେଟ୍‌ରେ କିପରି ଉପସ୍ଥାପନ କଲେ ତାହା ଅନେକଙ୍କୁ ବିସ୍ମିତ କରିଛି । କେବଳ ଏହି କ୍ୟାବିନେଟ୍‌ ବୈଠକ ନୁହେଁ ପୂର୍ବରୁ ମଧ୍ୟ ଏପରି ଏକାଧିକ ପୁରୁଣା ନିଷ୍ପତ୍ତି ଓ ଯୋଜନାକୁ ନୂଆ ରୂପ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବିଜେଡି ସମାଲୋଚନା କରିଛି। ଚାଉଳ ଏଟିଏମ୍‌ଠାରୁ ଆରମ୍ଭ କରି ଲକ୍ଷ୍ମୀ ବସ୍‌କୁ ମୁଖ୍ୟମନ୍ତ୍ରୀ ବସ୍‌ ସେବାରେ ପରିଣତ କରିବା ଓ ରତ୍ନ ଭଣ୍ଡାର ଖୋଲିବାକୁ ପୂର୍ବ ସରକାର ନେଇଥିବା ନିଷ୍ପତ୍ତି ଆଦିକୁ ବିଜେପି ସରକାର ନିଷ୍ପତ୍ତି ଭାବେ ଅଭିହିତ କରି ହାଇଜାକ କରିବାକୁ ଅପଚେଷ୍ଟା କରାଯାଉଥିବା ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। କିଛି ଦିନ ତଳେ କଂଗ୍ରେସର ବରିଷ୍ଠ ନେତା ଜୟଦେବା ଜେନା ଅନୁରୂପ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଥିଲେ। ବିଜେଡି ସରକାର ଯାହା ଘୋଷଣା କରୁଥିଲା, ତାହାକୁ କାର୍ଯ୍ୟକାରୀ କରୁଥିଲା। ମାତ୍ର ରାଜ୍ୟରେ ଏବେ ଘୋଷଣା ସର୍ବସ୍ୱ ବିଜେପି ସରକାର ଚାଲିଛି ବୋଲି ଶ୍ରୀ ଜେନା କହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like