-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
11-May-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ସୋନପୁର ବଡ ଝିଙ୍କି ଗାଁ ର ଆଦର୍ଶ ଚାଷୀ ବିଦ୍ୟାଧର ଷlଣ୍ଢ ଙ୍କ ଫାର୍ମ ହାଉସ ଠାରେ ଅକ୍ଷୀ ମୁଠି ପାରମ୍ପରିକ ପୁଜା ଅର୍ଚ୍ଚନା ପରେ ମୁଠି ଅନୁକୂଳ ହୋଇଥିଲା l ଏଥିରେ ଜିଲ୍ଲା ର ସମସ୍ତ ଚାଷୀ ଙ୍କ ଶୁଭ କାମନା ପୂର୍ବକ ଚଳିତ ବର୍ଷ ସୁନା ର ଫସଲ ରେ ଚାଷୀ ର କ୍ଷେତ ପରିପୂର୍ଣ୍ଣ ହେଉ ବୋଲି ମା ସୁରେଶ୍ଵରୀ ମା ଲକ୍ଷ୍ମୀ ଙ୍କ ପାଖରେ କାମନା କରଯାଇଥିଲା l ଏଥିରେ ସଙ୍ଗଠନ ର ଉପ ସଭାପତି ଧରଣୀ ଧର ପାଢ଼ୀ, ପଦ୍ମ ଲୋଚନ ମିଶ୍ର, ନରେନ୍ଦ୍ର ଆଚାର୍ଯ୍ୟ, ନରୋତ୍ତମ ପଧାନ, ଆଇନ ପରାମର୍ଶ ଦାତା ପ୍ରଦୀପ ପୁରୋହିତ, ପ୍ରଦ୍ୟୁମ୍ନ ପାଢ଼ୀ, ମାଗୁଣି ସାହୁ, ପ୍ରତାପ ଦାଶ, ଗଣେଶ ପାଣିଗ୍ରାହି ପ୍ରମୁଖ ଚାଷୀ ନେତା ତଥା ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l