-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
30-Jun-2024
କଟକ : ରାଜ୍ୟରେ ଏଥର ଜଣେ ଆଦିବାସୀ ବା ଜନଜାତି ସଂପ୍ରଦାୟର ମୁଖ୍ୟମନ୍ତ୍ରୀ ହେବେ ବୋଲି କରିଥିବା ଭବିଷ୍ୟବାଣୀ ସତ ପ୍ରମାଣିତ ହେବା ସହ ବାସ୍ତୁଶାସ୍ତ୍ରରେ ପାଣ୍ଡିତ୍ୟ ଲାଭ କରି ଜାତୀୟ ସ୍ତରରେ ନିଜର ପ୍ରତିଭାକୁ ପ୍ରତିପାଦନ କରିଥିବା ବରିଷ୍ଠ ବାସ୍ତୁଶାସ୍ତ୍ରୀ ଡ଼ଃ.ମନୋଜ କୁମାର ଲେଙ୍କା ଙ୍କୁ ଚଳିତ ବର୍ଷ ପାଇଁ ଜାତୀୟ ଆଇକନ୍ ସମ୍ମାନରେ ସମ୍ମାନିତ କରିବା ସହ ବ୍ରୋଞ୍ଚ ପଦକ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହ ଗ୍ରାମ ଉନ୍ନୟନ ମନ୍ତ୍ରାଳୟ ଓ ଭାରତ ଟିଭି ମିଳିତ ସହଯୋଗରେ ଦିଲ୍ଲୀର ଦୂରଦର୍ଶନ ଭବନରେ ଆୟୋଜିତ ଏହି ସମାରୋହରେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠାଓ୍ବାଲେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଜାତୀୟ ସ୍ତରର ସମ୍ମାନ ରେ ସମ୍ମାନୀତ କରିବା ସହ ବ୍ରୋଞ୍ଚ ପଦକ ପ୍ରଦାନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟର ବିଧାୟକ ଶ୍ୟାମ ଘନୀ ସମ୍ମାନୀତ ଅତିଥି ଭାବେ ଏହି ସମାରୋହରେ ଯୋଗଦେଇ ଡ଼ଃ ଲେଙ୍କା ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ତେବେ ବାସ୍ତୁଶାସ୍ତ୍ରୀ ଡ଼ଃ ମନୋଜ ଏବେ ହାପି ଲିଭିଙ୍ଗି ଫାଉଣ୍ଡେସନ ର ଅଧ୍ୟକ୍ଷ ସହ ଏସିୟାନ ଆଷ୍ଟୋ କଂଗ୍ରେସ ର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଅଛନ୍ତି । ଏହି ସମ୍ମାନଜନକ ସମ୍ନାନ ରେ ସମ୍ମାନୀତ ହେବା ପରେ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ଶୁଭକାମନା ଓ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି ।