-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
28-Dec-2020
ବଲାଙ୍ଗିର- ସଦର ବ୍ଲକ ଅନ୍ତର୍ଗତ କର୍ଲାପିଟା ହାଇସ୍କୁଲ ଠାରେ ଓଡିଶା ମାଟିରେ ବର୍ଣ୍ଣ ବିଭବ ବୁଣି ଦେଇଥିବା ମହାନ ସ୍ରଷ୍ଟା ପୁରୁଷ ଭକ୍ତ କବି ମଧୁସୂଦନ ରାଓଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଧୁସୂଦନ ରାଓଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ୧୮୯୫ ମସିହାରେ ତାଙ୍କ ଦ୍ୱାରା ରଚିତ ବର୍ଣ୍ଣବୋଧ ରେ ଥିବା ଛାନ୍ଦ, ଶିଶୁ ଗୀତ ଆଦି କୋମଳମତି ବାଳକ ବାଳିକା ଙ୍କ ମନରେ କିପରି ଗଭୀର ପ୍ରଭାବ ପକାଉଥିଲା ଓ ଏବେ ମଧ୍ୟ ପକାଉଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ମୌସୁମୀ ନାୟକ ଶିଶୁ ସାହିତ୍ୟ ରଚନାରେ ମଧୁସୂଦନ ରାଓଙ୍କ କୃତି ଓ କୀର୍ତ୍ତି ସ୍ଥାପନ ତାଙ୍କୁ ଚିରସ୍ମରଣୀୟ ରଖିବ ବୋଲି ନିଜ ଅଭିଭାଷଣରେ କହିଥିଲେ । ଆଦର୍ଶ ଶିକ୍ଷାଦାନ ପ୍ରଣାଳୀ, ଗମ୍ଭୀରତା, ନିର୍ମଳ ଚରିତ୍ର ଓ ଅକପଟ ସ୍ନେହ ଯୋଗୁଁ ସେ ଛାତ୍ର ମାନଙ୍କର ପ୍ରିୟ ଥିଲେ ବୋଲି ବରିଷ୍ଠ ଶିକ୍ଷକ ନବକୁମାର ବେହେରା ନିଜ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ମାନସ ମିଶ୍ର, ସୁଦାମ ସୁନା, ରେଣୁସ୍ମିତା ମଲ୍ଲିକ, ଗୀତାଞ୍ଜଳି ରଣା, ନଳିନୀ ପାତ୍ର ପ୍ରମୁଖ ଶ୍ରୀ ରାଓଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ଶିକ୍ଷକ ସୁଦାମ ସୁନା ଧନ୍ୟବାଦ ଦେଇଥିଲେ ।