-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ବାୱକର ସ୍ୱପ୍ନିଳ ଶରଦ, ଆଇ.ଆର.ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା:- ଲକ୍ଷାଧିକ ରୁ ଉର୍ଦ୍ଧ ଟଙ୍କାର ଲେଣ ଦେଣଉପରେ ଗୁରୁତ୍ୱାରୋପ :-

10-May-2024



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ )
ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୧୦- ବଲାଙ୍ଗୀର ଲୋକସଭା ସଂସଦ ଏବଂ ୬୪- ବୀରମହାରାଜପୁର ଓ ୬୫- ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିର୍ବାଚନ ଖର୍ଚ୍ଚକୁ ନିରପେକ୍ଷ ଓ ସ୍ୱଚ୍ଛ  ଭାବେ ପରିଚାଳନା କରିବା ଉପରେ ଭାରତ ନିର୍ବାଚନ କମିଶନ ଙ୍କ ଦ୍ୱାରା  ୧୦-ବଲାଙ୍ଗୀର ଲୋକସଭା ସଂସଦୀୟ କ୍ଷେତ୍ର ସହ ଜିଲ୍ଲାର ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ୧୦- ସଂସଦୀୟ କ୍ଷେତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ  ବାୱକର ସ୍ୱପ୍ନିଳ ଶରଦ, ଆଇ.ଆର.ଏସ. ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l  ଖର୍ଚ୍ଚ ପର୍ଯ୍ୟବେକ୍ଷକ ଜିଲ୍ଲା ପାଇଁ ନିୟୋଜିତ ବିଭିନ୍ନ କମିଟିର ନୋଡାଲ ଅଧିକାରୀ ତଥା ସଦସ୍ୟ ସଦସ୍ୟା ଙ୍କ ସହ ଖର୍ଚ୍ଚ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ନିଆ ଯାଇଥିବା  ବିଭିନ୍ନ ପଦକ୍ଷେପ ର ସମୀକ୍ଷା କରିଛନ୍ତି l ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ବୈଠକରେ ସେ ନିର୍ବାଚନ ପରିଚାଳନା ରେ ସମ୍ପୃକ୍ତ ବିଭିନ୍ନ ନୋଡାଲ ଅଧିକାରୀ, ଫ୍ଲାଇଂ ସ୍କ୍ୱାର୍ଡ , ସି-ଭିଜିଲ, ପୋଲିସ , ଅବକାରୀ, ଆୟକର, ବିକ୍ରିକର ଅଧିକାରୀ ସହ ଗଣମାଧ୍ଯମ ନିରୀକ୍ଷଣ କକ୍ଷ ଏବଂ ଏମ୍ ସି ଏମ୍ ସି ସେଲ, ପେଡ୍ ନ୍ୟୁଜ୍ ଇତ୍ୟାଦି ଉପରେ ସମୀକ୍ଷା କରିଥିଲେ l ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡ଼ାକଡ଼ି କରିବା ସହ ନିରପେକ୍ଷ ଭାବରେ ରେ ନିର୍ବାଚନ ପରିଚାଳନା କରିବା ଉପରେ ସେ  ଗୁରୁତ୍ଵାରୋପ କରିଥିଲେ  l ଅବକାରୀ ଅଧିକାରୀ ଙ୍କୁ ମଦ ଗଞ୍ଜେଇ ର ଅବାଧ ବିକ୍ରି ଏବଂ ଚାଲାଣ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ କହିଥିଲେ I ପୋଲିସ ଅବକାରୀ ଏବଂ ଜଙ୍ଗଲ ବିଭାଗ  ମିଳିତ ଚଢାଉ କରାଯାଉ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ  l ନିର୍ବାଚନରେ ନିଶା କାରବାର ଓ ଟଙ୍କାର ବେଆଇନ ବ୍ୟବହାର ରୋକିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେରିକେଡିଂ କରି ମିଳିତ ଯାଞ୍ଚ କରିବାକୁ ନିର୍ଦେଶ ଦେଇ ଥିଲେ I ଜଙ୍ଗଲ ମଧ୍ୟରେ ଯେପରି ଦେଶୀ ମଦ ରନ୍ଧା ନ ହେବ ଏବଂ ଗଞ୍ଜେଇ କାରବାର ନ ହୁଏ ସେଥିପ୍ରତି ଶୂନ୍ୟ ସହନଶୀଳ ହେବା ପାଇଁ  ଜଙ୍ଗଲ ଅଧିକାରୀଙ୍କୁ କହିଥିଲେ। ଜିଲ୍ଲାର ଲୀଡ୍ ବ୍ଯାଙ୍କ ମ୍ୟାନେଜର ଏବଂ ଅନ୍ୟାନ୍ୟ  ବ୍ଯାଙ୍କ ମ୍ୟାନେଜର ମାନଙ୍କୁ ଏକ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ନେଣଦେଣ ଉପରେ  ତୀକ୍ଷ୍ଣ ନଜର ରଖିବା ସହିତ  ପ୍ରାର୍ଥୀ ମାନଙ୍କ ଆକାଉଣ୍ଟ୍ କାରବାର ଉପରେ ଧ୍ୟାନ ଦେବା ପାଇଁ କହିଥିଲେ I ଏହା ସହ ପର୍ଯ୍ୟବେକ୍ଷକ ଏମ ସି ଏମ ସି କକ୍ଷ ପରିଚାଳନା ଅଧିକାରୀ ମାନଙ୍କୁ ପେଡ଼ ନ୍ୟୁଜ୍ , ପୋଷ୍ଟର,  ବେନର ପ୍ରିଣ୍ଟିଂ, ସୋସିଆଲ ମିଡ଼ିଆ ଉପରେ  ନଜର ରଖିବାକୁ କହିଥିଲେ l ନିର୍ବାଚନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରିତା, ସି-ଭିଜିଲ ର ବହୁଳ ପ୍ରଚାର  ପ୍ରସାର ଏବଂ ଉପଯୋଗ ସମ୍ବନ୍ଧରେ ପରିଚାଳନା  ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରି ବୁଝିଥିଲେ I  ସି-ଭିଜିଲ ଅଭିଯୋଗ ର 100 ମିନିଟ୍ ମଧ୍ୟରେ ସମାଧାନ କରିବା ପାଇଁ  କହିଥିଲେ I ଫ୍ଲାଇଙ୍ଗ ସ୍କ୍ୱାର୍ଡ ବାରମ୍ବାର ରେଡ କରିବା ସହିତ କୌଣସି ସନ୍ଦେହ ଜନକ ଗତିବିଧି କୁ ତୁରନ୍ତ ପୋଲିସ, ଅବକାରୀ କିମ୍ବା ପ୍ରଶାସନ ନଜର କୁ ଆଣିବା ପାଇଁ  ଏବଂ ମାଗଣା ଟୋପି, ଛତା,ଜୋତା, ଟି ସାର୍ଟ ବଣ୍ଟନ ସମ୍ପୂର୍ଣ୍ଣ  ବନ୍ଦ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ  I ଜିଲ୍ଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ  ଜିଲ୍ଲାରେ ନିର୍ବାଚନ  ସୁପରିଚାଳନା ନିମନ୍ତେ ନିଆଯାଇଥିବା  ବିଭିନ୍ନ ବ୍ୟବସ୍ଥା ତଥା ପ୍ରସ୍ତୁତି ଉପରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କୁ ଅବଗତ କରାଇଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ,ଜିଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ନିର୍ବାଚନ ଅଧିକାରୀ ଯଶଶ୍ୱିନୀ ପୋଥାଳ,ନିର୍ବାଚନର ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ, ଜିଲା  ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ସମ୍ପୃକ୍ତ ବିଭିନ୍ନ କାର୍ଯ୍ୟକାରିତା ର ତଥ୍ୟ ଉପସ୍ଥାପନ କରିଥିଲେ ।ସଂସଦୀୟ କ୍ଷେତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବାୱକର ସ୍ୱପ୍ନିଳ ଶରଦ ଯେପରି ଶାନ୍ତି ଶୃଙ୍ଖଳାର ସହ ଆସନ୍ତା ନିର୍ବାଚନ ସମାପନ ହେବ ସେଥିପ୍ରତି ସମସ୍ତେ ଯତ୍ନବାନ ହୋଇ କାର୍ଯ୍ୟକରିବାକୁ ପାଇଁ  ଅନୁରୋଧ କରିଛନ୍ତି l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like