-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
11-May-2024
ସିନ୍ଧେକେଲା(ଦୀନେଶ ଜୈନ)- ଟିଟିଲାଗଡ ବ୍ଲକର ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମ ଗୁଡ଼ିକରେ ଓଡିଶୀ ସଂଗୀତ ଓ ନୃତ୍ୟ ଶିକ୍ଷା ପାଇଁ ନାମ ଲେଖାଇବା ନିମନ୍ତେ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ
ଗଣପତି ପୋଢ଼ ଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶୀ ସଂଗୀତ ଗୁରୁ ପ୍ରକୃତି ବନ୍ଧୁ ରବୀନ୍ଦ୍ର ସାଏ ଯୋଗଦେଇ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସଙ୍ଗୀତ ଶିକ୍ଷା ନେବା ପାଇଁ ନୃତ୍ୟ ଓ ଅଭିନୟ ମାଧ୍ୟମରେ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଛାତ୍ରୀ କ୍ଷିତିସୂତା ପୋଢ଼ ସଙ୍ଗୀତ ଗାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଚୁମକୀ ପୋଢ଼ , ପ୍ରେରଣା ପୋଢ଼ ଓ ପ୍ରତିମା ପୋଢ଼ ଘର ଘର ବୁଲି ସଙ୍ଗୀତ କଳା ଅଧ୍ୟୟନ ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମୋତିଲାଲ ଯାନୀ ସମେତ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।