-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
09-May-2024
ସମ୍ବଲପୁର(ପ୍ରେରଣା ଖବର ): ସମ୍ବଲପୁର ଷ୍ଟେସନ ପଡ଼ା ସ୍ଥିତ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ ଙ୍କ ଘରକୁ ଯାଇ ପଦ୍ମଶ୍ରୀ ଶ୍ରୀ ହରିପାଳ ଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟସଭା ସାଂସଦ ଶ୍ରୀ ବିଶି l ପଦ୍ମଶ୍ରୀ ଶ୍ରୀ ହରିପାଳ ଙ୍କ ଧର୍ମପତ୍ନୀ ଶ୍ରୀମତୀ ମଲ୍ଲୀ ଙ୍କ ଦେହ ଅସୁସ୍ଥ ଥିବା ଖବର ପାଇବା କ୍ଷଣି ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ପଦ୍ମଶ୍ରୀ ହରିପାଳ ଙ୍କ ବାସ ଗୃହ ପରିଦର୍ଶନ କଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି. "ଭଙ୍ଗା ଘରେ ଫଟା ଜହ୍ନ"ଆହା ମୋର ଧନ, ଛନ ଛନ ହେସି ମନ "ଗୀତ ର ଜ୍ୱଳନ୍ତ ଉଦାହରଣ ହେଉଛି ପଦ୍ମଶ୍ରୀ ଙ୍କ ଘର l ପଦ୍ମଶ୍ରୀ ଙ୍କ ପୁରୁଣା ଭଙ୍ଗା ଘର କୁ ଦେଖି ଏବଂ ଗୀତ ର ମର୍ମ କୁ ହୃଦୟଙ୍ଗମ କରିଥିଲେ ଶ୍ରୀ ବିଶି.୧୫ ଜଣ ସଦସ୍ୟ ବିଶିଷ୍ଟ ବଡ଼ ପରିବାର ଏହି ଘରେ ରହୁଛନ୍ତି l ଦରିଦ୍ରତା ର କସାଘାତ ସ୍ପର୍ଶ କରିପାରି ନାହିଁ l ପଦ୍ମଶ୍ରୀ ନିଜର କଳା ପ୍ରତିଭା କୁ ଜୀବନ୍ତ କରି ରଖିଛନ୍ତି l ତାଙ୍କ ପୁଅ, ଝିଅ,ବୋହୁ ପୁରା ପରିବାର ସଦସ୍ୟ ଗୀତ, ନୃତ୍ୟ,ବାଦ୍ୟ,କଳା ସଂସ୍କୃତି କୁ ସୁରକ୍ଷିତ ରଖିଛନ୍ତି l କଳାକାର ପରିବାର କୁ କୃତଜ୍ଞତା ଜଣାଇଥିଲେ ରାଜ୍ୟସଭା ସାଂସଦ l ସାଂସଦ ଙ୍କ ସହିତ ବିଶିଷ୍ଟ ସମାଜସେବୀ ନିହାଲ ସିଂ, ଆଶିଷ ନନ୍ଦ, ବିକାଶ ତରିଆ ପ୍ରମୁଖ ଉପସ୍ଥିତ ଥିଲେଲ