-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
30-Jun-2024
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ସାମ୍ବାଦିକଙ୍କ ପ୍ରତି ଆକ୍ରୋଶର ପ୍ରତିବାଦ କରିଛନ୍ତି ଆଜି ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଙ୍ଗଠନ l ସ୍ଥାନୀୟ ପ୍ରଭାସ ଲଜ ଠାରେ ଆଜି ସକାଳ ୯ଟା ସମୟରେ ଉଭୟ ଜିଲ୍ଲା ର କିଛି ସାମ୍ୱାଦିକ ମାନଙ୍କ ଏକ ବନ୍ଧୁ ମିଳନ ହୋଇଥିଲା l ପରେ ପରେ ସୋନପୁର ଥାନା ଆଗରେ ଆଜି ଉଭୟ ଜିଲ୍ଲା ର ସାମ୍ୱାଦିକ "ସାମ୍ୱାଦିକଙ୍କ ସୁରକ୍ଷା ଆଇନ" ଉପରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ବଲାଙ୍ଗିର ଜିଲ୍ଲା ର ବରିଷ୍ଠ ସାମ୍ୱାଦିକ ରଘୁନନ୍ଦନ ସିଂ, ମହେନ୍ଦ୍ର ଦର୍ଜି, ରାଜ କିଶୋର ପର୍ଡିଆ, ଦେବେନ୍ଦ୍ର ବାରିକ ଙ୍କ ସମେତ ସୁବର୍ଣ୍ଣପୁର ର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରୀପାଠୀ, ପୀତାମ୍ବର ମହାପାତ୍ର , ମହାଦେବ ମଲ୍ଲିକ, ରାଜ କିଶୋର ତ୍ରୀପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଅର୍ଗସ ମହିଳା ସାମ୍ବାଦିକଙ୍କ ନିକଟକୁ କୁକୁର ଛାଡି ଆକ୍ରମଣ ଘଟଣାର ନିନ୍ଦା କରିବା ସହିତ ଏହାର ପ୍ରତିବାଦ କରିଛନ୍ତି ଉଭୟ ଜିଲ୍ଲା ର ଜିଲ୍ଲାର ବରିଷ୍ଠ ତଥା କାର୍ଯ୍ୟକାରୀ ସାମ୍ବାଦିକ l । ଏହି ସମ୍ବେଦନଶୀଳ ଘଟଣାରେ ସମ୍ପୃକ୍ତ ଥିବା ପ୍ରାକ୍ତନ ମନ୍ତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ପୁଣି ସରକାର ଙ୍କୁ ସ୍ଵର ଉତ୍ତୋଳନ କରି ଦାବି କରିଛନ୍ତି ।