-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
02-May-2024
ସିନ୍ଧେକେଲା(ଦୀନେଶ ଜୈନ): ବଲାଙ୍ଗିର ଜିଲ୍ଲା ବାଙ୍କେଲ ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମର ଶିକ୍ଷାନୁଷ୍ଠାନ ମାନଙ୍କର ଛାତ୍ରଛାତ୍ରୀ ତଥା ଜନ ସାଧାରଣଙ୍କୁ ଖରାଦିନରେ ଜଙ୍ଗଲରେ କିପରି ନିଆଁ କବଳରୁ ରକ୍ଷା କରାଯାଇପାରିବ ଓ ପରିବେଶ ପରିମଳ ସୁରକ୍ଷା ଉପରେ ସଚେତନ କରି ଆସୁଥିବା ଉକ୍ତ ପଂଚାୟତ ପୋଢ଼ମୁଣ୍ଡି ଗ୍ରାମର ବଲମ ବଗର୍ତ୍ତି ଓ ସସ୍ମିତା ବଗର୍ତ୍ତିଙ୍କ ଝିଅ ଜ୍ୟୋସ୍ନା ବଗର୍ତ୍ତି ଙ୍କୁ ବାଂକେଲ ଗ୍ରାମ ପଞ୍ଚାୟତ ପକ୍ଷରୁ ସମ୍ମାନିତ କରାଯାଇଛି । ସରପଞ୍ଚ ଲଳିତ ଦୋରା ଏକ ମାନପତ୍ର ପ୍ରଦାନ କରି ତାଙ୍କୁ ସମ୍ଭର୍ଦ୍ଧିତ କରିଥିଲେ । ଉକ୍ତ ଝିଅଟି ଓଡିଶୀ ସଂଗୀତ ଗୁରୁ ପ୍ରକୃତି ବନ୍ଧୁ ରବୀନ୍ଦ୍ର ସାଏଙ୍କ ଠାରୁ ଶିକ୍ଷା ଗ୍ରହଣ କରି ଏହି ଅଞ୍ଚଳର ପ୍ରଶଂସାଭାଜନ ହୋଇଥିବାରୁ ଶ୍ରୀ ସାଏଙ୍କ ମଧ୍ୟ ପ୍ରଶଂସା କରାଯାଇଛି । ଏହି ଅବସରରେ ଶ୍ରୀ ସାଏଙ୍କ ସମେତ ପୂର୍ବତନ ସରପଞ୍ଚ ଶ୍ରୀମତୀ ବୁଇ ଦୋରା ଓ ଅନେକ ବୁଦ୍ଧିଜୀବୀ, ଭଦ୍ର ମଣ୍ଡଳୀ ଉପସ୍ଥିତ ଥିଲେ ।