-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
ଭୁବନେଶ୍ୱର (ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): କଟକ ସିଡିଏ ସେକ୍ଟର-୧୦ ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ରାସ୍ତା ଉପରେ ଜଳିଗଲା ମୋ ବସ୍। ‘ମୋ ବସ୍’ରେ ନିଆଁ ଲାଗିଯିବାରୁ ବସ୍ ହୁତୁହୁତୁ ହୋଇ ଜଳିଯାଇଥିଲା। ତେବେ ବସ୍ରେ ଥିବା ଯାତ୍ରୀମାନେ ଏହି ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। ତେବେ ନିଆଁ ଲାଗିବା ଫଳରେ ବସ୍ଟି ସଂପୂର୍ଣ୍ଣ ଜଳିଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ ଉକ୍ତ ମୋ ବସ୍ ପୁରୀରୁ ଯାତ୍ରୀଙ୍କୁ ନେଇ କଟକ ଆସୁଥିଲା। କଟକ ସିଡିଏ ସେକ୍ଟର-୧୦ରେ ବସରୁ ଧୂଆଁ ବାହାରୁଥିବାର ଦେଖି ଲୋକେ ଚିତ୍କାର କରିଥିଲେ। ଏହାପରେ ଯାତ୍ରୀମାନେ ତଳକୁ ଓହ୍ଲାଇ ଆସିଥିଲେ। ପରେ ବସ୍ଟି ରାସ୍ତା ଉପରେ ହୁତୁହୁତୁ ହୋଇ ରାସ୍ତା ଉପରେ ଜଳି ଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।