-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
27-May-2024
ନବରଙ୍ଗପୁର:-(ମିହିର ଶଙ୍କର ପାତ୍ର,)
ଡାବୁଗାଁ ରାଜ୍ୟ ରାଜପଥ କୃଷି କାର୍ଯ୍ୟାଳୟ ନିକଟରେ ଥିବା ମା ଗୃହ ବହୁତ ଅସ୍ୱାସ୍ଥ୍ୟକର ପରିବେଶରେ ରହିଛି। ଯୋ ଦ୍ଵାରା ଏଠାରେ ପ୍ରସବ ଜନିତ ସୁବିଧା ପାଇବାକୁ ଆସୁଥିବା ଗର୍ଭବତୀ ମହିଳା ମାନଙ୍କ ପ୍ରତି ବିପଦ ଦେଖା ଦେଇଛି। ସୂଚନା ଅନୁଯାୟୀ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ କ୍ୟାରମ ବେସରକାରୀ ଅନୁଷ୍ଠାନ ଆନୁକୁଲ୍ୟରେ ଗତ ତିନି ବର୍ଷ ହେଲା ଡାବୁଗାଁ ରାଜ୍ୟ ରାଜପଥ କୃଷି କାର୍ଯ୍ୟାଳୟ ନିକଟ ରେ "ମା ଗୃହ" ଚାଲୁ ଅଛି। ଲକ୍ଷ୍ୟ ରହିଛି ଗ୍ରାମାଞ୍ଚଳରେ ଗର୍ଭ ଧାରଣ କରିଥିବା ଅଶିକ୍ଷିତ ଆଦିବାସୀ ମହିଳା ମାନେ ପ୍ରସବ ବେଦନା ର ଠିକ୍ ପୂର୍ବରୁ ମା ଗୃହ ଆସି ସେଠାରେ ଉପଯୁକ୍ତ ଯତ୍ନ ଦ୍ଵାରା ଛୁଆ ଜନ୍ମ କରିବେ। ସୁଷମ ଖାଦ୍ୟ ,ଉନ୍ନତ ସ୍ବାସ୍ଥ୍ୟସେବା, ପୁନର୍ବାସ ଓ ସାମୟିକ ବାସଗୃହ ପ୍ରଦାନ କରି ଗର୍ଭ ଧାରଣ କରିଥିବା ମହିଳା ଙ୍କୁ ସୁବିଧା ପ୍ରଦାନ କରିବେ। ଯୋ ଦ୍ଵାରା ଗର୍ଭବତୀ ମା ମାନେ ଗ୍ରାମାଞ୍ଚଳରେ ଯେଉଁ ସୁବିଧା ପାଇ ନ ଥାନ୍ତେ ସେହି ସବୁ ସୁବିଧା ଏଠାରେ ପ୍ରଦାନ କରାଯିବ। ଗର୍ଭବତୀ ମା ମାନଙ୍କ ସ୍ବାସ୍ଥ୍ୟସେବା ରେ ଯତ୍ନ ନେବା ପାଇଁ ମା ଗୃହ ରେ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଗର୍ଭବତୀ ମା ମାନେ ଯେପରି ସୁବିଧାରେ ପ୍ରସବ ହୋଇ ପାରିବେ ସେଥି ନିମନ୍ତେ କାର୍ଯ୍ୟ କରିବେ। ତେବେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏଠାରେ ମା ଗୃହ ଆରମ୍ଭ କରାଯାଇଛି ତାହାର ଓଲଟା ଫଳ ଦେଖିବାକୁ ମିଳିଛି। ମା ଗୃହ ରେ ସେବା ପାଇବା ପାଇଁ ଆସି ରହୁଥିବା ଗର୍ଭବତୀ ମହିଳା ମାନଙ୍କୁ ଏକ ପରିତ୍ୟକ୍ତ କୂଅ ର ପାଣି ବ୍ୟବହାର କରିବାକୁ ଦିଆ ଯାଉଛି। ମା ଗୃହ କୁ ଲାଗି ରହିଥିବା କାନ୍ଥ ପାର୍ଶ୍ଵରେ ଅଳିଆ ଆବର୍ଜନା ସହ ଦୂଷିତ ପାଣି ଜମି ରହିଛି। ଯାହାକି ମ୍ୟାଲେରିଆ ଓ ଡେଙ୍ଗୁ ରୋଗ ବ୍ୟାପିବାର ସମ୍ଭାବନା ରହିଛି। ଗର୍ଭବତୀ ମହିଳା ମାନେ ରହୁଥିବା ଗୃହ ପାର୍ଶ୍ଵରେ ଦୂଷିତ ଆବର୍ଜନା ପାଣି ରହି ଦୁର୍ଗନ୍ଧ ହେଉଥିଲେ ସୁଦ୍ଧା ଅନ୍ୟ ଉପାୟ ନ ପାଇ ଗର୍ଭବତୀ ମହିଳା ମାନେ ମା ଗୃହ ରେ ରହୁଛନ୍ତି। ଏ ନେଇ ମା ଗୃହ କ୍ୟାରମ୍ ଫାଉଣ୍ଡେସନ ଅନୁଷ୍ଠାନ ର ମୁଖ୍ୟ ଡକ୍ଟର ଜୀବନ କୁମାର ଦୀକ୍ଷିତ ଙ୍କୁ ଯୋଗାଯୋଗ କରିବାରୁ ଆବର୍ଜନା ସଫା କରିବା ସହ କୂଅ ରେ ବ୍ଲିଚିଁ ପକାଯିବ ବୋଲି କହିଥିଲେ।ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ମା ଗୃହ ରେ ଥିବା ଗର୍ଭବତୀ ମହିଳା ମାନଙ୍କ ପ୍ରତି ବିପଦ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି
*ବି:ଦ୍ରା:-ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ତଦନ୍ତ ଆବଶ୍ୟକ???*