-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||     

HOME   ରାଜ୍ୟ

ବିଡିଓଙ୍କ ପରିଚୟ ଦେଇ ୨ ଅଧ୍ୟାପକଙ୍କ ଆକାଉଣ୍ଟରୁ ସାଇବର ଠକ ନେଇଗଲା ୪୦ ହଜାର,ଠକାମୀରୁ ଅଳ୍ପକେ ବର୍ତ୍ତିଲେ ୨ କଲେଜ କର୍ମଚାରୀ

29-Jun-2024



ବାଲିପାଟଣା: ମୁଁ ବାଲିପାଟଣା ବ୍ଲକରୁ ବିଡିଓ କହୁଛି। ଆପଣଙ୍କ କଲେଜକୁ ମାକ୍ସ ବାବଦରେ ସରକାରଙ୍କ ତରଫରୁ ୪୦ ହଜାର ଟଙ୍କା ଅନୁଦାନ ଆସିଛି। କଲେଜ ଆକାଉଣ୍ଟରେ କୌଣସି ତ୍ରୁଟି ପାଇଁ ବ୍ଲକ ଆକାଉଣ୍ଟରୁ ଟଙ୍କା ଯାଇପାରୁ ନାହିଁ। କଲେଜର ୨/୩ ଜଣ କର୍ମଚାରୀଙ୍କ ଆକାଉଣ୍ଟ ଡିଟେଲସ କିମ୍ବା ୟନୋ ପେ’ ନମ୍ବର ଦିଅନ୍ତୁ ଟଙ୍କା ଛଡ଼ାଯିବ। ସାଇବର ଠକଙ୍କ ଚକ୍ରବ୍ୟୁହରେ ଫସି ୪୦ ହଜାର ଟଙ୍କା ହରାଇଛନ୍ତି ଓଡ଼ଖଣ୍ଡ କଲେଜର ୨ ଅଧ୍ୟାପକ। ହେଲେ ଶିଶୁ ଅନନ୍ତ ମହାବିଦ୍ୟାଳୟ ଏବଂ ବନମାଳୀପୁର କଲେଜ କର୍ତ୍ତୃପକ୍ଷ ଠକାମୀରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଆକାଉଣ୍ଟକୁ ଟଙ୍କା ଆସିବା ବଦଳରେ ଟଙ୍କା କଟିବା ପରେ ଜ୍ଞାନ ଉଦୟ ହୋଇଥିଲା।ଖୋଳତାଡ଼ ପରେ ସନ୍ଦୀପ ଚୌଧୁରୀ ନାମରେ କୌଣସି କର୍ମଚାରୀ ବ୍ଲକରେ କାର୍ଯ୍ୟ କରୁ ନ ଥିବା ସ୍ପଷ୍ଟ ହେବା ପରେ ସାଇବର ଠକାମିର ଶିକାର ହୋଇଥିବା ଜଣା ପଡିଥିଲା।
ସୂଚନା ଅନୁସାରେ ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତ ଓଡ଼ଖଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ଅଧ୍ୟାପକ ଆଜି ସାଇବର ଠକଙ୍କ ଦ୍ୱାରା ଲୁଟର ଶିକାର ହୋଇଛନ୍ତି। ସାଇବର ଠକ ନିଜକୁ ବିଡିଓ ବୋଲି ପରିଚୟ ଦେଇ କଲେଜ ଅଧ୍ୟ୍ୟକ୍ଷା ସାଗରିକା ମହାନ୍ତିଙ୍କ ଫୋନ୍‌କୁ ୮୦୯୩୫୫୨୮୯୪ରୁ  ଦିନ ୧୨ଟା ୪୫ରେ କଲ ଆସିଥିଲା। ବାଲିପାଟଣା ବ୍ଲକରୁ ବିଡ଼ିଓ କହୁଛି ବୋଲି ବ୍ୟକ୍ତି ଜଣଙ୍କ କହିଥିଲେ। କଲେଜକୁ ସରକାରଙ୍କ ତରଫରୁ ମାକ୍ସ ପାଇଁ ୪୦ ହଜାର ଟଙ୍କା ଆସିଛି। କଲେଜ ଆକାଉଣ୍ଟରେ କୌଣସି ତ୍ରୁଟି ଥିବା ହେତୁ ଟଙ୍କା ଟ୍ରାନ୍ସଫର ହୋଇ ପାରୁନାହିଁ। ଆପଣଙ୍କ କଲେଜର ୨ ରୁ ୩ ଜଣ କର୍ମଚାରୀଙ୍କ ୟୋନୋ ପେ’ ନମ୍ବର ଦେଲେ ଟଙ୍କା ଛଡ଼ାଯିବ ବୋଲି ବ୍ୟକ୍ତି ଜଣଙ୍କ କହିଥିଲା। ବ୍ଲକରୁ ଫୋନ ଆସିଥିବା କଥାକୁ ଅଧ୍ୟକ୍ଷା ସହଜରେ ବିଶ୍ବାସ କରିଥିଲେ। କଲେଜ ଅର୍ଥନୀତି ବିଭାଗ ଅଧ୍ୟାପକ ଅତନୁ କୁମାର ପଣ୍ଡା, ଓଡ଼ିଆ ଅଧ୍ୟାପକ ନାଥ ବିଶ୍ୱାଳ ଏବଂ ପଦାର୍ଥ ବିଜ୍ଞାନ ଡେମୋନେଷ୍ଟେଟର ନୃସିଂହ ଚରଣ ସ୍ୱାଇଁ ତାଙ୍କ ୟନୋ ପେ’ ନମ୍ବର ଦେଇଥିଲେ। ପରବର୍ତ୍ତୀ ସମୟରେ କଲେଜ ଛାତ୍ରଛାତ୍ରୀ ସଂଖ୍ୟା ବୁଝିବା ପରେ ଠକ ଜଣଙ୍କ କଥା ବଦଳାଇ ୬୦ ହଜାର ଟଙ୍କା ଆସିଥିବା ଅଧ୍ୟାପକଙ୍କୁ କହିଥିଲା ଏବଂ ଓଟିପି ନମ୍ବର ଦେବାର କିଛି ସମୟ ମଧ୍ୟରେ ଅର୍ଥନୀତି ଓ ଓଡ଼ିଆର ୨ ଅଧ୍ୟାପକଙ୍କ ଆକାଉଣ୍ଟ ରୁ ୪୦ ହଜାର ଟଙ୍କା କଟି ଯାଇଥିବା ଫୋନକୁ ମେସେଜ ଆସିଥିଲା। ଅନ୍ୟ ଜଣେ କର୍ମଚାରୀଙ୍କ ଆକାଉଣ୍ଟରେ ତ୍ରୁଟି ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆକାଉଣ୍ଟକୁ ଟଙ୍କା ଆସିବା ପରିବର୍ତ୍ତେ ଆକାଉଣ୍ଟରୁ ଟଙ୍କା କଟିବା ଦେଖି ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଘଟଣା ର ଖୋଳ ତାଡ଼ ପରେ ସନ୍ଦୀପ ଚୌଧୁରୀ ନାମରେ କେହି ବ୍ଲକରେ କୌଣସି କର୍ମଚାରୀ ନ ଥିବା ଜଣାପଡ଼ିଥିଲା।
 ସେହିପରି ସେହି ନମ୍ବରରୁ ବନମାଳୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟ୍ୟକ୍ଷ କଲ୍ୟାଣ କୁମାର ପଣ୍ଡାଙ୍କ ପାଖକୁ ଅପରାହ୍‌ଣ ପ୍ରାୟ ୨ଟାରେ ଫୋନ କଲ ଆସିଥିଲା। ମହାଦେବଙ୍କ ନୀତିପୂଜାରେ ବ୍ୟସ୍ତ ଥିବା ରୁ ଶ୍ରୀ ପଣ୍ଡାଙ୍କ ପତ୍ନୀ ଫୋନ କଲ ରିସିଭ କରିଥିଲେ। ସମାନ ଢଙ୍ଗରେ ବ୍ଲକରୁ ବିଡ଼ିଓ କହୁଛି। କଲେଜ ପାଣ୍ଠିକୁ ସରକାରୀ ଟଙ୍କା ଆସିଛି। କଲେଜର କିଛି କର୍ମଚାରୀଙ୍କ ୟୋନୋ ନମ୍ବର ମାଗିଥିଲା। ଅଧ୍ୟକ୍ଷ କଲେଜର ଜଣେ କର୍ମଚାରୀଙ୍କୁ ସେହି ନମ୍ବର ଦେଇ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ବୁଝିବାକୁ କହିଥିଲେ। କର୍ମଚାରୀ ଜଣଙ୍କ କଥା ହେବା ପରେ ହଠାତ ବିଶ୍ୱାସ କରି ପାରି ନ ଥିଲେ ଏବଂ ଜଣେ ଅଧ୍ୟାପକଙ୍କ ୟୋନୋ ନମ୍ବର ଠକକୁ ଡାକି ଦେଇଥିଲେ। ୟୋନୋ ନମ୍ବର ଦିଆ ଯାଇଥିବା ଅଧ୍ୟାପକଙ୍କ ଫୋନକୁ ଠକ ସାଙ୍ଗେ ସାଙ୍ଗେ ଫୋନ କରି ଓଟିପି ନମ୍ବର ଡାକିବାକୁ କହିଥିଲା। ହେଲେ ଅଧ୍ୟାପକ ଓଟିପି ନମ୍ବର ଡାକି ନ ଥିଲେ। ଆକାଉଣ୍ଟକୁ ଟଙ୍କା ଛାଡିବାକୁ କହିବା ପରେ ଫୋନ କଟି ଯାଇଥିଲା। ସୌଭାଗ୍ୟ ବଶତଃ ଅଧ୍ୟାପକ ଠକାମୀରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ସେହିପରି ବାଲିପାଟଣାସ୍ଥିତ ଶିଶୁ ଅନନ୍ତ କଲେଜ ଅଧ୍ୟ୍ୟକ୍ଷଙ୍କ ଫୋନକୁ କଲ ଆସିଥିଲା। ମାତ୍ର ଆକାଉଣ୍ଟ ବିବରଣୀ ଦେବାକୁ ରୋକ ଠୋକ ମନା କରିଦେଇଥିଲେ।

(ଭୁବନେଶ୍ବର (ବାଲିପାଟଣା)ରୁ ବିଶ୍ୱରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026

You Might Also Like