-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
09-May-2024
ନର୍ଲା (ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ସଦର ବ୍ଲକ କର୍ଲାପଡା ଗ୍ରାମର ଶ୍ରୀ ଗୋବର୍ଧନ ପ୍ରଧାନ ଗତ ୭.୫.୨୪ ମଙ୍ଗଳବାର ରାତି ପାଖାପାଖି ନଅ ଟା ସମୟରେ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥାରେ ବିଶିଷ୍ଟ ଶିକ୍ଷାବିତ୍ତ ତଥା ସମାଜସେଵୀ ଗୋବର୍ଧନ ପଧାନ ଙ୍କ ଦେହାନ୍ତ ଘଟିଛି ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା ସେ ଜଣେ କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠିତ ଗୁଣବାନ ଉଚ କୋଟିର ଶିକ୍ଷକତା ସହ କର୍ଲାପଡା ସ୍ଥିତ ଡିଗ୍ରୀ ମହା ବିଦ୍ୟାଳୟ ରେ ତେର ବର୍ଷ ଧରି ସଭାପତି ରହି ଆସିଥିଲେ ଏବଂ କର୍ଲାପଡା ସରସ୍ବତୀ ଶିଶୁ ମନ୍ଦିର ରେ ମଧ୍ୟ ଅନୁରୂପ ଦାୟିତ୍ୱ ତୁଲାଇ ଆସିଥିଲେ ଏବଂ ମଠା ପ୍ରଧାନ ସମାଜ ର ସଭାପତି ଓ ଜିଲ୍ଲା କୁଲତା ସମାଜ ର ସଭାପତି ମଧ୍ୟ ଥିଲେ ଶ୍ରୀଯୁକ୍ତ ପ୍ରଧାନ ଏକା ଧାରରେ ଜଣେ କର୍ତ୍ତବ୍ୟ ନିଷ୍ଠା ଶିକ୍ଷକ ସମାଜସେଵୀ, ମାର୍ଗଦର୍ଶକ, ମିଷ୍ଟଭାସୀ ଲୋକପ୍ରିୟ ଭାବରେ ପରିଚିତ ଥିଲେ ଶିକ୍ଷକତା ରୁ ଅବସର ନେଇ ସେ ନିଜକୁ ସମାଜସେବା ରେ ନିୟୋଜିତ କରିଥିଲେ ଶ୍ରୀ ପ୍ରଧାନ ଙ୍କ ପାର୍ଥବ ଶରୀର ସମ୍ବଲପୁର ରୁ ନିଜ ଗାଁ ଜନ୍ମମାଟି କର୍ଲାପଡା ଆଣିବା ପରେ ଗାଁ ମଶାଣି ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି ତାଙ୍କର ଏକମାତ୍ର ପୁତ୍ର ବିୟୁମୋ କେଶ ପ୍ରଧାନ ମୁଖାଗ୍ନି ଦେଇଥିବା ବେଳେ ସ୍ବର୍ଗତ ପ୍ରଧାନ ଙ୍କ ତିନିଝିଅ ବିନୋଦିନୀ, ଡ଼ିଲେଶ୍ଵରୀ, ପ୍ରବୀଣା ଙ୍କ ସହ ଜ୍ୱାଇଁ ମୁରଳୀ ଧର, ସୁରେନ୍ଦ୍ର, ଉମାକାନ୍ତ ସହ ନାତୁଣୀ ରିନୁ ଓ ନାତି ଜ୍ୱାଇଁ ସବୀର ପଧାନ ଙ୍କ ସମେତ ଜାତି କୁଟୁମ୍ବ ପରିଜନ ଉପସ୍ଥିତ ଥିଲେ ଶ୍ରୀ ପ୍ରଧାନ ଙ୍କ ଦେହାନ୍ତରେ ସମଗ୍ର ଅଂଚଳରେ ଶୋକର ଶୋକର ଛାୟା ଖେଳି ଯାଇଛି