-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
17-May-2024
ତୁଷୁରା (ପଞ୍ଚାନନ ନାଏକ) ବିବାହର ୫୦ବର୍ଷ ପୂର୍ତ୍ତି ଅବସରରେ ବଲାଙ୍ଗୀର ଜିଲ୍ଲାର କୁରସୁଡ ଗ୍ରାମ ବାରୁମଲ ଜୈନ ଓ ତାଙ୍କ ସ୍ତ୍ରୀ ଅନାରକଲୀ ଜୈନ ଅଭିନବ ଭାବେ ତାଙ୍କ ବାର୍ଷିକ ବିବାହୋତ୍ସବ ପାଳନ କରିଛନ୍ତି। ଜୈନ ସ୍ବେତାମ୍ବର ତେରାପନ୍ଥ ଧର୍ମର ଶ୍ରମଣୀ ନିଦ୍ଦେର୍ଶିକା ଜିନ ପ୍ରଜ୍ଞା ଜୀ ଓ ଶ୍ରମଣୀ କ୍ଷାତି ପ୍ରଜ୍ଞା ଜୀଙ୍କ ଆର୍ଶିବାଦ ନେବା ସହ ଜୈନ ଧର୍ମର ମହାମନ୍ତ୍ର ପଠନ କରିଥିଲେ। ଏହା ସହିତ ସ୍ଥାନୀୟ ଆଶ୍ରମକୁ ଯାଇ ଅନ୍ତେବାସୀଙ୍କୁ ପାଠ୍ଯ ଉପକରଣ ସହ ବିସ୍କୁଟ, ମିଷ୍ଟାନ୍ନ ଖୁଆଇ ବାର୍ଷିକ ବିବାହୋତ୍ସବ ପାଳନ କରିଥିଲେ । ଶ୍ରୀ ଜୈନ କହନ୍ତି ଯେ, ଏତେ ବର୍ଷ ଏକା ସାଙ୍ଗ ରହି ବହୁ ସୁବିଧା ଅସୁବିଧା ଦେଖିଛୁ। ସବୁ ସମୟରେ ମୋ ସ୍ତ୍ରୀ ମୋର ସାଥ ଦେଇଛନ୍ତି। ପୁତ୍ର ମନୋଜ କୁମାର ଜୈନ, ସୁରେଷ କୁମାର ଜୈନ, ପୁତ୍ରବଧୂ ରେଖା ଜୈନ, ପୂଜା ଜୈନ, ନାତି ଦେବ ଜୈନ ନାତୁଣୀ ଡଲି ଜୈନ, ଖୁସବୁ ଜୈନ ଉପସ୍ଥିତ ରହି ଆଶ୍ରମରେ ଦିନତମାମ ସମୟ ଅତିବାହିତ କରିଥିଲେ।