-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
10-May-2024
(ଡୋଲୋଶ୍ଵର ଵାଗ)
ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଓଲିଉଡ ତାରକା ଙ୍କ ନିର୍ବାଚନ ପ୍ରଚାର କରିଛନ୍ତି । ବିଜେଡ଼ି କଳାହାଣ୍ଡି ଲୋକସଭା ଦଳୀୟ ପ୍ରାର୍ଥୀ ଲମ୍ବୋଦର ନିଆଳ, ଏବଂ ଖଡିଆଳ ବିଧାନସଭା ଦଳୀୟ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କ ପ୍ରଚାର ନେଇ ଓଲିଉଡ ତାରକା ମାନେ ଆସି ପ୍ରଚାର ଚଳାଇଛନ୍ତି। ଆଜି ରୋଡ ସୋ ଖଡିଆଳ ଠାରୁ ଆରମ୍ଭ ହୋଇ ବିଭିନ୍ନ ଗ୍ରାମ ବୁଲିବା ପରେ ସିନାପାଲି ଏବଂ ବୋଡ଼େନ ଠାରେ ରୋଡ ସୋ ଅନୁଷ୍ଠିତ ହୋଇଅଛି ।ସବ୍ୟସାଚୀ ମହାପାତ୍ର ଏବଂ ଅର୍ଚ୍ଚିତା ଦୁଇ ଜଣ ବିଶାଲ ମୋଟର ସାଇକେଲ ରାଲି ରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ମାଗିଥିଲେ।