-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ବଲାଙ୍ଗିର, (ପ୍ରେରଣା ଖବର) - ଆଜି ରିଲାଏନ୍ସ ଫାଉଣ୍ଡେସନ ର ସହଯୋଗରେ ବଲାଙ୍ଗିର ଜିଲ୍ଲା ର କୃଷକ ସମିତି ସମୂହ ଓ ଭୀମପହାଡ କୃଷକ ଉତ୍ପାଦକ କମ୍ପାନୀ ର ମିଳିତ ଉଦ୍ଦ୍ୟମରେ ପୁଇଁନ୍ତଳା ବ୍ଲକ ର ଆଟଗାଁ ଠାରେ ମାଟି ମାଁ ମେଳା ପାଳିତ ହୋଇଯାଇଛି। ଏହି ମେଳା ୧୨ଖଣ୍ଡ ଗ୍ରାମର ପ୍ରାୟ ୫୦ ଲୋକ ଉପସ୍ଥିତ ହେଇଥିଲେ । ରିଲାଏନ୍ସ ଫାଉଣ୍ଡେସନ ଏଥେଲରିଡା କିସପୋଟା ଙ୍କ ସଭାପତିତ୍ଵ ରେ ମୁଖ୍ୟ ଅତିଥି ରୂପେ ସହକାରୀ ଉଦ୍ୟାନବିତ ପ୍ରିୟଦର୍ଶିନୀ ଝାଙ୍କର ଯୋଗଦାନ କରି ଶ୍ରୀ ଧିରୁଭାଇ ଅମ୍ବାନୀ ଙ୍କ ଫୋଟୋଚିତ୍ର ରେ ପୁଷ୍ଫମାଲ୍ୟ ଅର୍ପଣ କାରିଥିଲେ। ସେ ନିଜ ଅଭିଭାଷଣ ଶ୍ରୀ ଧିରୁଭାଇ ଅମ୍ବାନୀ କହିଥିବା ସ୍ଵପ୍ନ ଦେଖ ଏବଂ ତାକୁ ସାକାର କର ବୋଲି କହିଥିଲେ। ସ୍ଵୟଂ ସହାୟକ ଦଳ କୁ ନେଇ ଜୀବନ ଜୀବିକା ର ଅଗ୍ରଗତି କରିବା ପାଇଁ ଆହ୍ଵାନ ଦେଇଥିଲେ। ସାମ୍ବାଦିକ ସୁଧୀର କୁମାର ମିଶ୍ର ତାଙ୍କର ଅଭିଭାଷଣ ରେ ମୃତ୍ତିକା ଓ ଜଳ ସଂରକ୍ଷଣ ଉପରେ ମତପୋଷଣ କରି ଜୈବବିବିଧତା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ସଭାରେ ୬ ଜଣ ସଫଳ ଚାଷୀ ଏବଂ ୪ ଟି ଗ୍ରାମର ସ୍ଵୟଂ ସହାୟକ ଦଳ ର ସଦସ୍ୟା ମାନେ ନିଜର ସଫଳ ଅନୁଭୂତି ବଖାଣିଥିଲେ ଏବଂ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଅଶୋକ ଭଣ୍ଡା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରିଲାଏନ୍ସ ଫାଉଣ୍ଡେସନ ର ସମସ୍ତ କାର୍ଯ୍ୟକର୍ତ୍ତା ତଥା ସିଆରପି ମାନେ, ଭୀମପହାଡ କୃଷକ ଉତ୍ପାଦକ କମ୍ପାନୀ ର ସଦସ୍ୟ ଏବଂ କଳିଝରଣ ଗ୍ରାମର ନୀଳମଣି ବିଶ୍ଵାଳ ଓ ହଲଧର ସା ଉପସ୍ଥିତ ରହି ସହଯୋଗ କରିଥିଲେ।