-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ବୌଦ୍ଧ(ଜୟାନନ୍ଦ ମିଶ୍ର): ୱାଲ୍ଡ ଚାରିଟି ୱେଲ୍ ଫାୟାର ଫାଉଣ୍ଡେସନ ଦିଲ୍ଲୀ ତରଫରୁ କଟକ ଶତାବ୍ଦୀ ଭବନ ଠାରେ ବୌଦ୍ଧ ଜିଲ୍ଲାର ବରିଷ୍ଠ ଶିକ୍ଷକ, କବି, ଗାଳ୍ପିକ ଓ ସ୍ତମ୍ଭକାର କାର୍ତ୍ତିକେଶ୍ୱର ନାୟକଙ୍କୁ ଆନ୍ତର୍ଜାତୀୟ ଶିକ୍ଷା ସମ୍ମାନରେ ସମ୍ମାନିତ କରାଯାଇଛି । ଦୀର୍ଘ ଦିନ ଧରି ଶିକ୍ଷକତା କରି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା, କବିତା ଓ ଗଳ୍ପ ମାଧ୍ୟମରେ ସମାଜକୁ ଏକ ମାନବ ଚେତନାଧର୍ମୀ ସୂଚନା ପ୍ରଦାନ କରିବାରେ ନାୟକ ଜଣେ ସିଦ୍ଧହସ୍ତ । ଏହା ସହିତ ସେ ଜଣେ ମିଷ୍ଟଭାଷୀ, ସ୍ନେହୀ ଓ ସରଳ ବ୍ୟକ୍ତି ଅଟନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନ ତାଙ୍କୁ ଆନ୍ତର୍ଜାତୀୟ ଶିକ୍ଷା ସମ୍ମାନ ପୁରସ୍କାର ପ୍ରଦାନ କରିଛି। ଏହି ପୁରସ୍କାର ପାଇବା ପରେ ତାଙ୍କୁ ପରିବାର, ଶୁଭେଚ୍ଛୁ, ଅନୁଗାମୀ, ବୌଦ୍ଧ ଜିଲ୍ଲାବାସୀ ଓ ବିଭିନ୍ନ ଅନୁଷ୍ଠାନ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତାର ଶ୍ରେୟ ସେ ସମସ୍ତ ବୌଦ୍ଧ ଜିଲ୍ଲାବାସୀଙ୍କୁ ଦେଇଛନ୍ତି ।