-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ରାଜନୀତି

ଜୁନାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ୨୦୨୪ ନିର୍ବାଚନ: ଆସନ ଫେରାଇ ଆଣି ପାରିବ କି ବିଜେପି ?

30-Apr-2024



କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା ) କଳାହାଣ୍ଡି ର ପୁରାତନ ରାଜଧାନୀ ଭାବେ ପରିଚିତ ଜୁନାଗଡ ସହର ସମେତ ସମଗ୍ର ଅଞ୍ଚଳ ରେ ରାଜ ନୈତିକ ସ୍ଥିତିରେ କଳାହାଣ୍ଡି ରାଜ ପରିବାର ଦବଦବା ରହି ଆସିଛି । ପ୍ରଥମ ସାଧାରଣ ନିର୍ବାଚନ ୧୯୫୧ ରେ ଏଠାରୁ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୧୯୬୧ ରେ ଗଣତନ୍ତ୍ର ପରିଷଦ ରୁ ଓ ୧୯୬୭ ରେ ସ୍ବତନ୍ତ୍ରପାର୍ଟି ରୁ ମହେଶ୍ବର ନାୟକ, ସ୍ବତନ୍ତ୍ରପାର୍ଟି ରୁ ୧୯୭୧ ରେ ତ୍ରିନାଥ ସରାଫ ଓ ୧୯୭୪ ରେ ଉଦିତ ପ୍ରତାପ ଦେଓ ନିବାଚିତ ହୋଇଥିଲେ । ଊଭୟ ଗଣତନ୍ତ୍ର ପରିଷଦ ଓ ସ୍ବତନ୍ତ୍ରପାର୍ଟି ରେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ଙ୍କ ଆଧିପତ୍ୟ ରହିଥିବା ବେଳେ କଂଗେସ ପାର୍ଟୀ ରୁ ପ୍ରଥମ କରି ୧୯୭୭ ରେ ଓ ୧୯୮୦ ରେ ମହେଶ୍ବର ବରାଡ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ କେଶରୀ ଦେଓ ଙ୍କ କନିଷ୍ଠ ପୁତ୍ର ବିକ୍ରମ କେଶରୀ ଦେଓ ୧୯୮୫ ରେ ଜନତାଦଳ ରୁ ୧୯୯୦ ଓ ୧୯୯୫ ରେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ନିର୍ବାଚିତ ହୋଇ ଜୁନାଗଡ ଆସନକୁ ପୁନର୍ବାର ରାଜ ପରିବାର କୁ ଫେରାଇ ଆଣିଥିଲେ । ୧୯୯୭ ମସିହାରେ ବିକ୍ରମ କେଶରୀ ଦେଓ ସାଂସଦ ଭାବେ ନିର୍ବାଚିତ ହେବା ପରେ ଉପ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ହିମାଂଶୁ ଶେଖର ମେହେର ନିର୍ବାଚିତ ହେବା ସହିତ ୨୦୦୦ ଓ ୨୦୦୪ ରେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ହିମାଂଶୁ ଶେଖର ମେହେର ନିର୍ବାଚିତ ହୋଇଥିଲେ । ଗତ ୨୦୦୯ ରେ ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ ଜୁନାଗଡ ଆସନ କଂଗ୍ରେସ ହାତକୁ ଚାଲି ଯାଇ ଗୋବର୍ଦ୍ଧନ ଦାସ ନିର୍ବାଚିତ ହୋଇଥିଲେ । ୨୦୧୪ ଓ ୨୦୧୯ ରେ ଶାସକ ବିଜୁ ଜନତା ଦଳ (ବିଜେଡ଼ି) ର ଦିବ୍ୟ ଶଙ୍କର ମିଶ୍ର ନିର୍ବାଚିତ ହୋଇଥିବା ବେଳେ ଚଳିତ ୨୦୨୪ ରେ ପୁନର୍ବାର ଭାଜପା ପୁନଃ ଛଡାଇ ନେବାକୁ ପ୍ରୟାସ କରୁଥିବା ଜଣାପଡିଛି । ପ୍ରମୂଖ ରାଜ ନୈତିକ ଦଳ ମଧ୍ୟରୁ ଭୋଟ ଶତକଡା କୁ ହିସାବ କୁ ନେଲେ ୨୦୦୯ ରେ ୩୪,୩୩୪ (୨୩.୮୩ % ) ଭୋଟ ପାଇ ବିଜେପି ତୃତୀୟ ସ୍ଥାନ ରେ ଥିବା ବେଳେ ୨୦୧୪ ରେ ୪୬,୪୯୮ (୨୮.୧୯ %) ଭୋଟ ପାଇ ଦ୍ବିତୀଯ ସ୍ଥାନରେ ଏବଂ ୨୦୧୯ ରେ ୫୫,୯୩୦ ( ୩୦.୫୯ % ) ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା । ସେହିପରି ୨୦୦୯ ରେ ୩୮.୮୧୨ (୨୬.୯୪ % ) ଭୋଟ ପାଇ ବିଜେଡ଼ି ଦ୍ବିତୀୟ ସ୍ଥାନ ରେ ଥିବା ବେଳେ ୨୦୧୪ ରେ ୫୬,୪୪୩ (୩୪.୨୧ %) ଭୋଟ ପାଇ ୯,୯୪୫ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ୨୦୧୯ ରେ ୮୩,୭୮୯ ( ୪୫.୮୩%) ଭୋଟ ପାଇ ୨୭,୮୫୯ ବ୍ୟବଧାନରେ ବିଜେଡ଼ି ଜିତିଥିବା ସରକାରୀ ସୂତ୍ର ରୁ ପ୍ରକାଶ । ସେହିପରି ୨୦୦୯ ରେ ୪୫,୩୪୯(୩୧.୪୮ % ) ଭୋଟ ପାଇ କଂଗ୍ରେସ ଜିତି ଥିବା ବେଳେ ୨୦୧୪ ରେ ୩୮,୭୧୫ (୨୩.୪୭%) ଭୋଟ ପାଇ ତୃତୀଯ ସ୍ଥାନ ରେ ଏବଂ ୨୦୧୯ ରେ ୩୨,୩୪୩ (୧୭.୬୯%) ଭୋଟ ପାଇ ତୃତୀଯ ସ୍ଥାନରେ ରହିଥିବା ସରକାରୀ ସୂତ୍ର ରୁ ପ୍ରକାଶ । ବର୍ତ୍ତମାନ ୨୦୨୪ ସାଧାରଣ ନିର୍ନଚନ ରେ ଅନେକ ସମୀକରଣ ବଦଳିଥିବା ବେଳେ ରାଜ ନୈତିକ ଦୃଶ୍ୟପଟ ମଧ୍ୟ ବଦଳିବାରେ ଲାଗିଛି ଅ ପୂର୍ବାପେକ୍ଷା ଦ୍ବିତୀଯ ପାଳିରେ ୨୦୧୯ ରେ ବିଜେଡ଼ି ଜିତିବା ପରେ କେବଳ ନିର୍ଦ୍ଧିଷ୍ଠ ହାତ ଗଣତି ବ୍ୟକ୍ତି ବିଶେଷ ଙ୍କ ଫାଇଦା ହୋଇଥିବା ବେଳେ ସାଧାରଣ ଲୋକ ବିଭିନ୍ନ ପ୍ରକାରେ ହଇରାଣ ହରକତ ହୋଇଥିବା ଆଲୋଚନା ହେଉଥିଲା । ଜୁନାଗଡ ର ବିକାଶ କେବଳ ଷ୍ଟାଡିୟମ ଭିତରେ ଅଟକି ଯାଇଥିବା ବେଳେ ସର୍ବନିମ୍ନ ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ର ରେ ବ୍ୟାପକ ଅବହେଳା ହୋଇଥିବା ଚର୍ଚା ହୋଇଆସୁଛି ବାହାର ଅଞ୍ଚଳ ର ଠିକାଦାର ଏବଂ ମଫିଆ ମାନଙ୍କ ଫାଇଦା ହୋଇଥିବା ମଧ୍ୟ ଆଲୋଚନା ହେଉଥିଲା । ଅନ୍ୟ ପକ୍ଷରେ କଂଗ୍ରେସ ପକ୍ଷରୁ ବ୍ୟାପକ ଜଣ ସଚେତନତା କରାଯାଇ ଲୋକଙ୍କ ସର୍ବନିମ୍ନ ଅବଶ୍ୟକତା ପୂରଣ କରିବାକୁ ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଅଜଣା କରୁଥିବା ଜଣାପଡିଛି । ସେହିପରି କେନ୍ଦ୍ର ର ମୋଦୀ ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସବୁର ସଫଳ ରୂପାଯନ କୁ ଆଧାର କରି ବିଜେପି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରୁଥିବା ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like