-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ରାଜ୍ୟ

ନିଜ ଅଧିକାର ରୁ ବଞ୍ଚିତ ଫିରିଙ୍ଗିଆ ପଞ୍ଚାୟତବାସୀ

06-Jul-2024



କନ୍ଧମାଳ//  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ,ଫିରିଙ୍ଗିଆ ଗ୍ରା.ପ ୱାର୍ଡ଼ ନଂ-୧,ଖଜିରୀପଡ଼ା ଗ୍ରାମର ମୂଳ ବାସିନ୍ଦା ପ୍ରଶାସନିକ ଅବହେଳା ଯୋଗୁ ଦିର୍ଘ ଦିନ ହେବ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି । ଘଟଣାରୁ ଜଣାପଡ଼ିଛି ଯେ କିଛି ଦୁବୃତ୍ତ ଉଦେଶ୍ୟ ମୁଳକ ବାଣିଜ୍ୟ ବାହାନାରେ ଫିରିଙ୍ଗିଆ କୁ ଆସି ଧିରେ ଧିରେ ସେଠାରେ କିଛି ମୂଳ ବାସିନ୍ଦାଙ୍କୁ ବସିଭୁତ  କରି ସେଠାରେ ବଷବାଷ କଲାପରେ ସେଠାକାର ମୁଳ ବାସିନ୍ଦାଙ୍କ ମଧ୍ୟରେ ଫାଟ ଶୃଷ୍ଟି କରି କିଛି ସରକାରୀ କର୍ମକର୍ତ୍ତା ଙ୍କ ଜରିଆରେ ଲାଭ ଉଠାଉଥିବା ଜଣାପଡ଼ିଛି । ଖଜୁରୀପଡ଼ା ଗ୍ରାମ ର ମୂଳ ବାସିନ୍ଦା, ଅବସରପ୍ରପ୍ତ ଭାରତିୟ ବାୟୁ ସେନାର କର୍ମଚାରୀ,ଜନଜାତି,ବରିଷ୍ଠ ନାଗରିକ ପ୍ରମନିଧି ଦିଗାଲଙ୍କ ପୁର୍ବପୁରୁସାନି ଭୂମିକୁ ମୂଳ ବାସିନ୍ଦା ମାନଙ୍କ ବାରମ୍ୱାର ବାରଣ ସତ୍ତ୍ୱେ ପ୍ରଥମେ ନିଜେ ବ୍ୟକ୍ତିଗତ ଲାଭ ପାଇଁ ପ୍ରୟାସ କରିଥିଲେ,ପରେ ରାଜନୈତକ ଚାପରେ ଡବଲ ପଟ୍ଟା କରି ଭମି ହଡ଼ପ, ଜାତିଭାଇଙ୍କୁ ମତେଇ ଜାତିଭାଇ ମାନଙ୍କ ମଧ୍ୟରେ ଗଣ୍ଡଗୋଳ କରାଇ ଭୂମି ହଡ଼ପ କରିବାକୁ ପ୍ରୟାସ କଲା ପରେ ଯେତେବେଳେ ଦୁର୍ବୃତ୍ତ ସବୁ ଚକ୍ରାନ୍ତରେ ବିଫଳ ହେବାରୁ ପରିଶେଷରେ କିଛି ସରକାରୀ କର୍ମକର୍ତ୍ତାଙ୍କ ଜରିଆରେ ଭୂମି ହଡ଼ପ କରିବାକୁ ପ୍ରୟାସ କରିବାରୁ ଘରୁନ ବାହାରିବାକୁ ନୀୟମ ନଥିବା ବେଳେ ଦିଗାଲ ଲକଡ଼ାଉନ ସଟଡ଼ାଉନ ସମରେ ଅନେକ ବାଦ୍ଧାବିଘ୍ନ ସହି ବହୁ କଷ୍ଟରେ କଟକ ଉଚ୍ଚ ନ୍ୟାୟଳୟର ଆଶ୍ରୟ ନେଇଥିଲେ । ପରିଶେଷରେ କଟକ ଉଚ୍ଚ ନ୍ୟାୟଳୟର ବିଚାର ପତି ମଧ୍ୟ ଏହି ପରିସ୍ଥିତିକୁ ବୁଝିପାରୀ ଫିରିଙ୍ଗିଆ ତହସିଲଦାରଙ୍କୁ ନ୍ୟାୟ ପୁର୍ଣ୍ଣ ନିସ୍ଫତି ଗ୍ରହଣ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ଆଦେଶ କରିଥିଲେ । ଏହି ପରି ବାରମ୍ୱାର ସବୁ କ୍ଷେତ୍ରରେ ବିଫଳ ହେବା ପରେ ଦୁର୍ବୃତ୍ତ ଦାରିଙ୍ଗବାଡ଼ି ଯୋଗାଯୋଗ କରି ସେହି ବିବାଦୀୟ ଭୁମିରେ ଜରଜବଦସ୍ତ ମାନ୍ୟବର ଅଦାଲତ ସମେତ ଉଚ୍ଚ ପଦାଧିକାରିଙ୍କୁ ଅବଜ୍ଞା କରି, ଅବାଧ୍ୟା ହୋଇ ଜରଜବଦସ୍ତି ଦିଗାଲଙ୍କୁ ଶାରୀରିକ ଓ ମାନସିକ ଜନ୍ତ୍ରଣା ଦେଇ ଭୁମିକୁ ହଡ଼ପ କରିବା ପ୍ରୟାସରେ ଆଦ୍ୟାବଧି ଜରଜବରଦସ୍ତି ଦାରିଙ୍ଗବାଡ଼ିର କିଛି ଲୋକ ଜରିଆରେ ଦାରିଙ୍ଗବାଡ଼ି ଢ଼ାବା ଚଲାଉଥିବା ଜଣାପଡ଼ିଛି। ଦିଗାଲ ଏହି ବୃଦ୍ଧ ଅବସ୍ତାରେ ସରକାରୀ କାର୍ଯ୍ୟୋଳୟ ନ୍ୟାୟ ଆଶାରେ ଧାଇଁ ଧାଇଁ ନାହିଁ ନଥିବା ଅସୁବିଧାର ସମ୍ମୁକ୍ଷନ ହେଉଥିବା ବେଳେ ବାରମ୍ୱାର ସରକାରଙ୍କ ଦ୍ୱାରା ନିରାଷ ହେଉଥିବା ଜଣାପଡ଼ିଛି। ଏପରି କି ଉକ୍ତ ଭୁମିରେ ଏମ.ସି ନଂ-୩୫/୨୦୨୩ ୟୁ.ଏସ୍ ୧୪୪ ସିଆର୍.ପି.ସି ମଧ୍ୟ ହୋଇଥିବା ସତ୍ତ୍ୱେ ଅର୍ଥବଳ ସମେତ ବାହୁ ବଳ ଓ ରାଜନୈତିକ ବଳ ଦ୍ୱାରା ପ୍ରଶାସନିକ କର୍ମକର୍ତ୍ତାଙ୍କୁ ମୌନ ରଖି ଦାଦାଗିର କରି ଦାରିଙ୍ଗବାଡ଼ି ଢାବାକୁ ପୁଣି ମରାମତି କରି ଚାଲାଉଥିବା ସମେତ ଜାଣିଶୁଣି ବେଖାତର ହୋଇ ଦିଗାଲଙ୍କ ଭୂମିରେ ହଟେଲର ମଇଳା ଅବର୍ଯନା ପକାଇ ଅପରିସ୍କାର କରୁଥିବା ଜଣାପଡ଼ିଛି । ନିରୀହ ଦଳିତ ମାନଙ୍କ ଉପରେ ଏହି ପରି ଅତ୍ୟାଚାର କିଛି ନୁଆ କଥା ନୁହେଁ,ପୁର୍ବରୁ ମଧ୍ୟ ଦେଶରେ ଅନେକ ସ୍ଥାନରେ, ଅନେକ ଥର ଏହି ପରି ଦଳିତ ଅତ୍ୟାଚାର ଅନେକ ପତ୍ରିକାରେ ଉଲ୍ଲେଖ ରହିଥିବା ଦେଖାଯାଇଛି । ସେଥିପାଇଁ ତ ଦଳିତ ମାନଙ୍କ ସ୍ୱଭିମାନର ସୁରକ୍ଷାକୁ ଧ୍ୟାନରେ ରଖି ପରିଶେଷରେ କେନ୍ଦ୍ର ସରକାର ମଧ୍ୟ ଅନେକ କଡ଼ା ଆଇନ୍ କରିଛନ୍ତି ସତ କିନ୍ତୁ ତଥାପି ଦଳିତ ଉପରେ ଅତ୍ୟାଚାର କମିବାର ନାମ ନେଉ ନଥିବା ଜଣାପଡ଼ିଛି ।ଦଳିତ ବର୍ଗ ଲୋକଙ୍କ ଦଃଖଦୁର୍ଦ୍ଦସା କଣ ଏହିପରି ଲାଗିରହିବ ? ସର୍ବସାଧାରଣଙ୍କ ମନରେ ଏଭିଳି ଅନେକ ପ୍ରଶ୍ନ ଉପୁଜିବା ସ୍ୱଭାବିକ କଥା । ରାଜ୍ୟରେ ପ୍ରଥମଥର ପାଇଁ ବି.ଜେ.ପି ନୁତନରେ ସରକାର ଗଠନ କରିଅଛି ସତ କିନ୍ତୁ ଦେଖାଯାଇ କଣ ପୁର୍ବ ସରକାର ଭଳି ଏହି ସରକାର ମଧ୍ୟ ମୌନ ରହିବ ନା କିଛି କରିବ ? ଏହାତ ସମୟ ହିଁ କହିବ । ନିର୍ବାଚନ ସମୟରେ ଦିଗାଲ ଏହି ଦୁଃଖଦୁର୍ଦ୍ଦସାର ସମାଧାନ ସକାଶେ ଦେଶର ପ୍ରଧାନ ମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଜି,ମାନ୍ୟବର ରାଜ୍ୟପାଳ ରଘୁବର ଦାସ୍ ଓ ଅନ୍ୟମାନଙ୍କୁ ମଧ୍ୟ ଗୁହାରି କରିଥିବା ଜଣାପଡ଼ିଛି। ବେଳଥାଉନୁ ଜଦି ସରକାରଙ୍କ ଦ୍ୱାରା କିଛି ଦୃଡ଼ ପଦକ୍ଷ୍ୟପ ଗ୍ରହଣ ନ କରାଗଲେ ମୂଳ ବାସିନ୍ଦା ଆଗାମି ଦିନରେ ଭୂମିହିନ ହୋଇଯିବାର ଜଥେଷ୍ଟ ସମ୍ଭାବନ ରହିଥିବା ଜନତାଙ୍କ ମଧ୍ୟରେ ଅଲୋଚନା କରୁଥିବା ଜଣାପଡ଼ିଛି । ପ୍ରଶାସନର ମୌନତା ଯୋଗୁଁ ଜଦି ଥାନାର ମାତ୍ର କିଛି ବ୍ୟବଧାନ ଦୁରରେ ଏହି ପରି ଅନ୍ୟାୟ ଉପରେ ଅନ୍ୟାୟ କରି ପୁର୍ବପୁରୁସାନି ଭୂମି ହଡ଼ପ ଚାଲିଛି ତାହାଲେ ଥାନାର ଦୁରଦୁରାନ୍ତର ସ୍ଥାନ ଗୁଡ଼ିକରେ ମୂଳ ବାସିନ୍ଦାଙ୍କ ଉପରେ କଣ ନ ହେଉଥିବା ଏଥିରୁ ଠିକ ଅନୁମାନ କରାଯାଇ ପାରେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like