-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
11-May-2024
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ମିନି ଟାଉନରେ ବ୍ରାହ୍ମଣ ଯୁବକ ସଂଘ ତରଫରୁ ବହୁ ଧୁମଧାମରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ କରାଯାଇଛି। ଶ୍ରୀଶ୍ରୀ ପାତାଳେଶ୍ବର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ବ୍ରାହ୍ମଣ ଯୁବକ, ଯୁବତୀ, ମହିଳା ଓ ପୁରୁଷ ବାହାରି ସହର ପରିକ୍ରମା କରିଥିଲେ। ଜୟ ପର୍ଶୁରାମର ନାରା ଓ ଘଣ୍ଟ ବାଦ୍ୟର ତାଳେ ତାଳେ ପୁରା ଗାଁ ଭକ୍ତିମୟ ପରିବେଶ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଭଗବାନ ପର୍ଶୁରାମଙ୍କ ବେଶରେ କେଶବ ଦାସ ହାତରେ ଧନୁ ଓ ପର୍ଶୁ ଧରି ସୁସଜ୍ଜିତ ରଥରେ ନିଜ କଳା ପ୍ରଦର୍ଶନ କରିବା ସହ ମନ୍ତ୍ର ଧ୍ବନିରେ ଦେଖଣାହାରିଙ୍କୁ ବିମୋହିତ କରିଥିଲେ। ବ୍ରାହ୍ମଣ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। (ରିପୋର୍ଟ : ଅନୀଲ କୁମାର ତ୍ରିପାଠୀ )