-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ଗତ ରବିବାର ରାତିରେ ଛେଣ୍ଡ କଲୋନିରୁ ଲୋକୋପାଇଲଟଙ୍କୁ ଅପହରଣ ଓ ଲୁଟ ଘଟଣାରେ ଛେଣ୍ଡ ପୁଲିସ ତିନି ଜଣକୁ ଭୁବନେଶ୍ୱରରୁ ଗିରଫ କରିଛି। ସେମାନେ ବ୍ୟବହାର କରିଥିବା କାରକୁ ମଧ୍ୟ ଜବତ କରାଯାଇଛି। ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅପହରଣ ଘଟଣାର ପର୍ଦାଫାଶ ହେବ ବୋଲି ଡିଆଇଜି ବ୍ରିଜେଶ ରାୟ କହିଛନ୍ତି। ସେ କହିଛନ୍ତି ତିନି ଅପହରଣକାରୀଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।ସୂଚନାଯୋଗ୍ୟ, ଗତ ରବିବାର ରାତି ପ୍ରାୟ ୧୦ଟାରେ ଅଟକ ତିନି ଯୁବକ ଲୋକୋପାଇଲଟଙ୍କୁ ତାଙ୍କ ଘର ସାମ୍ନାରୁ ଅପହରଣ କରି ନେଇଥିଲେ। ପାନପୋଷ ବାଲୁଘାଟ ନିକଟରେ ନିସ୍ତୁକ ମାଡ଼ ମାରି ତାଙ୍କ ଏଟିଏମ ଓ ପାସ୍ୱାର୍ଡ ସହ ସୁନା ଚେନ ଓ ହାତ ଘଣ୍ଟା ନେଇ ଯାଇଥିଲେ। ଏଟିଏମ କାର୍ଡକୁ ବ୍ୟବହାର କରି ୧ ଲକ୍ଷ ୨୪ ହଜାର ଟଙ୍କା ଉଠାଇ ନେଇଥିଲେ। ଏହି ଘଟଣାରେ ଡିଆଇଜିଙ୍କ ନିର୍ଦେଶରେ ଅତିରିକ୍ତ ଏସପି ନେତୃତ୍ୱରେ ଏକ ଟିମ ଗଠନ ହୋଉଥିଲା।