-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସ୍ଥିତ ଆଦର୍ଶ ବିଦ୍ୟାଳକକୁ ଆଜି ଦିନ 10 ଘଣ୍ଟା ସମୟରେ ଅଚାନକ ପରିଦର୍ଶନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍କୁଲର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ପିଲାମାନଙ୍କୁ ପ୍ରଶ୍ନ ପଚାରିବା ସହ ମଧ୍ୟାହ୍ନ ଭୋଜନ ଠିକ ଭାବରେ ଦିଆଯାଉଛି କି ନାହିଁ ଓ ରେଜଲ୍ଭ ସଂପର୍କରେ ଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିଥିଲେ । ସବୁ ପିଲା ପ୍ରତିଦିନ ସ୍କୁଲକୁ ଯେପରି ଆସିବେ ସେଦିଗରେ ଧ୍ୟାନ ଦେବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ । ମଧ୍ୟାହ୍ନ ଭୋଜନରେ କୌଣସି ପ୍ରକାର ଖୂଲାପ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି