-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
02-May-2024
ଖରିଆର (ରାମନାଥ ପଣ୍ଡା )- ଶ୍ରୀମତୀ ଦୀପ୍ତିମୟୀ ବାରିକ ଆଜି କୃଷି ଜିଲ୍ଲା ଅଧିକାରୀ ଭାବରେ ଖଡ଼ିଆଳ କୃଷି ଜିଲ୍ଲାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୩୦ ଏପ୍ରିଲ ୨୦୨୪ ତାରିଖ ଦିନ ଜିଲ୍ଲା କୃଷି ଅଧିକାରୀରୁ ହିମାଂଶୁ କୁମାର ମହାପାତ୍ର ତାଙ୍କ ଚାକିରୀରୁ ଅବସର ନେବାପରେ ଯୋଗ୍ୟତା ଭିତ୍ତିରେ ଶ୍ରୀମତୀ ବାରିକଙ୍କୁ ଖଡ଼ିଆଳ କୃଷି ଜିଲ୍ଲା ଅଧିକାରୀ ଭାବରେ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ସେ ସିନାପାଲି ଓ ଖଡ଼ିଆଳ ବ୍ଲକ କୃଷି ଅଧିକାରୀ ଦାୟିତ୍ଵ ନିର୍ବାହ କରୁଥିଲେ l ପ୍ରକାଶ ଥାଉକି ଶ୍ରୀମତୀ ବାରିକ ଖଡ଼ିଆଳ ପାଟଣା କ୍ଷତ୍ରିୟସମାଜର ବରିଷ୍ଠ ପରାମର୍ଶଦାତା କେତନ ସିଂ ବାରିକଙ୍କ ଝିଅ ହୋଇଥିବା ବେଳେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପୂର୍ବତନ କୁଳପତି ସ୍ଵର୍ଗତ ଭଗବାନ ପଣ୍ଡାଙ୍କ ବୋହୁ ଅଟନ୍ତି । ଶ୍ରୀମତୀ ବାରିକ ଖଡ଼ିଆଳ ଜିଲ୍ଲା କୃଷି ଅଧିକାରୀ ଭାବେ ଦାୟିତ୍ୱ ନେଇଥିବାରୁ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତି ଶମ୍ଭୁ କିଶୋର ଦଣ୍ଡସେନା ଶୁଭେଚ୍ଛା ଜଣାଇଛନ୍ତି ।