-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ରାଜନୀତି

ବଲାଙ୍ଗିର ରାଜନୀତି : ବିଜେଡି ଟାର୍ଗେଟ ମହିଳା ଭୋଟ, ବିଜେଡି ପାଇଁ ପ୍ରଚାରରେ ସକ୍ରିୟ ମହିଳା ଟିମ୍

30-Apr-2024



ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗୀର ସଦର ବିଧାନସଭା ଆସନରେ ଶାସକ ବିଜେଡିଦଳ ଓ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେଉଛି । ବଲାଙ୍ଗୀରର ପାରଂମ୍ପରିକ ପ୍ରତିଦ୍ୱନ୍ଦି ରାଜପରିବାର ଓ ମିଶ୍ର ପରିବାର ମଧ୍ୟରେ ଚଳିତ ନିର୍ବାଚନ ପୁଣିଥରେ ରୋଚକ ହେଉଛି । ଏହି ଆସନରେ କଂଗ୍ରେସଦଳରୁ ଭେଟେରାନ ଲିଡର ନରସିଂହ ମିଶ୍ର ଦୁଇଥର ନିର୍ବାଚନ ଜିଣିଛନ୍ତି । ଏହା ପୂର୍ବରୁ ୧୯୯୦ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ବିଜେଡିଦଳର ଭେଟେରାନ ଲିଡର ଅନଙ୍ଗଉଦୟ ସିଂଦେଓ ବିଧାୟକ ଥିଲେ । ତେବେ ଗତଦୁଇଥର ପରାଜିତ ହୋଇଥିବା ରାଜପରିବାର ଚଳିତଥର ଅନଙ୍ଗଙ୍କ ବଡପୁଅ ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓଙ୍କୁ ବିଜେଡିରୁ ପ୍ରାର୍ଥି କରାଇଛି । ସେପଟେ କଂଗ୍ରେସରୁ ନରସିଂହ ମିଶ୍ରଙ୍କ ସାନପୁଅ ତଥା ଗତ ୨୦୧୯ରେ ସାଂସଦପ୍ରାର୍ଥି ହୋଇ ହାତିଯାଇଥିବା ସମରେନ୍ଦ୍ର ମିଶ୍ର ପ୍ରାର୍ଥି ହୋଇଛନ୍ତି । ଉଭୟ ଦଳ ଓ ପରିବାର ଭୋଟରଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚଳାଇଛନ୍ତି । ଇତି ମଧ୍ୟରେ କଳିକେଶଙ୍କ ପାଇଁ ତାଙ୍କ ଧର୍ମପତ୍ନୀ ମେଘନା ରାଣା ସିଂଦେଓ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବଲାଙ୍ଗୀର ସହରର ବିଭିନ୍ନ ପଡାମାନଙ୍କୁ ବୁଲି ସ୍ୱାମୀ କଳିକେଶଙ୍କ ପାଇଁ ଭୋଟଭିକ୍ଷା କରୁଛନ୍ତି । ମେଘନା ହେଉଛନ୍ତି ନେପାଳର ରାଜକୁମାରୀ । ସେ କଳିକେଶଙ୍କୁ ବିବାହ କରି ବଲାଙ୍ଗୀର ଚୌହାନ ରାଜବଂଶର ବୋହୁ ହୋଇଛନ୍ତି । ଜଣେ ଉଚ୍ଚଶିକ୍ଷିତା ମହିଳା ହୋଇଥିବା ବେଳେ ତାଙ୍କର ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରୁଛି । ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହ ମିଶି ମହିଳା ଟିମକୁ ନେଇ ଲୋକଙ୍କ ପାଖକୁ ପହଞ୍ଚୁଛନ୍ତି । ରାଜବଧୁଙ୍କୁ ପାଇ ମହିଳାମାନେ ଉତ୍ସାହିତ ହେଉଛନ୍ତି ।  ବଲାଙ୍ଗୀର ବିଜେଡି ଦଳରେ ମହିଳା ଟିମ ଖୁବ ସକ୍ରିୟ ରହିଛନ୍ତି । ପୂର୍ବରୁ ବଲାଙ୍ଗୀର ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ,ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ,ଜିଲ୍ଲା ମହିଳା ବିଜେଡିର ସଭାନେତ୍ରୀ ତଥା ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତି ବାଗ,ପୂର୍ବତନ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା,ଉପାଧ୍ୟକ୍ଷା ଲିପିଶ୍ରୀ ସାଏ,ରାଜ୍ୟସଂପାଦିକା ସାଗରିକା ଗୁରୁ,କାଉନସିଲର ସରିତା ଦାସ ଓ ଅନ୍ୟାନ୍ୟ ମହିଳା କାଉନସିଲର ପ୍ରଚାର ମଇଦାନରେ ରହିଛନ୍ତି । ଘରକୁ ଘର ବୁଲି ନବୀନ ସରକାର ଅମଳରେ ହୋଇଥିବା ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ କହୁଛନ୍ତି । ବଲାଙ୍ଗୀର ନିର୍ବାଚନମଣ୍ଡଳିରେ ହୋଇଥିବା ବିକାଶକାମ ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି । ମୁଖ୍ୟତଃ ମହିଳା ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେଡି ପୁରାଦମରେ ପ୍ରଚାର ଅଭିଯାନକୁ ଯୋରଦାର କରିଛି । ବଲାଙ୍ଗୀର ନିର୍ବାଚନମଣ୍ଡଳିରେ ମୋଟ-୨,୩୮,୮୪୨ ଭୋଟର ରହିଥିବା ବେଳେ ସେଥିରୁ ମହିଳା-୧,୧୭,୮୭୩ ଜଣ ମହିଳା ଭୋଟର ରହିଛନ୍ତି । ସେଥିରୁ ପ୍ରାୟ ୭୫% ଭୋଟ ପଡିଲେ ପ୍ରାୟ ୮୦ହଜାର ଭୋଟ ମହିଳାଙ୍କର ପୋଲିଂ ହେବାକୁ ଯାଉଛି । ସେହି କାରଣରୁ ରାଜନୈତିକଦଳମାନଙ୍କ ପକ୍ଷରୁ ମହିଳା ଭୋଟରଙ୍କୁ ଟାର୍ଗେଟ କରି କାର୍ଯ୍ୟକ୍ରମମାନ କରାଯାଉଛି । ବିଭିନ୍ନ ସମୟରେ ମହିଳା ସମାବେଶ ମଧ୍ୟ କରାଯାଉଛି । ତେବେ ମେଘନାଙ୍କ ଡୋର ଟୁ ଡୋର କ୍ୟାମ୍ପେନ ଲୋକଙ୍କୁ ପ୍ରଭାବିତ କରୁଥିବା ଲକ୍ଷ୍ୟ କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like