-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
22-Apr-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର ଚୁଡାପାଲି ର ବାର୍ଷିକ ଉତ୍ସବ ପରିଚାଳନା ସମିତିର ସଭାପତି ଶ୍ରୀ ରୂପଧର ନାହାକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଆରତୀ ଭୋଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ,ବଲାଙ୍ଗିର ଯୋଗଦାନ କରିଥିଲେ ମୁଖ୍ୟବକ୍ତା ଭାବେ ବ୍ୟଙ୍ଗ କବି ରସରାଜ ଶ୍ରୀ ଅଚ୍ୟୁତ ପୁରୋହିତ ଯୋଗଦାନ କରିଥିଲେ। ସମ୍ପାଦକ ଶ୍ରୀ ସୂର୍ଯ୍ୟମଣି ମେହେର ଅତିଥି ଅଧିକାରୀ ମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶମ୍ଭୁ ପ୍ରସାଦ ମହାକୁର ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରିଥିଲେ ।ପରିଚାଳନା ସମିତିର ଉପ ସଭାପତି ଶ୍ରୀ କ୍ଷେତ୍ରବାସୀ ଭୋଇ, ସହସମ୍ପାଦକ ଶ୍ରୀ ରବିଚନ୍ଦ୍ର ଧାରୁଆ, କୋଷାଧ୍ୟକ୍ଷ ଶ୍ରୀ ଲମ୍ବୋଦର ପଟେଲ, ସଦସ୍ୟା ଶ୍ରୀମତୀ ଦୁଲ୍ଲଣି ମେହେର,ଶ୍ରୀମତୀ ସସ୍ମିତା ରାୟ ଓ ପୂର୍ବତନ ସଭାପତି ଶ୍ରୀ ଲୋକନାଥ କୁମୁରା ଉପସ୍ଥିତ ଥିଲେ ଶିଶୁମନ୍ଦିର ଆଚାର୍ଯ୍ୟ ଶ୍ରୀ ହିମାଂଶୁ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁମନ୍ଦିର ର ଶିଶୁମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଓ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ ଗୁରୁଜୀ ଗୁରୁମା ଓ ସେବୀକା ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।