-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
22-May-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସଂପୃକ୍ତ ଥିବା ଗାଡ଼ିର ମାଲିକକୁ ଆଜି କୋର୍ଟ ଚାଲାଣ କରାଯାଇଛି | ସୂଚନା ଅନୁସାରେ ଗତ ମାର୍ଚ୍ଚ ୧୮ତାରିଖରେ ଏକ ବୋଲେରୋ ପିକଅପ୍ ଗାଡ଼ିରେ ୩.୫ କ୍ଵିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଟିକ୍ରାପଡ଼ା ଛକରେ ଛକି ବସିଥିବା ବେଳେ ଅବକାରୀ କର୍ମଚାରୀଙ୍କ ହାତରେ ଧରା ପଡ଼ିଥିଲା | ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ୧୯୦/୨୩-୨୪ ରେ ଏକ ମାମଲା ରୁଜ୍ଜୁ କରାଯାଇ ଥିବା ବେଳେ ଗଞ୍ଜେଇ, ଗାଡ଼ି ଜବତ ହେବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଦୁଇ ଜଣ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା | ଉକ୍ତ ମାମଲାରେ ଆଜି କଣ୍ଟାମାଳ ଅବକାରୀ ବିଭାଗ ମନମୁଣ୍ଡା ଥାନା ଅନ୍ତର୍ଗତ ସିଗାଡ଼ି ଗ୍ରାମରେ ଚଢ଼ାଉ କରି ଜବତ ଗାଡ଼ିର ମାଲିକ ଗ୍ରାମର ଜଗନ୍ନାଥ କର୍ଣ୍ଣ (୨୭)କୁ ଗିରଫ କରିଛି | ଜଗନ୍ନାଥକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି |