-+91-9937148622 |

prerana_bgr@rediffmail.com |

  Tuesday 5th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   (04-May-2026)       ||      ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା    (04-May-2026)       ||      *ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   (04-May-2026)       ||      ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   (04-May-2026)       ||      लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   (04-May-2026)       ||      Summer Camp Inaugurated at Brightmoor International School   (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   (04-May-2026)       ||      *ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   (04-May-2026)       ||      ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   (04-May-2026)       ||      ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ    (04-May-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (04-May-2026)       ||      ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   (03-May-2026)       ||      ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   (03-May-2026)       ||      ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   (03-May-2026)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ    (03-May-2026)       ||      ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   (03-May-2026)       ||      *ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   (03-May-2026)       ||      ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   (03-May-2026)       ||     

HOME   ଜିଲ୍ଲା

ଲଜ୍ ରେ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ଗଞ୍ଜେଇ ଲିଙ୍କ୍ ! ଗଞ୍ଜେଇ ଚୋରାଚାଲାଣରେ ପୁଣି ସୋନପୁର ପୁଲିସର ହାତ ! କଣ୍ଟେନର ଜବତର ଧୋକା ସନ୍ଦେହରେ ପ୍ରତିଶୋଧ ?

18-May-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଗତ ୧୬ ତାରିଖ ସକାଳେ ନିଜକାର୍ ରେ  ଘରୁବାହାରି ଦିନ ପ୍ରାୟ ୧- ୪୫ରୁ ୨-୩୦ ମଧ୍ୟରେ ବଲାଙ୍ଗୀର ରେଳଷ୍ଟେସନ ନିକଟସ୍ଥ ' ଇନ୍ଦ୍ରପ୍ରସ୍ଥ ' ହୋଟେଲରେ ହତ୍ୟାର ଶିକାର ହୋଇଥିବା ସୋନପୁର ରିଜର୍ଭ କନେଷ୍ଟବଳ ଶଙ୍କର ଭାନୁ ବେହେରା ( ୩୬)ଙ୍କର ପରଦିନ ସେହି ହୋଟେଲର ୨୧୨ ନମ୍ବର ରୁମ୍ ଭିତରୁ ହାତଗୋଡ ଓ ମୁହଁ ବନ୍ଧାଯାଇଥିବା ମୃତଦେହ ମିଳିବା ସହ ଅଳ୍ପଦୂରରେ ଖୁଜେନପାଲି ଛକପାଖରେ ତାଙ୍କ କାର୍ ଟିକୁ ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ଠାବ କରାଯିବା ଘଟଣା ଏଠାରେ ଚାଞ୍ଚଲ୍ଯ ସୃଷ୍ଟି କରିଛି । ମୃତ ପୁଲିସ୍ କନେଷ୍ଟବଳଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାନ୍ତର୍ଗତ ଶିଆଲବାହାଲି ଗ୍ରାମରେ ଓ ସେ ସୋନପୁର ପୁଲିସ୍ କଲୋନୀରେ ସ୍ତ୍ରୀ ଓ ସପରିବାର ରହୁଥିଲେ । ଏସମ୍ପର୍କରେ ବଲାଙ୍ଗୀର ଟାଉନ ପୁଲିସ ଏକ ମାମଲା ଋଜୁ କରି ଘଟଣାସ୍ଥଳ ପରିଦର୍ଶନ ପୂର୍ବକ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇ ତଦନ୍ତ କରୁଛି । ଉକ୍ତ ରୁମ୍ ଟି ଝାଡଖଣ୍ଡର ଧାନବାଦର ଜନୈକ ବୀରେନ ସିଂଙ୍କ ନାଁ'ରେ ବୁକ୍ ହୋଇଥିଲା ଓ ଏହାପରଠୁଁ ସେ ଫେରାର ଥିବା ପ୍ରକାଶ । ତେବେ ଅଦ୍ୟାବଧି ହତ୍ୟାର କାରଣ ସ୍ପଷ୍ଟ ହୋଇ ପାରି ନଥିଲେ ହେଁ , ଏହାପଛରେ ଚୋରାଗଞ୍ଜେଇ ଚାଲାଣ ମୁଖ୍ୟକାରଣ ବୋଲି ଚର୍ଚ୍ଚା ହେଉଛି । ଏହି ହତ୍ୟାରେ ଉକ୍ତ ଫେରାରଥିବା ରୁମ୍ ବୁକ୍ କରି ରହିଥିବା ବ୍ୟକ୍ତି ବା ତାଙ୍କ ସହ ଆଉ କେତେଜଣ ଜଡିତ ଜଣାଯାଇ ପାରି ନଥିବା ବେଳେ ତଦନ୍ତକାରୀ ପୁଲିସ୍ ଉକ୍ତ ବ୍ୟକ୍ତି ସହ କେତେକ ସ୍ଥାନୀୟ ଲୋକଙ୍କର ସମ୍ପର୍କ ଥିବା ସନ୍ଦେହ କରୁଛି । ଅନ୍ୟସୂତ୍ରରୁ ପ୍ରକାଶ ଯେ ଉକ୍ତ ବ୍ୟକ୍ତି କିଛିଦିନ ପୂର୍ବରୁ ଆସି ସୋନପୁର ଓ ବଲାଙ୍ଗୀରରେ ରହୁଥିଲା । ସେହିଦିନ ପ୍ରାୟ ଦିନ ଅଢେଇଟା ସମୟରେ ମୃତ କନେଷ୍ଟବଳଙ୍କ ଉକ୍ତ କାର୍ ଟି ହୋଟେଲ୍ ଠାରୁ ପ୍ରାୟ ୨ କିମି ଦୂରରେ ଖୁଜେନପାଲି ଛକରେ ଏକ ଗଛକୁ ଜୋର୍ ଧକ୍କା ଦେଇ  ଦୁର୍ଘଟଣାଗ୍ରସ୍ତ ହେଇଥିଲା ଓ ସେଥିରୁ ଦୁଇଜଣ ଅଜଣାଲୋକ ବାହାରି ଦୌଡି ଦୌଡି ପଳାଇଯାଇଥିବା ଦେଖିଥିବା ଲୋକେ କହୁଛନ୍ତି । କାର୍ ଟି ଏତେ ପରିମାଣରେ ଭାଙ୍ଗିରୁଜି ଯାଇଥିବା ଓ ଧକ୍କା ଦେଇଥିବା ଗଛଟି ଉପୁଡି ପଡିଥିବାରୁ ସେହି କାର୍ ରେ ପଳାଉଥିବା ସନ୍ଦିଗ୍ଧ ହତ୍ୟାକାରୀମାନେ ଅକ୍ଷତ ରହିପାରି ନଥିବେ ବୋଲି ଆଶଙ୍କା କରାଯାଉଛି ।  ଆହୁରି ମଧ୍ୟ ବଲାଙ୍ଗୀର ପାଟଣାଗଡ ରାସ୍ତାର ଡୁଡୁକାଶିରା ଜଙ୍ଗଲରେ ଜଣେ ଅଜଣାଯୁବକର ମୃତଦେହ ସଦର ଥାନା ପୁଲିସ୍ ଉଦ୍ଧାର କରିଥିବାରୁ ଏହି ଘଟଣା ସହିତ ତାର କୌଣସି ସମ୍ପର୍କ ଅଛି କି ନ ଅଛି , ତଦନ୍ତ ପରେ ଜଣାପଡିବ । 


ତେବେ ଏହି ଲଜ୍ ଭିତରର ରୁମ୍ ରେ ସୋନପୁର ରିଜର୍ଭ କନେଷ୍ଟବଳଙ୍କର ହତ୍ୟାଘଟଣା ପଛରେ  ଗଞ୍ଜେଇଚୋରାଚାଲାଣ  ର କୌଣସି କାରବାର କାରଣ ହୋଇଥିବା ସୋନପୁର ଓ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

ଉଲ୍ଲେଖନୀୟ ଯେ , ସୋନପୁର ଓ ବଲାଙ୍ଗୀର ଦେଇ ବୌଦ୍ଧ ଓ ଫୁଲବାଣୀ ବା କନ୍ଧମାଳରୁ ଉତ୍ତରପ୍ରଦେଶ , ଝାଡଖଣ୍ଡ , ବିହାର ଆଦି ରାଜ୍ୟବାହାରକୁ ପ୍ରାୟତଃ ଚୋରାଗଞ୍ଜେଇ ଚାଲାଣ ହୋଇଆସୁଛି । ବର୍ଷ ବର୍ଷ ଧରି  ପୁଲିସ୍ ଓ ଅବକାରୀ ବିଭାଗର ଧରପଗଡ ଚାଲିଛି । ତେବେ ଏଭଳି ଚୋରାଚାଲାଣରେ ସୋନପୁରର ପୁଲିସ୍ ଜଡିତ ରହୁଥିବା ଅନେକତଃ ଜଣାପଡିଛି । ଏପରିକି ସୋନପୁର , ତରଭା ଓ ଅନ୍ୟାନ୍ୟ ଥାନାର ଥାନାଧିକାରୀଙ୍କ ଠାରୁ କନେଷ୍ଟବଳ ଓ ହୋମ୍ ଗାର୍ଡଙ୍କ ପର୍ଯ୍ୟନ୍ତ ଏଭଳି କାରବାରରେ ଧରାପଡି ନିଲମ୍ଵିତ , ବଦଳି ଓ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଛନ୍ତି । 

ଗତ ଏପ୍ରିଲ ୩ ତାରିଖରେ ସୋନପୁର ପୁଲିସ୍ କୁ ଏକ ରେକର୍ଡ ପରିମାଣର ଚୋରାଗଞ୍ଜେଇ ଧରିବାର ସଫଳତା ମିଳିଥିଲା । କୌଣସି ସୂତ୍ରରୁ ଖବର ପାଇ ସୋନପୁର ପୁଲିସ୍ ର ଏକ ସ୍ପେଶାଲ୍ ସ୍କ୍ବାର୍ଡ ଅର୍ଜୁନପୁର ଛକରୁ ଗୋଡାଇ ଗୋଡାଇ ସକାଳ ପ୍ରାୟ ୯ଟା ସମୟରେ ବୁର୍ଡା ରାସ୍ତାରେ ମଲ୍ଲିକମୁଣ୍ଡା ଚାରିଛକ ପାଖରେ ଏକ ଗଞ୍ଜେଇଭର୍ତ୍ତି କଣ୍ଟେନରକୁ ଧରିଥିଲା । ଏହି CG 04 - JC 9085 ନମ୍ବରର କଣ୍ଟେନରରେ ସିକ୍ରେଟ୍ ଚାମ୍ବର ତିଆରି କରାଯାଇ ସେଥିରେ ପ୍ରାୟ ୭ କ୍ବିଣ୍ଟାଲ୍ ୫୦କେଜି ଗଞ୍ଜେଇ ବୌଦ୍ଧରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା । ଏଥିରେ ଛତିଶଗଡର ଡ୍ରାଇଭର ଶୈଳେଶ କୁମାର ମିଶ୍ର ଓ ଉତ୍ତରପ୍ରଦେଶର ହେଲପର ଉମାକାନ୍ତ ପାଣ୍ଡେଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି । ଏହି ମାମଲାଟି ସୋନପୁର ଥାନାର କେସ୍ ନ୦ 129/ ତା 3 - 4 - 2024 ରେ ଦର୍ଜ ହୋଇଛି ।  ଗତ ତା ୫। ୪ । ୨୦୨୪ରେ ସୋନପୁର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସ ପି ୟଶ୍ ପ୍ରତାପ ଶ୍ରୀମାଲ୍ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୭୫ ଲକ୍ଷ ଓ ଜବତ କଣ୍ଟେନରଟିର ଦାମ୍ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ପ୍ରକାଶ । ଏହା ସୁବର୍ଣ୍ଣପୁର ଜିଲ୍ଲାର ଏଯାବତ୍ ସବୁଠାରୁ ବଡ ଗଞ୍ଜେଇ ଧରପଗଡ । ତେଣୁ ସମ୍ଭବତଃ ଏହା ଧରାଇଦେଇଥିବାର ସନ୍ଦେହ ଓ ପ୍ରତିଶୋଧରୁ ଉକ୍ତ କନେଷ୍ଟବଳଙ୍କୁ କୌଣସି ପ୍ରଲୋଭନ ଦେଇ ଲଜ୍ କୁ ଡକାଇଆଣି ଏଭଳି ନୃଶଂସ ହତ୍ୟା କରାଯାଇ ଥାଇପାରେ ବୋଲି ସୋନପୁରର ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ । କାରଣ ଉକ୍ତ ମୃତ କନେଷ୍ଟବଳ ଜଣକ ପ୍ରାୟତଃ ନାଇଟ୍ ଡିଉଟି କରୁଥିଲେ ଓ ପୂର୍ବତନ ଏସପି ତାଙ୍କୁ ଏଭଳି ଧରପଗଡ ନିମନ୍ତେ ଗଠିତ ସ୍ପେଶାଲ୍ ସ୍କ୍ବାର୍ଡରେ ସୁଯୋଗ ଦେଇଥିବା ଶୁଣାଯାଉଛି । ଆହୁରି ମଧ୍ୟ ପ୍ରାୟ ଦୁଇବର୍ଷ ତଳେ ସୋନପୁରର ପ୍ରତ୍ୟେକ୍ଷ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ବରୀଙ୍କର ବହୁମୂଲ୍ଯ  ସୁନା ମୁକୁଟ ସହ ସୁନା ଓ ରୂପାଅଳଙ୍କାର ଚୋରି ହୋଇଥିଲା । ଯେଉଁଥିରେ କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ସେଠାରେ ଡିଉଟିରେ ଥିବା ଏହି କନେଷ୍ଟବଳଙ୍କୁ ନିଳମ୍ବିତ କରାଯାଇଥିବା ଏହି ଚର୍ଚ୍ଚାରୁ ପ୍ରକାଶ । କହିବାବାହୁଲ୍ୟ ଯେ , ସୋନପୁର ପୁଲିସ୍ ର ବରାବର ଗଞ୍ଜେଇ ଚୋରାଗଞ୍ଜେଇ ଚାଲାଣରେ ସମ୍ପୃକ୍ତି ନେଇ ବଦନାମ ରହିଛି । ଏହାକୁ କେନ୍ଦ୍ର କରି ପୂର୍ବତନ ଏସପି ଅମରେଶ ପଣ୍ଡାଙ୍କର ଜଣେ ଖାସ୍ ହୋମ୍ ଗାର୍ଡଙ୍କ ଭୂମିକା ବିବଦମାନ ହୋଇଉଠିଥିଲା । ସେ ମଧ୍ୟ ଏହି ଗଞ୍ଜେଇ ଧରପଗଡ ସ୍କ୍ବାର୍ଡ ରେ ଥିଲେ । ତାଙ୍କର ସୌଖୀନ୍ କାର୍ ଓ ବିଳାସପୂର୍ଣ୍ଣ ଜୀବନଶୈଳୀ ସହ ଜଣେ ମହିଳା ପୁଲିସ୍ ଅଧିକାରୀଙ୍କୁ ଯୌନନିବେଦନ ଅଭିଯୋଗ ଚର୍ଚ୍ଚିତ ହୋଇପଡିବା ପରେ ଡିଆଇଜି ବହୁକଷ୍ଟରେ ଶେଷରେ ତାଙ୍କୁ ସେବାନିବୃତ୍ତ କରିଥିଲେ । ତଥାପି ଉକ୍ତ ପୂର୍ବତନ ଏସପି ତାଙ୍କର ଏଠାରୁ ବଦଳି ପୂର୍ବରୁ ଉକ୍ତ ଗୃହରକ୍ଷୀଙ୍କୁ ପୁନର୍ନିଯୁକ୍ତ କରିଯାଇଥିବା ଚର୍ଚ୍ଚାରେ ରହିଥିଲା ।  ଏହା ସହିତ ନରହତ୍ୟା ଅଭିଯୋଗ ମାମଲାଗୁଡିକରେ ମଧ୍ୟ ଏ ଏସ ଆଇ , କନେଷ୍ଟବଳ ଓ ଗୃହରକ୍ଷୀ ଭଳି ତଳିଆ କର୍ମଚାରୀଙ୍କ ମୁହଁ ବଢାଇବାରେ ବରିଷ୍ଠ ଅଧିକାରୀମାନେ ଦାୟୀ ବୋଲି ସୋନପୁରପୁଲିସ୍ ର ଯଥେଷ୍ଟ ଅପବାଦ ରହିଆସିଛି । ଏଣୁ ଯଦି ଏହି ମୃତ କନେଷ୍ଟବଳଙ୍କର ସେପରି କୌଣସି କେଳେଙ୍କାରୀ ରହିଥିବା ସୋନପୁରର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ଉକ୍ତ ହତ୍ୟା ପଛରେ ଚୋରା ରତ୍ନପଥର କାରବାରର ସନ୍ଦେହ କରାଯାଉଛି । କାରଣ ସ୍ବରୂପ କୁହାଯାଉଛି ଯେ , ଉକ୍ତ ମୃତ କନେଷ୍ଟବଳଙ୍କର ଗାଁ'ଟି ହୀରା ବା ଚୋରାରତ୍ନପଥର ବାହାରୁଥିବା ଅଞ୍ଚଳ ଭାବରେ ଜଣାଶୁଣା ।  ଏଥି ସକାଶେ ବଲାଙ୍ଗୀର , ସୋନପୁର , ବୌଦ୍ଧ  ଓ କଣ୍ଟାବାଞ୍ଜି ଆଦି ସ୍ଥାନକୁ ବାହାର ରାଜ୍ୟର ରତ୍ନପଥର ବେପାରୀଙ୍କର ଯାଆଆସ ଲାଗିରହିଥାଏ । କେତେକ ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ଏହି କାରବାରରେ ସକ୍ରିୟ ରହିଆସିଛନ୍ତି । ମୃତ ଶଙ୍କରଙ୍କ ବଡଭାଇ ତାଙ୍କ ଭାଇର ହତ୍ୟାରେ ସ୍ଥାନୀୟ ଲୋକଙ୍କର ସମ୍ପୃକ୍ତି ରହିଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ତେଣୁ ପୁଲିସ୍ ସବୁଦିଗକୁ ଦୃଷ୍ଟିଦେଇ ଏହାର ତଦନ୍ତ କରିବା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   04-May-2026
  ଜିଲ୍ଲା  
ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା   04-May-2026
  ଜିଲ୍ଲା  
*ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   04-May-2026
  ରାଜ୍ୟ  
ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   04-May-2026
  ଜିଲ୍ଲା  
लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   04-May-2026
  ରାଜ୍ୟ  
Summer Camp Inaugurated at Brightmoor International School   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026
  ଜିଲ୍ଲା  
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   04-May-2026
  ଜିଲ୍ଲା  
*ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   04-May-2026
  ଜିଲ୍ଲା  
ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   04-May-2026
  ଜିଲ୍ଲା  
ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ   04-May-2026

You Might Also Like