-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

୫ବର୍ଷର ବିକାଶର ହିସାବ ସହ ସଂକଲ୍ପପତ୍ର ଦେଲେ ଡ.ମୁକେଶ ମହାଲିଙ୍ଗ

03-May-2024



ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲାର ଏକମାତ୍ର ଭାଜପା ବିଧାୟକ ଲୋଇସିଂହା ନିର୍ବାଚନମଣ୍ଡଳିର ଡ.ମୁକେଶ ମହାଲିଙ୍ଗ ଗୁରୁବାର ସଂଧ୍ୟାରେ ଗଣମାଧ୍ୟମ ସମ୍ମୁଖରେ ଗତ ୫ବର୍ଷରେ କରିଥିବା ବିକାଶମୂଳକକାମର ହିସାବ ଓ ଆଗାମୀଦିନର ସଂକଲ୍ପପତ୍ର ଦେଇଛନ୍ତି । ଏହା ସହିତ ବିଧାୟକ ଡ.ମହାଲିଙ୍ଗ ବିରୋଧିଙ୍କୁ କଟାକ୍ଷକରି ଲୋଇସିଂହା ନିର୍ବାଚନମଣ୍ଡଳିରେ ୨୦୦୯ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜେଡି ବିଧାୟକ ତଥା ମନ୍ତ୍ରୀଥାଇ କଣ ସବୁ ବିକାଶ କରାଇଛନ୍ତି ତାହାର ହିସାବ ଦେବାକୁ ଆହ୍ୱାନ କରିଛନ୍ତି । ଲୋଇସିଂହା ମାରୱାଡି ଧର୍ମଶାଳାଠାରେ ଭାଜପା ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ବିଳନୀରେ ବିଧାୟକଡ.ମୁକେଶ ମହାଲିଙ୍ଗ କହିଛନ୍ତି ଯେ,ଗତ ୨୦୧୯ ନିର୍ବାଚନରେ ସେ ଜିଣିବା ପରେ ପରେ ମହାମାରୀ କରୋନା ହୋଇଥିଲା । କରୋନାରେ ଦୁଇବର୍ଷ ଲୋକଙ୍କ ଜୀବନଯାତ୍ରା ବ୍ୟାହତ ହୋଇଥିଲା କିନ୍ତୁ ତଥାପି ଆମେ ବିକାଶକାମକୁ ଆଗେଇ ନେଉଛୁ । ଲୋଇସିଂହା ନିର୍ବାଚନମଣ୍ଡଳିରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନରେ ଉନ୍ନତି ଆସିଛି । ଶିକ୍ଷାର ଉନ୍ନତିପାଇଁ ଆଗଲପୁର ବ୍ଲକର କୁଟାସିଂହା ଓ ସାଲେଭଟା,ପୁଇଁତଳା ବ୍ଲକର ବୁବେଲ ଓ ଲୋଇସିଂହା ବ୍ଲକର ଉପରବାହାଲ ଉଚ୍ଚବିଦ୍ୟାଳୟକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଉନ୍ନିତ କରାଯାଇଛି । ପ୍ରାୟ ହାଇସ୍କୁଲ ଓ କଲେଜର ଭିତ୍ତିଭୂମୀକୁ ବିକାଶ କରାଯାଇପାରିିଛି । ଜଳସେଚନ ହାର ବଢାଇବାକୁ ଲୋୟରସୁକତେଲ ପ୍ରକଲ୍ପକାମକୁ ତ୍ୱରାନ୍ୱିତ କରାଯାଇଛି । ଏହି ପ୍ରକଲ୍ପରୁ କେବଳ ଲୋଇସିଂହା ନିର୍ବାଚନମଣ୍ଡଳିର ୧୬୯୬ ହେକ୍ଟର ଜମିକୁ ଜଳସେଚିତ କରାଯାଇ ପାରିବ । ଲୋଇସିଂହା ନିର୍ବାଚନମଣ୍ଡଳିର କୁଟାସିଂହା ଓ ଛତାମଖନାଠାରେ ଦୁଇଟି ଇନଷ୍ଟ୍ରିମବଡି ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ଏହା ସହିତ ବ୍ୟାପ ପରିମାଣରେ ଉଠାଜଳସେଚନ ପାଇଁ ବ୍ୟବସ୍ଥା କରାଯାଇଛି । ଗାଇଖାଈ ଜଳସେଚନ ପ୍ରକଲ୍ପକୁ ଇକୋଟୁରିଜମରେ ସାମିଲ କରି ବୋଟିଂର ସୁବିଧା କରାଯାଇଛି । କେନ୍ଦ୍ରସରକାରଙ୍କ ଜଳଜୀବନ ମିଶନ ଜରିଆରେ ଗାଁମାନଙ୍କରେ ପାନୀୟଜଳର ବ୍ୟବସ୍ଥା କରାଯାଇଛି । ବିଧାନସଭାରେ ଲୋଇସିଂହା ନିର୍ବାଚନମଣ୍ଡଳି ଓ ରାଜ୍ୟର ସ୍ୱାର୍ଥସମ୍ବଳିତ ୧୨୩ଟି ତାରକାପ୍ରଶ୍ନ ଓ ୯୬୦ଟି ଅଣତାରକା ପ୍ରଶ୍ନ କରାଯାଇଛି । ସମ୍ବଲପୁରୀ/କୋସଲି ଭାଷାକୁ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଦେବାକୁ ବାରମ୍ବାର ଦାବି ଜଣାଇଛି । ସେହିପରି ନିର୍ବାଚନମଣ୍ଡଳିର କୁଟାସିଂହାରୁ ସାଲେଭଟାରୁ ମହଖଣ୍ଟଭାୟା ଆଗଲପୁର ରାସ୍ତାକୁ ଉନ୍ନତିକରଣ କରାଯାଇଛି । ଲୋଇସିଂହାରୁ ଆଗଲପୁର ଭାୟା ଭରସୁଜା ରାସ୍ତା,ବଲାଙ୍ଗୀରତୁ ତଳିଉଡାର/ଉପରବାହାଲ ଓ କରକଚିଆଛକ ପର୍ଯ୍ୟନ୍ତ ଉନ୍ନତିକରଣ କରାଯାଇଛି । ଲୋଇସିଂହାକୁ ଏନଏସି ମାନ୍ୟତା ଦିଆଯାଇଛି ଓ ଏଠାରେ ନୂତନବସଷ୍ଟାଣ୍ଡ,ସିଏଚସି ରୂପାନ୍ତରିକରଣ କରାଯାଇଛି । କୁଟେନପାଲି-ଛେଲବାହାଲ,ଫଟାମୁଣ୍ଡା-କନ୍ଦାଜୁରୀ,ଡୁଡୁକା-ସୁଖା ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଗତ ୫ବର୍ଷରେ ୭ଟି ବ୍ରୀଜ ନିର୍ମାଣ ହୋଇଥିବା ବେଳେ ୯ଟିର କାମ ଚାଲୁରହିଛି । ପ୍ଲାନସ୍କିମରେ ପ୍ରାୟ ୨୫ଟି ରାସ୍ତା ଓ ବ୍ରିଜ ନିର୍ମାଣ କରାଯାଇଛି । ଲୋ-ଭୋଲଟେଜ ସମସ୍ୟାର ସମାଧାନ ପାଇଁ ରାମପୁରରେ ସେଣ୍ଟ୍ରାଲଗ୍ରୀଡ ସ୍ଥାପନ କରାଯାଇଛି ଓ ବିଲେଇସର୍ଡା ଓ କୁଟାସିଂହାରେ ସବଗ୍ରୀଡ ସ୍ଥାପନ କରାଯାଇଛି । ଆଗଲପୁରରେ ଜେଏମଏଫସି କୋର୍ଟ ଓ ସବରେଜିଷ୍ଟ୍ରୀ ଅଫିସ ଖୋଲାଯାଇଛି । ଏହା ସହିତ ଆଦର୍ଶବିଦ୍ୟାଳୟ ଓ କୁସମେଲରେ ଆରଆଇ ଅଫିସ ଖୋଲାଯାଇ ପାରିଛି । କେନ୍ଦ୍ରସରକାର ଓ ରାଜ୍ୟସରକାରଙ୍କ ସମନ୍ୱୟରେ ଲୋଇସିଂହା ନିର୍ବାଚନମଣ୍ଡଳିରେ ୬୪କୋଟି ଟଙ୍କା ବ୍ୟୟରେ ୧୮୮୧ଟି ପ୍ରକଲ୍ପ କାମ ଚାଲୁରହିଥିବା ବିଧାୟକ ଡ.ମହାଲିଙ୍ଗ ହିସାବ ଦେଇଛନ୍ତି । ଏହା ସହିତ ଆଗାମୀ ଦିନରେ ଲୋଇସିଂହା,ଆଗଲପୁର ଓ ପୁଇଁତଳା ବ୍ଲକର ଅନ୍ୟୁନ ୫୦% ଜମିକୁ ପାଣି ଓ ପ୍ରତ୍ୟେକଘରକୁ ଶୁଦ୍ଧପାନୀୟଜଳ ଯୋଗାଇବାକୁ ସଂକଲ୍ପପତ୍ର ଦେଇଛନ୍ତି । ଦାଦନସମସ୍ୟା ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି । ଏହି ସାମ୍ବାଦିକସମ୍ବିଳନୀରେ ବିଧାୟକ ଡ.ମହାଲିଙ୍ଗଙ୍କ ସହ ନିର୍ବାଚନମଣ୍ଡଳିର ସଂଯୋଜକ ଲେକୃ ତ୍ରୀପାଠୀ,ବକଟି ସରପଞ୍ଚ ସୁଲତା ପୁରୋହିତ,ଲୋଇସିଂହା ମଣ୍ଡଳ ସଭାପତି ସରୋଜ ସାହୁ,ଦିତିକୃଷ୍ଣ ସେଲମା ପ୍ରମୁଖ ମଞ୍ଚାସୀନ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like