-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
22-May-2024
ଭୁବନେଶ୍ବର (ମଧୁସ୍ମିତା ତ୍ରିପାଠୀ): ଆଜି ମେ ୨୨ରେ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ଅରୁଣ ଗୋଭିଲ । ପ୍ରସିଦ୍ଧ ଟିଭି ସିରିଏଲ ରାମାୟଣରେ ରାମ ଭୂମିକାରେ ଅଭିନୟ କରି ସାରା ଦେଶରେ ଅଜସ୍ର ପ୍ରସଂଶା ସାଉଁଟିଥିବା ଅରୁଣ ଗୋଭିଲ୍ ବର୍ତ୍ତମାନ ବିଜେପି ଟିକେଟରେ ଉତ୍ତର ପ୍ରଦେଶର ଇନ୍ଦୋର ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ଆଜି ଅରୁଣଙ୍କ ଆଗମନ ଯୋଗୁଁ ଓଡ଼ିଶାରେ ଅଗଣିତ ଦର୍ଶକ ଓ ରାମଭକ୍ତ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି l ଆଜି ଅରୁଣ ଗୋଭିଲ୍ ୪ଟି ସ୍ଥାନରେ କରିବେ ନିର୍ବାଚନ ପ୍ରଚାର । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଚାର କରିବେ । ଏଥି ସହ ୨୩ରେ ଆସିବେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ । ସେମାନେ କେନ୍ଦୁଝର, ଢେଙ୍କାନାଳ ଓ ସାଲେପୁର ଆଦି ସ୍ଥାନରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।