-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ରାଜ୍ୟ

ରାସଲୀଳାପୀଠ ପାଲଟିଛି କେଜିବିଭି ହଷ୍ଟେଲ୍, ସଭାପତିଙ୍କ ପୁଅ ଧରାପଡି ଗିରଫ, ହଷ୍ଟେଲ କଟକଣା ଢିଲା ହିଁ କାରଣ ?

07-Jul-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ସୁବଳୟା ଗ୍ରାମରେ ଥିବା ସମଗ୍ରଶିକ୍ଷା ବନାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଥା ଡିପିସିଙ୍କ ଅଧୀନସ୍ଥ ସରକାରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଆପତ୍ତିଜନକ କାର୍ଯ୍ୟକଳାପର ଅଭିଯୋଗ ଘଟିଆସୁଛି । କିଛିବର୍ଷତଳେ ଉକ୍ତଗ୍ରାମର ଜଣେ ପ୍ରଧାନଶିକ୍ଷକ ଓ ମହିଳା ହଷ୍ଟେଲ ଉଆର୍ଡେନଙ୍କ ମଧ୍ୟରେ ଅନୈତିକ ସମ୍ପର୍କର ଅଭିଯୋଗ ହେଉ ବା ଏବେ ଜଣେ ଯୁବକ ରାତିରେ ହଷ୍ଟେଲର ପାଚେରୀ ଡେଇଁ ଜଣେ ଅନ୍ତେବାସିନୀ ଛାତ୍ରୀ ସହ ପ୍ରେମ କଲାବେଳେ ଧରାପଡି ଗିରଫ ହୋଇ ଜେଲ୍ ଯାଇଥିବା ଘଟଣା ହେଉ, ଏହି ସରକାରୀ ଆବାସିକ ବାଳିକା ଶିକ୍ଷାନୁଷ୍ଠାନରେ କ୍ରମାଗତ ଏପରି ବିଶୃଙ୍ଖଳା ଚାଲିଆସିଥିବା ର ନଜିର୍ ରହିଛି । ମୁଖ୍ୟତଃ  ଏଠାରେ ଶିକ୍ଷୟିତ୍ରୀ ଓ ଉଆଡେନ୍ ଆଦି ନିଯୁକ୍ତିରେ ସୁବିଧାଜନକ ଅବସ୍ଥାପିତ କରାଯିବାର ପ୍ରିୟାପ୍ରତିତୋଷଣ ଓ ଛାତ୍ରୀଙ୍କୁ ସରକାର ଯୋଗାଉଥିବା ଖାଦ୍ୟପେୟର ବାଟମାରଣାରେ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତି ହିଁ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି । ଏବେ ସୋନପୁର ଡିଇସି ତଥା ଡିପିସି ଲକ୍ଷ୍ମଣ ଭୋଇ ଏହାର ଦାୟିତ୍ୱରେ ଅଛନ୍ତି । ଛୁଟି ଯୋଗୁଁ ତାଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ ଓ ସେ ଫୋନ୍ କଲେ ବି ଉଠାଉନାହାଁନ୍ତି l

ଘଟଣାରୁ ପ୍ରକାଶ ଯେ, ଗତ ୫ ତାରିଖ ରାତିରେ ବିଦ୍ୟୁତ୍ ଲାଇନ୍ ନଥିବାବେଳେ ଅନ୍ଧାରର ସୁଯୋଗ ନେଇ ସ୍କୁଲ ପରିଚାଳନା କମିଟି ସଭାପତି ସଦାନନ୍ଦ ମହାନନ୍ଦଙ୍କ ପୁଅ ଅଜୟ ମହାନନ୍ଦ(୨୧) ପଛପଟ ପାଚେରୀ ଡେଇଁ ହଷ୍ଟେଲ ଭିତରକୁ ପଶି ଜନୈକା ମାଟ୍ରିକ୍ ଅନ୍ତେବାସିନୀ ଛାତ୍ରୀ ସହ ପ୍ରେମ କରୁଥିବାବେଳେ ଅନ୍ୟଜଣେ ଅନ୍ତେବାସିନୀ ଛାତ୍ରୀ ଦେଖିପାରି ହଷ୍ଟେଲ ଜଗୁଆଳୀକୁ ଡାକି ସେମାନଙ୍କୁ ଘଟଣାସ୍ଥଳରେ କାବୁ କରି ପ୍ରଧାନଶିକ୍ଷୟିତ୍ରୀଙ୍କୁ ଖବର ଦେଇଥିଲେ । ପ୍ରଧାନଶିକ୍ଷୟିତ୍ରୀ ଥିବା ସେହିଗ୍ରାମର ଯାଜ୍ଞସେନୀ ବେହେରା ଘରୁ ଆସିଥିଲେ ଓ ଏସମ୍ପର୍କରେ ସ୍ଥାନୀୟ ସୁବଳୟା ଥାନାରେ ଅଭିଯୋଗ କରିଥିଲେ । ଥାନାଧିକାରୀ ସୁଶାନ୍ତ କୁମାର ପ୍ରଧାନ ପହଞ୍ଚି ଅଭିଯୁକ୍ତ ଯୁବକକୁ ଥାନାକୁ ନେଇ ଅଟକ ରଖି ପ୍ରଧାନଶିକ୍ଷୟିତ୍ରୀଙ୍କ ଏତଲା ଆଧାରରେ ଏକ ମାମଲା ଋଜୁପୂର୍ବକ ତଦନ୍ତ କରି ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରି ପରଦିନ କୋର୍ଟଚାଲାଣ କରିଥିବା ପ୍ରକାଶ । ତେବେ ଯୁବକ ଜଣକ ତାଙ୍କରି ସମାନ ଜାତିର ପାଖ ଗାଁ'ର' ପ୍ରେମିକା ବୋଲାଉଥିବା ଉକ୍ତ ଛାତ୍ରୀଟିର ବାର୍ଥଡେ ଥିବାରୁ ଚକ୍ ଲେଟ୍ ଆଦି ନେଇ ଯାଇଥିଲା ବେଳେ ଦୁର୍ଭାଗ୍ୟବଶତଃ ଲାଇନ୍ ଆସିଯିବାରୁ ଧରାପଡିଯାଇଥିବା ପୁଲିସ୍ ସୂତ୍ରରୁ ଅନୌପଚାରିକ ଭାବେ ପ୍ରକାଶ । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚିତ ହୋଇପଡିଛି ।

ତେବେ ଉକ୍ତ ବାଳିକା ହଷ୍ଟେଲର ଉଆର୍ଡେନ୍ ଉଷାରାଣୀ ଭୋଇ ସେତେବେଳେ ଉପରମହଲାରେ ଥିବା ବା ଅନ୍ୟକେତେକ ସେ ଉକ୍ତଦିନ ହଷ୍ଟେଲରେ ଅନୁପସ୍ଥିତା ଥାଇ ପାଖର ତାଙ୍କ ଗାଁ'ର ଘରକୁ ଯାଇଥିବା ପ୍ରକାଶ ପାଇଛି ।  ତେଣୁ କଥାଉଠିବା ସ୍ବାଭାବିକ୍ ଯେ , ଶହେ ଅନ୍ତେବାସିନୀ ରହୁଥିବା ଏହି ହଷ୍ଟେଲରେ ରାତିରେ ପ୍ରଧାନଶିକ୍ଷୟିତ୍ରୀ ବା ମହିଳା ଉଆର୍ଡେନ୍ ରହନ୍ତିନାହିଁ । ଏହାର ସୁଯୋଗ ନେଇ ବରାବର ହଷ୍ଟେଲରେ ଏପରି ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ଲୋକେ ଆଲୋଚନା କରୁଛନ୍ତି । ଅବଶ୍ୟ ଏଇ ଘଟଣାପରେ କେହି ବିଭାଗୀୟ ଉଚ୍ଚ ଅଧିକାରୀ ସେଠାକୁ ଯାଇ ଥିଲେ କି ନାଇଁ , ଜଣାପଡିପାରି ନାହିଁ ।

ଆମର ଏକ ପ୍ରତିନିଧିଦଳ ବଲାଙ୍ଗୀରରୁ ସୁବଳୟା ଯାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଭେଟିବାକୁ ଚାହିଁବାରୁ ପିଅନ ସେ ସୋନପୁର ଯାଇଥିବା ଓ ସେ ଫୋନ୍ ଯୋଗେ ତାଙ୍କୁ ପଚାରିବାରୁ ସେ ବିଇଓ / ବିଇଓଙ୍କ ଅନୁମତି ଆଣନ୍ତୁ ବୋଲି କହି ଏଡାଇ ଯାଇଥିଲେ । ପୁଣି ତାଙ୍କୁ ତାଙ୍କ ନମ୍ବରରେ ଯୋଗାଯୋଗ କରାଯିବାରୁ ତାଙ୍କ ସ୍ବାମୀ ଫୋନ୍ ଉଠାଇ ମୁଁ ବି ଜଣେ ସାମ୍ବାଦିକ । ମୋ ନାଁ ସୁଶାନ୍ତ ତରିଆ । ଆମେ ମେଡିକାଲ କାମରେ ଆସିଛୁ । ଆପଣ ଯାହା କରିବେ କରନ୍ତୁ ' ବୋଲି କହିଥିଲେ । ତେବେ ଏହି ସ୍କୁଲ୍ ରେ ଯଦି ଏତେ କାଇଦା କଟକଣା ରହିଛି , ବାଡାଡେଇଁ ଟୋକା ଝିଅଙ୍କ ହଷ୍ଟେଲକୁ ପଶୁଛନ୍ତି କେମିତି ଓ ଏଥର ଧରିପଡିଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । 

ଅନ୍ୟପକ୍ଷରେ ଉକ୍ତ ଅଭିଯୁକ୍ତଯୁବକଙ୍କ ବାପା ତଥା ସଭାପତି ମଧ୍ୟ ଜଣେ ସାମ୍ବାଦିକ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ ।

ଚର୍ଚ୍ଚାହେଉଛି ଯେ, ଏହି ହଷ୍ଟେଲରେ ପିଲାଙ୍କ ଖାଦ୍ୟପେୟରୁ ପ୍ରତିମାସ ବ୍ୟାପକ ବାଟମାରଣା ହେଉଛି ଓ ନିମ୍ନମାନର ଖାଦ୍ୟ ଦିଆଯାଉଛି । ଏହାର ଭାଗ ଅଧିକାରୀଙ୍କ ପାଖକୁ ଯାଉଛି ଏବଂ ଖାସ୍ ଏଇଥିପାଇଁ ସ୍କୁଲର ଶିକ୍ଷୟିତ୍ରୀ, ଉଆର୍ଡେନ ପରିଚାଳନା କମିଟି ଓ ସ୍ଥାନୀୟ କୁଜି ରାଜନେତା, ଟାଉଟର , ତଥାକଥିତ ସାମ୍ବାଦିକମାନଙ୍କ ଭିତରେ ଟଣାଓଟରା ଚାଲିଛି । ସବୁଠାରୁ ଗୁରୁତର ବିଷୟ ଯେ ଏହି ସ୍କୁଲ ଓ ହଷ୍ଟେଲର ଏଭଳି ଯୌନକେଳେଙ୍କାରୀ ଘଟଣା ଓ ଅଭିଯୋଗ । 

ସୁବର୍ଣ୍ଣପୁର ଜିଲ୍ଲାରେ ଏଭଳି ୬ ଟି କେଜିବିଭି ରହିଛି । ସେଗୁଡିକ ମଧ୍ୟରେ ସୋନପୁର ସହରରେ ଦୁଇଟି , ବିନକା ବ୍ଲକ୍ ର ସେଲେଡି , ଡୁଙ୍ଗୁରିପାଲି ବ୍ଲକ୍ ର ମାୟବର୍ହା , ତରଭା ବ୍ଲକ୍ ର ଅତାସିଂହା ଓ ବୀରମହାରାଜପୁର ବ୍ଲକ୍ ର ଏହି ସୁବଳୟା । ଅନ୍ୟାନ୍ୟ ସ୍ଥାନରେ ମୁଖ୍ୟତଃ ପିଲାଙ୍କ ମାସିକ ମେସ୍ ଖାଦ୍ୟପେୟରୁ ନିୟମିତ ବାଟମାରଣା ହୋଇଚାଲିଥିବା ଅଭିଯୋଗ ପ୍ରକାଶ ପାଇ ଆସୁଛି । ଗୁରୁତର ଅଭିଯୋଗ ଏହା ଯେ, ଏହିସବୁ ଆବାସିକ ସ୍କୁଲରେ ବିଭାଗୀୟ ଅଧିକାରୀଙ୍କ ସହ ମିଶି କମିଟିକର୍ମକର୍ତ୍ତାଙ୍କ ଦ୍ବାରା ବାଟମାରଣା ଚାଲିଆସୁଛି ।  ଏହି ସ୍କୁଲମାନଙ୍କରେ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ନିଯୁକ୍ତି ବଦଳିରେ ସେଇଭଳି ଲୋକଙ୍କୁ ସୁବିଧାସୁଯୋଗ ପ୍ରଦାନ କରାଯାଇ ଅଧିକାରୀ ହାତଚିକ୍କଣ କରୁଥିଲେ ହେଁ , ବରିଷ୍ଠ ପ୍ରାଶାସନିକ ଅଧିକାରୀ ଓ ରାଜନୈତିକ ସଂରକ୍ଷଣ ଯୋଗୁଁ ସେମାନେ ବର୍ଷ ବର୍ଷ ଧରି ନିରଙ୍କୁଶ ରହିଆସିଛନ୍ତି ।  ଦେଖାଯାଉ , ନୂଆସରକାର ଏଥିପ୍ରତି କେତେ ଦୃଷ୍ଟି ଦେଉଛନ୍ତି ବୋଲି ଜନସାଧାରଣ ମତବ୍ୟକ୍ତ କରନ୍ତି ।

ଏହି ଘଟଣାପରେ ଏହି ଆବାସିକ ବାଳିକା ବିଦ୍ୟାଳୟରୁ ତୁରନ୍ତ ପ୍ରଧାନଶିକ୍ଷୟିତ୍ରୀ , ଉଆର୍ଡେନ୍ କୁ ବଦଳି ଓ ଦାୟିତ୍ୱହୀନତା ନିଆ ତାଙ୍କ ବିରୁଦ୍ଧରେ ଦୃଢ ଦୃଷ୍ଟ୍ବାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ ସହିତ ପରିଚାଳନା କମିଟିକୁ ଭାଙ୍ଗି ନୂଆକମିଟି ଗଠନ କରାଯିବାକୁ ସ୍ଥାନୀୟଲୋକେ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like