-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ରାଜନୀତି

କଂଗ୍ରେସ ମହିଳା ସମାବେଶ, ଆମେ ଜିତିଲେ ଭୂମିହୀନ, ଜବରଦଖଲକାରୀଙ୍କ ଜମିପଟ୍ଟା ନିଶ୍ଚିତ କରାଯିବ -ସମରେନ୍ଦ୍ର

29-Apr-2024



ବଲାଙ୍ଗିର(ଚିତ୍ରସେନ ବେହେରା)- ଗତ ୧୦ ବର୍ଷ ରେ ଦୁଇଟି ନିର୍ବାଚନରେ ଆପଣ ଆମ ପ୍ରୀୟ ବିଧାୟକ ନରସିଂହ ମିଶ୍ରଙ୍କୁ ଦେଇଥିବା ଭୋଟର ମୂଲ୍ୟ ଏ ଅଂଚଳର ବିକାଶ ରୂପରେ ଆପଣମାନେ ଫେରି ପାଇଛନ୍ତି । ଶିକ୍ଷା, କ୍ରୀଡା, ରାସ୍ତା, ଜଳସେଚନ ଓ ସ୍ୱାସ୍ଥ୍ୟ ସେବା ଦିଗରେ ସରକାରଙ୍କ ଠାରେ ଲଢେଇ କରି ଅନେକ ପ୍ରକଳ୍ପ ସମ୍ପୁର୍ଣ୍ଣ କରାଯାଇଛି । ତେଣୁ ଆଗାମୀ ୫ ବର୍ଷରେ ଆମର ଲକ୍ଷ୍ୟ ହେଲା ଯେତେ ଜବରଦଖଲକାରୀ, ଭୂମିହୀନ, ଗରିବ ସରକାରୀ ଜାଗାରେ ଘରଖଣ୍ଡିଏ କରି ବସବାସ କରୁଛନ୍ତି ସେ ସମସ୍ତଙ୍କୁ ସେମାନେ ରହୁଥିବା ଜାଗାରେ ହିଁ ଜମିପଟ୍ଟା ପ୍ରଦାନ କରାଯିବ ବୋଲି ଗତ କାଲି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୩,୪,୬,୭ ଓ ୮ ର

ବରପାଲିପଡା ଓ ହାଟପଦାପଡା ଠାରେ କଂଗ୍ରେସ ଦଳ ତରଫରୁ ଆୟୋଜିତ ମହିଳା ସମାବେଶ ରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ମହାରାଣୀ ସାଗର, ଲକ୍ଷ୍ମୀଯୋର ଭଳି ଜଳଚର ଜମିରେ ଲୋକେ ବସତି ସ୍ଥାପନ କରିଛନ୍ତି ଯେହେତୁ ସେ ନିଦ୍ଦିଷ୍ଟ ଜଳଚର ଜମିରେ ଆଉ ପାଣିମାଡୁ ନାହିଁ । ସେହି ଜମିର କିସମ ପରିବର୍ତ୍ତନ କରି ବସବାସ କରୁଥିବା ନାଁ ରେ ପଟ୍ଟା ପ୍ରଦାନ କରାଯାଉ ବୋଲି ବିଭାଗୀୟ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ଉପସ୍ଥିତ ଥିବା ମହିଳାମାନଙ୍କୁ ସମରେନ୍ଦ୍ର କହିଥିଲେ ଜନ ବିରୋଧି ବିଜେଡି ସରକାର ଗରିବ ଜବରଦଖଲକାରୀଙ୍କ ପାଇଁ ୭ ବର୍ଷ ଜେଲର ବ୍ୟବସ୍ଥା ଆଣିଥିଲେ । ଯାହାକୁ କି ତତ୍‌କାଳିନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବିରୋଧ କରିବା ଯୋଗୁଁ ରାଜ୍ୟପାଳଙ୍କ ଅନୁମୋଦନ ନ ପାଇ ବିଲଟି ଆଉ ଆଇନରେ ପରିଣତ ହୋଇପାରିଲା ନାହିଁ । ତେଣୁ ଭୂମିହୀନ ଜବରଦଖଲକାରୀମାନେ ନିଶ୍ଚିତ ହୋଇଯାଆନ୍ତୁ ଆପଣମାନଙ୍କ ସହିତ ନରସିଂହ ମିଶ୍ର ଅଛନ୍ତି । ଆପଣମାନେ ନିଶ୍ଚିତ ଭାବେ ରହୁଥିବା ଜମିର ପଟ୍ଟା ପାଇବେ ବୋଲି ସମରେନ୍ଦ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଓ ଜିଲ୍ଲା ମହିଳା ସଭାନେତ୍ରୀ ମିଳନୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶ ରେ ମାନ୍ୟବର ବିଧାୟକ ନରସିଂହ ମିଶ୍ର କଂଗ୍ରେସ ଦଳର ଉଭୟ ବିଧାନସଭା ଓ ସାଂସଦ ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି

ଅନୁରୋଧ କରିବା ସହିତ କଂଗ୍ରେସ ସରକାର ଗଠନ କଲେ ସମାଜର ପ୍ରତ୍ୟେକ ବର୍ଗ ଯଥା ଯୁବକ, ଛାତ୍ର, ମହିଳା, କୃଷକ, ଶ୍ରମିକ ତଥା ସାଧାରଣ ବର୍ଗ ସମସ୍ତ ଉପକୃତ ହେବେ ବୋଲି କହିଥିଲେ । ଉଭୟ ମହିଳା ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ରଜନି ବନଛୋର, ଅରବିନ୍ଦ ପରୁଆ, ପୂର୍ବତନ କାଉନସିଲର ଉପେନ ଦୀପ, କପିଳେଶ୍ୱର ଖମାରୀ, ଶୁଶାନ୍ତ ଷଡଙ୍ଗି, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରମୁଖ ମଂଚାସିନ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like