-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
05-Jun-2024
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବର୍ତ୍ତମାନ ସୁଦ୍ଧା ଏନଡିଏ ପ୍ରାୟ ୨୯୩ ଆସନରେ ବିଜୟୀ କିମ୍ବା ଆଗୁଆ ଥିବା ବେଳେ ଇଣ୍ଡିଆ ମେଣ୍ଟ ୨୩୦ ଆସନରେ ବିଜୟୀ କିମ୍ବା ଆଗୁଆ ରହିଛି । ଆସନ୍ତାକାଲି ଦିଲ୍ଲୀରେ ଏନଡିଏ ନେତାଙ୍କ ଏକ ବଡ ବୈଠକ ହୋଇପାରେ ବୋଲି ଜଣାପଡ଼ିଛି । ଏହି ବୈଠକରେ ସରକାର ଗଠନ ନେଇ ନିଷ୍ପତ୍ତି ହେବ । ଏହି ବୈଠକରେ ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ବହୁ ବଡ଼ ବଡ଼ ନେତା ଯୋଗଦେବେ। ଏହି ବୈଠକରେ ବିଜେପି ନେତା ଅମିତ ଶାହା ମଧ୍ୟ ଉପସ୍ଥିତ ରହିବେ।