-+91-9937148622 |

prerana_bgr@rediffmail.com |

  Sunday 15th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ   (14-Mar-2026)       ||      ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ♦️ ୫୦, ୯୬୨ଟି ମାମଲାର ଫଇସଲା    (14-Mar-2026)       ||      ପ୍ରେରଣା’ ତରଫରୁ ତଥା ‘ସଂପୂର୍ଣ୍ଣା’ ଅନୁଷ୍ଠାନର ସହଯୋଗରେ ରଙ୍ଗୋଲି ପ୍ରତିଯୋଗିତା   (14-Mar-2026)       ||      ସିଆରପିଏଫଙ୍କ ଜନ ସମ୍ପର୍କ ଶିଖାଇଲା ଶୃଙ୍ଖଳା   (14-Mar-2026)       ||      ମାୟାବର୍ହା ରେ ଗଣିତ ଦିବସ   (14-Mar-2026)       ||      *ସୁବର୍ଣ୍ଣପୁର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୨ ଲକ୍ଷ ୨୯ ହଜାର ଫାଇନ ଆଦାୟ*-   (14-Mar-2026)       ||      ନବରଙ୍ଗପୁର ଜିଲ୍ଲାରେ ଘରୋଇ ଗ୍ୟାସ ବୁକିଂ ହେଉନି : ଲୋକେ ଚିନ୍ତାରେ,,,,, ଗାଁ ଠୁ ସହର ସବୁଠି LPG ଗ୍ୟାସ ତାତି   (14-Mar-2026)       ||      *ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*   (14-Mar-2026)       ||      *ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   (14-Mar-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (14-Mar-2026)       ||      *ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   (14-Mar-2026)       ||      ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   (14-Mar-2026)       ||      ବଲାଙ୍ଗୀର ଜିଲ୍ଲାରେ କ୍ରୀଡାଭିତ୍ତିଭୂମି ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି   (13-Mar-2026)       ||      ଡୁଙ୍ଗୁରିପାଲି ବ୍ଲକ ରେ ବାଟବଣା ହରିଶ୍ଚନ୍ଦ୍ର ଯୋଜନା   (13-Mar-2026)       ||      ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ    (13-Mar-2026)       ||      ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   (13-Mar-2026)       ||      *ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   (13-Mar-2026)       ||      ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   (13-Mar-2026)       ||      ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   (13-Mar-2026)       ||      *ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ*   (13-Mar-2026)       ||     

HOME   ରାଜ୍ୟ

ଦିଲ୍ଲୀରେ ସାଂସଦ ଅନନ୍ତ ନାୟକ ଓ ବଳଭଦ୍ର ମାଝୀଙ୍କୁ ଭବ୍ୟ ସମ୍ୱର୍ଦ୍ଧନା

04-Jul-2024



ନୂଆଦିଲ୍ଲୀ(ପ୍ରେରଣା ଖବର): ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱା.ଓ.ସୋ )ତରଫରୁ ଏଠାରେ ନବ ନିର୍ବାଚିତ କେଉଁଝରର ସାଂସଦ ଅନନ୍ତ ନାୟକ ଏବଂ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏହି ଉପଲକ୍ଷେ ନୂଆଦିଲ୍ଲୀର ଓଡିଶା ନିବାସ ଠାରେ ଆୟୋଜିତ ଏକ ମନୋଜ୍ଞ ସମାବେଶରେ ଉଭୟ ଲୋକସଭା ସଦସ୍ୟଙ୍କୁ ୱା.ଓ.ସୋ ତରଫରୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ଏବଂ ଫଳକ ପ୍ରଦାନ କରାଯାଇ ବାଧାଇ ଜଣାଯାଇଥିଲା। ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଏବଂ ଆଇ. ଟି. ସାଧାରଣ ସମ୍ପାଦକ ତଥା ଯାଜପୁରର ନବ ନିର୍ବାଚିତ ସାଂସଦ ଡ଼ଃ ରଵୀଦ୍ର ନାରାୟଣ ବେହେରାଙ୍କର ନେତୃତ୍ୱରେ ଆୟୋଜିତ ଏହି ସମ୍ୱର୍ଦ୍ଧନା ଆସରରେ ୱା.ଓ.ସୋ ର ବହୁ ସଦସ୍ୟ ଓ ଶୁଭେଚ୍ଛୁ ଯୋଗ ଦେଇଥିବା ଦେଖା ଯାଇଥିଲା l 

ସମାବେଶକୁ ସମ୍ବୋଧନ କରି ୱା.ଓ.ସୋ ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ନୂତନ ଏଵଂ ସୁବର୍ଣ୍ଣ ଓଡିଶା ଗଠନ ପାଇଁ  ୱାର୍ଲଡ଼ ଓଡ଼ିଶା ସୋସାଇଟିର ରହିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ଉଭୟ ସାଂସଦଙ୍କର  ସକ୍ରିୟ ସହଯୋଗ କାମନା କରିଥିଲେ। ଯାଜପୁରର ସାଂସଦ ଡ଼ଃ ରବୀନ୍ଦ୍ର  ନାରୟଣ ବେହେରା, ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ସକାଶେ ୱା.ଓ.ସୋର ବହୁବିଧ ଯୋଜନା ଏବଂ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସାଂସଦ ଅନନ୍ତ ନାୟକ, ପ୍ରାକୃତିକ ପ୍ରାଚୁର୍ଯ୍ୟ ଭରା କେଉଁଝର ରାଜ୍ୟର ସବୁଠୁ ଅବହେଳିତ ଜିଲ୍ଲା ଭାବରେ ପରିଗଣିତ ହେଉଥିବା ନେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ହେବାପରେ କେଉଁଝର ବାସୀଙ୍କୁ ବିକାଶର ଶୀଖର ଦୃଶ୍ୟମାନ ହେବା ନିଶ୍ଚିତ ବୋଲି ଶ୍ରୀ ନାୟକ ଦମ୍ଭର ସହିତ ସୂଚାଇଥିଲେ।
ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁରବାସୀ ତାଙ୍କ ପ୍ରତି ପ୍ରଦାନ କରିଥିବା ଅଜସ୍ର ଆଶୀର୍ବାଦ ନେଇ ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ସେ ହୋହାଲ୍ଲା ଓ ଚର୍ଚ୍ଚା, ଆଲୋଚନାରୁ ଦୂରରେ ରହି ସଦାସର୍ବଦା ତୃଣମୂଳ ସ୍ତରରେ ଲୋକଙ୍କର ସ୍ୱାର୍ଥ ସାଧନ ଓ ସମସ୍ୟା ସମାଧାନ ନେଇ ଉତ୍ସର୍ଗୀକୃତ ସେବା କରି ଆସିଥିବାରୁ ଭୋଟଦାତା ମାନେ ତାଙ୍କ ପ୍ରତି ପ୍ରଚଣ୍ଡ ଆସ୍ଥା ଓ ଅଖଣ୍ଡ ଭରସା ପ୍ରକଟ କରିଥିବା ଦର୍ଶାଇଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ୱା.ଓ.ସୋ ର ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର  ମୁଖ୍ୟ ସଂଯୋଜକ ଉମାକାନ୍ତ ଜେନା, ସାଧାରଣ ସମ୍ପାଦକ ଜ୍ଞାନ ପ୍ରକାଶ ଜେନା, ବ୍ୟଞ୍ଜନ ବିଭାଗର ସଂଯୁକ୍ତ ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକ, ମହିଳା ଶାଖାର ଉପ-ସଭାପତି ରୀତା ପାତ୍ର, ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହରା, ବରିଷ୍ଠ ସଦସ୍ୟ ଆଚାର୍ଯ୍ୟ ଅଭିମନ୍ୟୁ, ସ୍ୱପ୍ନାରାଣୀ ରାଉତ, ବିଜେପିର ଯୁବ ନେତା ଚିତ୍ତରଞ୍ଜନ ସାହୁ ଓ ପ୍ରଧାନମନ୍ତ୍ରୀ ମ୍ୟୁଜିୟମର ଅଧିକାରୀ ଦିପ୍ତୀରଞ୍ଜନ ସାହୁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ   14-Mar-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ♦️ ୫୦, ୯୬୨ଟି ମାମଲାର ଫଇସଲା   14-Mar-2026
  ଜିଲ୍ଲା  
ପ୍ରେରଣା’ ତରଫରୁ ତଥା ‘ସଂପୂର୍ଣ୍ଣା’ ଅନୁଷ୍ଠାନର ସହଯୋଗରେ ରଙ୍ଗୋଲି ପ୍ରତିଯୋଗିତା   14-Mar-2026
  ଜିଲ୍ଲା  
ସିଆରପିଏଫଙ୍କ ଜନ ସମ୍ପର୍କ ଶିଖାଇଲା ଶୃଙ୍ଖଳା   14-Mar-2026
  ଜିଲ୍ଲା  
ମାୟାବର୍ହା ରେ ଗଣିତ ଦିବସ   14-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୨ ଲକ୍ଷ ୨୯ ହଜାର ଫାଇନ ଆଦାୟ*-   14-Mar-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ଘରୋଇ ଗ୍ୟାସ ବୁକିଂ ହେଉନି : ଲୋକେ ଚିନ୍ତାରେ,,,,, ଗାଁ ଠୁ ସହର ସବୁଠି LPG ଗ୍ୟାସ ତାତି   14-Mar-2026
  ଜିଲ୍ଲା  
*ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*   14-Mar-2026
  ଜିଲ୍ଲା  
*ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   14-Mar-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   14-Mar-2026
  ଜିଲ୍ଲା  
*ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   14-Mar-2026
  ଜିଲ୍ଲା  
ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   14-Mar-2026

You Might Also Like