-+91-9937148622 |

prerana_bgr@rediffmail.com |

  Thursday 15th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||     

HOME   ରାଜ୍ୟ

ସେ ଏକ କନ୍ୟା ଭୃଣ ଟିଏ ତାକୁ ଏ ଦୁନିଆକୁ ଆସିବାକୁ ଦିଅ

08-Jun-2024



ଭୁବନେଶ୍ବର (ମଧୁସ୍ମିତା ତ୍ରିପାଠୀ ): ଆଜିକାଲି ସମାଜରେ ଆମେ ନାରୀ ଉପରେ ଅନେକ ଆଇନ ଅନେକ ଯୋଜନା ଅନେକ ସ୍ୱର ଉତ୍ତଳୋନ ଦେଖିଛୁ | ନାରୀ ଜେ ସମାଜରେ ଅବହେଳିତ ଏହା ପ୍ରମାଣିତ | ନାରୀଙ୍କୁ ଯଥେଷ୍ଟ ସଂମ୍ମାନ ମିଳୁନି ନାହିଁ ବୋଲି ଅନେକ ନାରୀ ନେତ୍ରୀ ଏହା ବିରୁଦ୍ଧରେ ଲଢେଇ କରିଛନ୍ତି | କିନ୍ତୁ ଏହି ସବୁ ଯୋଜନା, ସ୍ୱର ଉତ୍ତୋଳନ ଲଢେଇ କାହା ପାଇଁ ? ଯେତେବେଳେ ନାରୀ ନିଜ ଘରେ ହିଁ ସୁରକ୍ଷିତ ନୁହେଁ ତା ପାଇଁ ସମାଜ ସହ କଣ ବା ଅଧିକ ଲଢେଇ କରିବ | ଆମେ ଏଇ ଓଡିଶା କୁ ସଂସ୍କୃତିକ ପୌରାଣିକ ରାଜ୍ୟ କହି ଗର୍ବ ଅନୁଭବ କରୁଛୁ ପରନ୍ତୁ ସବୁଠୁ ବେଶୀ ଭୟଙ୍କର ପାପ ଏହି ରାଜ୍ୟ ରେ ହିଁ କରାଯାଉଛି | ରାଜ୍ୟରେ ଜନସଂଖ୍ୟା ହିସାବରେ ପୁରୁଷ ଙ୍କ ଅପେକ୍ଷା ନାରୀଙ୍କ ସଂଖ୍ୟା କମ | ଦିନକୁ ଦିନ ନାରୀମାନଙ୍କ ସ୍ଥାନ ହଜିଯାଉଛି | ଏହାର କାରଣ କଣ ଆପଣ କେବେ ଖୋଜିଛନ୍ତି ଜାଣିବାକୁ ପ୍ରୟାସ କରିଛନ୍ତି | ଦିନକୁ ଅନେକ ଶିଶୁ ଜନ୍ମ ହେଉଛନ୍ତି ତା ମଧ୍ୟ ରୁ କଣ ପୁଅ ମାନଙ୍କ ଜନ୍ମ ବେଶୀ ମାତ୍ରା ରେ ହେଉଛି ଆଉ ଝିଅ ମାନଙ୍କ ଜନ୍ମ ର ପରିମାଣ କମ ହେଉଛି ନା ଝିଅ ମାନଙ୍କୁ ଜନ୍ମ ହେଇ ଏଇ ପୃଥିବୀ କୁ ଆସିବା ଆଗରୁ ହିଁ ମାରିଦିଆଯାଉଛି | ହଁ କନ୍ୟା ଭୃଣ ହତ୍ୟା ଆଜି ବଢ଼ି ବଢ଼ି ଯାଉଛି | ବିଜ୍ଞାନ ଗୋଟେ ଦିଗରେ ଅଭିଶାପ ପାଲଟି ଯାଇଛି | ଛୁଆଟିଏ ମାତୃଗର୍ଭ ରେ ଉପନୀତ ହେଲା ପରେ ପରିବାର ସୃଷ୍ଟି ହେଉଛି ଗୋଟିଏ ପ୍ରଶ୍ନ ଝିଅ ହବ କି ପୁଅ | ଅର୍ଥ ଏବଂ ବିଜ୍ଞାନ ସହାୟତା ରେ ଯଦି ଜାଣିବାକୁ ପାଉଛନ୍ତି ତାହା କନ୍ୟା ସନ୍ତାନ ତେବେ ସେ ନିଷ୍ପାପ ଶିଶୁ କୁ ଦୁନିଆକୁ ଆସିବାକୁ ଦିଆଯାଉନାହିଁ |କନ୍ୟା ରତ୍ନ ବୋଲି କୁହାଯାଏ ପରନ୍ତୁ କନ୍ୟା ସନ୍ତାନ ଏଠି ଘୃଣିତ ଭାବରେ ପରିଚିତ | ଏହି ଦିଗରେ କନ୍ୟା ସନ୍ତାନ ଜନ୍ମ ହାର ବୃଦ୍ଧି ପାଇଁ ଏବଂ କନ୍ୟା ସନ୍ତାନ ସୁରକ୍ଷା ପାଇଁ କେନ୍ଦ୍ର ମହିଳା ବିକାଶ ଶିଶୁ କଲ୍ୟାଣ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ 2015 ମସିହାରେ ଜାନୁୟାରୀ 22 ରେ ବେଟି ବଚାଓ ବେଟି ପଢ଼ାଓ ଯୋଜନା ଆରମ୍ଭ ହୋଇଥିଲା | ପରନ୍ତୁ ଅନେକ ଯୋଜନା ଆଉ ନାରୀମାନଙ୍କୁ ସଚେତନ କରିବାରେ କଣ ଲାଭ ଯେଉଁଠି ଜଣେ ନାରୀ ଗୋଟେ ପୁରୁଷ ର ସହାୟତା ରେ ସାରା ଜୀବନ କାଟିବା ର ନିଷ୍ପତି ନେଇଥାଏ ସେଠି ସେ ପୁରୁଷ ଜଣଙ୍କ ଯଦି ସଚେତନ ନାହିଁ ନାରୀ ବା ଅଧିକ କଣ କରିବ | ଏଣୁ ଆଜିର ସ୍ୱର ନାରୀ ସଚେତନତା ନୁହେଁ ପୁରୁଷ ସଚେତନତା ଉପରେ ପରିବେଷ୍ଟିତ ହେଉ | ଜଣେ ପୁରୁଷ ଜାଣିରଖିବା ଉଚିତ ଗୋଟେ ଗାଡ଼ିରେ ଯେଉଁପରି ଚାରୋଟି ଚକ ଆବଶ୍ୟକ ସେପରି ଏ ଦୁନିଆରେ ନାରୀ ଆଉ ପୁରୁଷ ଉଭୟ ପରିପୂରକ | ଉଭୟ ପରସ୍ପର ଉପରେ ପର୍ଯ୍ୟବେଷିତ | ଜଣେ ପୁରୁଷ ଜନ୍ମ ନେଲା ଜଣେ ନାରୀର ଗର୍ଭ ରୁ ସେଇ ନାରୀର ସ୍ତନ୍ୟପାନ କରି ବଢିବାକୁ ଲାଗିଲା | ସେଇ ନାରୀର ଯତ୍ନ ଆଉ ସ୍ନେହ ଭରା ଭଲପାଇବାରେ ନିଜକୁ ଦୁନିଆରେ ପରିଚାଳନା କରିବା ଶିଖିଲା | ଜଣେ ନାରୀ ର ହାତରୁ ରାଖୀ ବନ୍ଧନ ର ଶ୍ରଦ୍ଧା ଅନୁଭବ କଲା | ଶେଷରେ ଜଣେ ନାରୀକୁ ହିଁ ବିବାହ କରି ଶାରୀରିକ ଆଉ ମାନସିକ ସ୍ତରରେ ଶାନ୍ତି ପାଇଲା | ଯେଉଁ ନାରୀ ର ଭିନ୍ନ ଭିନ୍ନ ରୂପ ଅନୁସାରେ ସେ ଏତେ କିଛି ପାଇଲା ତା ପ୍ରତିବଦଳରେ ନାରୀକୁ ଦେଲା କଣ? ଶେଷରେ ସେଇ ନାରୀ ରୂପକ କନ୍ୟା ସନ୍ତାନ ଟିକୁ ଏ ସଂସାର କୁ ଆଣିବାକୁ ରୋକିବା ଦିଗରେ ଗୋଟେ ବାଧା ହୋଇ ଛିଡା ହେଲା | ନାରୀଟିଏ କେତେ ଲଢେଇ କରିବ ଶେଷରେ ନିଜ କନ୍ୟା କୁ ବଂଚେଇବାକୁ ଯାଇ ନିଜେ ମା ମୃତ୍ୟୁ ଲାଭ କରୁଛି | ଏହାହିଁ ଲଢେଇର ଶେଷ ପର୍ଯ୍ୟାୟ | ଏଣୁ ଯେପର୍ଯ୍ୟନ୍ତ ଏ ଦୁନିଆରେ ପୁରୁଷ ନାରୀ ପ୍ରତି ସଚେତନ ନହେବେ ସେପର୍ଯ୍ୟନ୍ତ କୌଣସି ଯୋଜନା କୌଣସି ଆନ୍ଦୋଳନ ଫଳପ୍ରଦ ହେବ ନାହିଁ |ନାରୀ ର ଅନ୍ଧାର କୋଠରୀ ରୁ ତାକୁ ମାରିବା ଆଗରୁ ତା ମଧ୍ୟ ରେ ଥରେ ତୁମ ମା କୁ ତ ଦେଖ, ତା ମଧ୍ୟ ରେ ଥରେ ତୁମ ଭଉଣୀ କୁ ତ ଦେଖ, ତା ମଧରେ ଥରେ ଦେବୀ ରୂପକୁ ଅନୁଭବ କର |ସେ ଶିଶୁ କନ୍ୟା ନୁହେଁ ସେ ଭୃଣ ଟିଏ ସେ ଘୃଣା ର ପାତ୍ର ନୁହେଁ ସେ ରତ୍ନ ଟିଏ ତାକୁ ଏ ଦୁନିଆକୁ ଆସିବାକୁ ତ ଦିଅ. ଏ ପୃଥିବୀ ଆଲୋକରେ ଆଲୋକିତ ହୋଇ ବଢିବାକୁ ତ ଦିଅ, ତାକୁ ତୁମକୁ ବାପା ଆଉ ମା ଓ ପରିବାର ସମ୍ପର୍କ ରେ ବାନ୍ଧିହେବାକୁ ତ ଦିଅ, ତାକୁ କାହା ହାତରେ ରାଖୀ ବାନ୍ଧିବା କୁ ତ ଦିଅ, ତାକୁ ଶିକ୍ଷିତ ହବାକୁ ତ ଦିଅ, ତାର ନିଜ ପରିଶ୍ରମ ବଳରେ କିଛି କରିବାକୁ ଉତ୍ସାହ ତ ଦିଅ, ତାକୁ କାହା ହୃଦୟ ରେ ବସିବା କୁ ତ ଦିଅ, ତାକୁ ଜାୟା ଆଉ ଜନନୀ ର ସୁଖ ଭୋଗିବାକୁ ଦିଅ, ଆଉ କେଉଁ କନ୍ୟା ର ମା ହେବାକୁ ଦିଅ, ତାକୁ ତୁମରି ସେବା କରିବାକୁ ଦିଅ, ଶେଷରେ ଦେଖିବ ସେ ନାରୀ  ଖାଲି ନୁହେଁ ସେ ଦେବି ସାଜିବ, ସେ ନାରୀ ଖାଲି ନୁହେଁ ତୁମ ରକ୍ଷକ ସାଜିବ ସେ ନାରୀ ନୁହେଁ ଖାଲି ଦେଶର ଭବିଷ୍ୟତ ହବ, | ହେ ଆଜିର ପୁରୁଷ ସମାଜ ସଚେତନ ହୁଅ ସଚେତନ  ହୁଅ ସଚେତନ ହୁଅ |


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026
  ଜିଲ୍ଲା  
ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   14-Oct-2026
  ଜିଲ୍ଲା  
*ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   14-Oct-2026
  ଜିଲ୍ଲା  
୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ   14-Oct-2026
  ଜିଲ୍ଲା  
ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   14-Oct-2026
  ଜିଲ୍ଲା  
ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    14-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   14-Oct-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   14-Oct-2026
  ଜିଲ୍ଲା  
ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   14-Oct-2026
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026

You Might Also Like