-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ମହାନଗର

ବ୍ରଜରାଜନଗରରେ ପୁରନ୍ଦର ମିଶ୍ରଙ୍କର ରୋଡ଼ସୋ

19-May-2024



ଭୁବନେଶ୍ୱର(ପ୍ରେରଣା ଖବର ) : ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଝାରସୁଗୁଡାର ବନ୍ଦବାହାଲ ଠାରେ ଏକ ବିଶାଳ ରୋଡ଼ସୋ କରି ଦଳ ସପକ୍ଷରେ ପ୍ରଚାର ଅଭିଯାନକୁ ଜୋରଦାର କରିଥିବା ଜଣାଯାଇଛି।ଏହି ମହାଶକ୍ତି ପ୍ରଦର୍ଶନ ଯାତ୍ରାରେ ଶ୍ରୀ ମିଶ୍ରଙ୍କ ସହିତ ବିଜେପିର ଛତିଶଗଡ଼ ପ୍ରଦେଶ ସଭାପତି କିରଣ ସିଂହଦେଓ ଏବଂ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀ ସୁରେଶ ପୂଜାରୀ ମଧ୍ୟ ଯୋଗ ଦେଇଥିଲେ। ଶୋଭାଯାତ୍ରାରେ ସାମିଲ ହୋଇଥିବା ବିଜେପିର ପତାକା, ପଦ୍ମଫୁଲ ଚିହ୍ନ, ପୋଷ୍ଟର ଏବଂ ବ୍ୟାନର ଧାରୀ ଦଳର ସହସ୍ରାଧିକ ସମର୍ଥକ ସମଗ୍ର ଇଲାକାକୁ ଗେରୁଆମୟ କରିଦେଇଥିବା ଲକ୍ଷ୍ୟ କରାଯାଇଥିଲା।

ରୋଡ଼ସୋ ପରେ ପଞ୍ଚଗାଁ ଠାରେ ଏକ ବିରାଟ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରି ପୁରନ୍ଦର ମିଶ୍ର , ଦୀର୍ଘ ୨୪ ବର୍ଷ ଧରି ଓଡିଶାକୁ ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କର ବିଜୁ ଜନତା ଦଳ ସରକାର ରାଜ୍ୟର ଭାଷା, ସଂସ୍କୃତି ଏବଂ ସଭ୍ୟତାର ପ୍ରୋତ୍ସାହନ ପାଇଁ କିଛି କରିନଥିବା ଅଭିଯୋଗ କରିଥିଲେ। ମହାନ ସଂସ୍କୃତି ଏବଂ ମହନୀୟ ଧାର୍ମିକ ପରମ୍ପରା ପାଇଁ ପ୍ରସିଦ୍ଧ ଓଡ଼ିଶାକୁ ପଟ୍ଟନାୟକ ଓ ପାଣ୍ଡିୟାନ ଯୋଡ଼ି ଲୁଟି ଚାଲିଥିବା ନେଇ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ। ନିରୀହ ଓଡ଼ିଶାବାସୀଙ୍କୁ ଏହି ଅହଙ୍କାରୀ ଯୋଡି ଧୋକା ଦେଇଥିବା ସେ ଆକ୍ଷେପ କରିଥିଲେ। କେନ୍ଦ୍ର ସରକାରଙ୍କର ଜନହୀତକାରୀ ଯୋଜନା ଗୁଡିକୁ ଏଠାରେ ଲାଗୁ କରାଇ ନଦେବା ଫଳରେ ଲୋକମାନେ ଏହାର ଦୁର୍ଦ୍ଦଶା ଭୋଗୁଥିବା ସେ ଦର୍ଶାଇଥିଲେ। ସମଗ୍ର ପଶ୍ଚିମ ଓଡ଼ିଶାରେ ଉତ୍କଟ ଗରିବୀ ଓ ବେକାରୀ ସମସ୍ୟା ଯୋଗୁଁ ଯୁବ ସମ୍ପ୍ରଦାୟ ବାହାର ରାଜ୍ୟକୁ ପଳାୟନ କରୁଥିବା ଶ୍ରୀ ମିଶ୍ର ସୁଚାଇଥିଲେ। ବିଜେପି କେବଳ ନିର୍ବାଚନ ଜିତିବା ଲକ୍ଷ୍ୟରେ ନୁହେଁ ବରଂ ଓଡ଼ିଶାର ଅସ୍ମିତା ଏବଂ ଓଡ଼ିଆ ଯୁବକ, ଯୁବତୀ ମାନଙ୍କର ଉଜ୍ଵଳ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସଂଗ୍ରାମ ଚଳାଇଥିବା ଶ୍ରୀ ମିଶ୍ର କହିଥିଲେ। ପଡୋଶୀ ରାଜ୍ୟ ଛତିଶଗଡ଼ରେ ବିଜେପି ଶାସନ ଯୋଗୁଁ ମାତ୍ର ୬ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧାରୁ ଅଧିକ ଗ୍ୟାରେଣ୍ଟି ଗୁଡ଼ିକୁ କାର୍ଯ୍ୟାନ୍ୱୟନ କରାଯାଇ ବିକାଶର ଶିଖରରେ ପହୁଞ୍ଚାଯାଇ ପାରିଥିବା ସେ ଉଲ୍ଲେଖ କରିଥିଲେ। ଓଡ଼ିଶାରେ ମଧ୍ୟ ଜନସାଧାରଣ ବ୍ୟାପକ ସଂଖ୍ୟାରେ ବିଜେପିକୁ ଭୋଟ ଦେବାକୁ ଶ୍ରୀ ମିଶ୍ର ନିବେଦନ କରିଥିଲେ। ଓଡ଼ିଶାରେ ବିଜେପି ସରକାର ପ୍ରତିଷ୍ଠା ହେଲେ, ରାଜ୍ୟବାସୀ ସେମାନଙ୍କର ହୃତଗୌରବ, ଲୁପ୍ତଵୈଭବ ଏବଂ ସୁପ୍ତସୌରଭକୁ ପୁନର୍ବାର

ଫେରି ପାଇବା ସାଙ୍ଗକୁ ଏଠାକାର ଯୁବ ସମ୍ପ୍ରଦାୟ, କୃଷକ,ମହିଳା ଏବଂ ଗରିବ ଗୁରୁବାଙ୍କର ସର୍ବାଙ୍ଗୀନ ଉନ୍ନତିର ପଥ ପ୍ରଶସ୍ତ ହୋଇପାରିବ ବୋଲି ଶ୍ରୀ ମିଶ୍ର ଦମ୍ଭର ସହିତ ଘୋଷଣା କରିଥିଲେ। ଏହି ବିଜୟ ସଂକଳ୍ପ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ପ୍ରଭାରୀ ବିଜୟ ସିଂହ ତୋମାର ,ପୂର୍ଵତନ ସାଂସଦ ପ୍ରଭାସ ସିଂହ ଏବଂ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like