-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
03-May-2024
ଡୁଙ୍ଗୁରିପାଲି(ତୁଳସୀ ପ୍ରସାଦ ଦାଶ)-ବର୍ତ୍ତମାନ ପାରଦ ବୃଦ୍ଧି ଯୋଗୁଁ ଗରମ ବଢିବାରେ ଲାଗିଛି । ଦିନ ୧୦ଟାରୁ ରାସ୍ତା ଘାଟ ଖାଁ ଖାଁ ହେବା ସହିତ ଲୋକେ ପାଣି ଉପରେ ନିର୍ଭର କରୁଛନ୍ତି । ଗୁରୁବାର ଡୁଙ୍ଗୁରିପାଲିରେ ସାପ୍ତାହିକ ବଳାର ହେଉଥିବାରୁ ଲୋକେ ବଜାରୁ ଆସିଥାନ୍ତି ପାଣି ପାଇଁ ଡହକ ବିକଳ ହେଉଥିବା ବେଳେ ବଜାର ଛକଠାରେ ଆଜି ମାରୱାଡି ଯୁବା ମଞ୍ଚ ପକ୍ଷରୁ ଦହି ପାଣି ବଣ୍ଟନ କରାଯାଇଛି । ଯୁବାମଞ୍ଚର ସଭାପତି ଯୋଗେଶ ଅଗ୍ରୱାଲଙ୍କ ତତ୍ତ୍ୱାବଧାରେ ଉକ୍ତ କାଯ୍ୟକ୍ରମରେ ଡୁଙ୍ଗୁରିପାଲି ବଣିକ ସଂଘ ସଭାପତି ପ୍ରଦୀପ କୁମାର ମିଶ୍ର, ପୂର୍ବ ସଂପାଦକ ଗୋପାଳ ବାରିକ, ସୁବାଷ ପଣ୍ଡା ଯୋଗ ଦେଇ ଉକ୍ତ କାର୍ଯ୍ୟକୁ ମହାନତା ବୋଲି ପ୍ରସଂଶା କରିବା ସହ ଏଭଳି ଜନସେବା ଜାରି ରଖୁବାକୁ ଯୁବାମଞ୍ଚ କହିଥିଲେ । ଜଳଛତ୍ର ଦ୍ୱାରା ଲୋକେ ପାଣି ପାଇ ଉପକୃତ ହେବା ସହ କିଛିମାତ୍ରାରେ ଝାଞ୍ଜିଖରାରୁ ମୁକ୍ତି ପାଇପାରିବେ । କାଯ୍ୟକ୍ରମରେ ସଂପାଦକ ସଙ୍କେତ ମିତ୍ତଲ, କୋଷାଧ୍ୟକ୍ଷ ପିୟୁ ଅଗ୍ରୱାଲ, ରାଜ୍ୟ ଉପସଭାପତି ରାକେଶ ଅଗ୍ରୱାଲ, ଅଜିତ ଅଗ୍ରୱାଲ, ସଭ୍ୟ ପଦ୍ମ, ପ୍ରଦୀପ, ସୁନୀଳ, ଶ୍ରୀୟାଂଶ, ଭବେଶ, ମହେଶ, ରିକି, ସୁନୀଳ ଉଗ୍ରୱାଲ, ଅଜିତ ଅଗ୍ରୱାଲ, ସୁନୀଳ ଗୋୟଲ, ପ୍ରଦୀପ ଅଗ୍ରୱାଲ, ମହେଶ ଅଗ୍ରୱାଲ, ପ୍ରମୁଖ ଉପସ୍ଥିତ ରହି ସହ ଯୋଗ କରିଥିଲେ ।