-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
19-Apr-2024
କଣ୍ଟାମାଳ (ଜୟ କୁମାର ମହାରଣା )
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସ୍ୱରୀ ପଂଚାୟତର ପିପଲ ପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ରାତି ପ୍ରାୟ ୯ଘଣ୍ଟା ସମୟରେ ଦୁର୍ବୁତ୍ତ ମାନେ ସେଠାରେ ଗୁଳିମାଡ଼ କରିଥିଲେ l ଗୁଳିମାଡ଼ ଫଳରେ ବିଶ୍ଵାମିତ୍ର ଜାନିଙ୍କ ଛାତିରେ ଗୁଳି ବାଜି ଗୁରୁତର ଆହତ ହୋଇଥିଲେ l ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା | ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ନିଆଯାଇ ସେଠାରୁ ପୁଣି ଅଧିକ ଚିକିତ୍ସା ରାୟପୁରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଛାତିରେ ତାଙ୍କର ଗୁଳି ବାଜିଥିବାରୁ ଏବେବି ତାଙ୍କର ଅବସ୍ଥା ଗୁରୁତର ରହିଛି l ଉକ୍ତ ଘଟଣାରେ କଣ୍ଟାମାଳ ପୁଲିସ ବନ୍ଧୁକ , ଗୁଳି ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି | ଗିରଫ ଅଭିଯୁକ୍ତ ମାନେ ହେଲେ କଣ୍ଟାମାଳ ଥାନା ସାନ ରୁଣ୍ଡି ମହୁଲ ଗ୍ରାମର ପ୍ରକାଶ ସାମନ୍ତରାୟ ୨୭,ମନମୁଣ୍ଡା ଥାନାଅନ୍ତର୍ଗତ ସାନମନମୁଣ୍ଡା ଗାଁର ବଳବନ୍ତ ନାୟକ ୨୧ ଓ ସୋନପୁର ଜିଲ୍ଲା ତରଭା ଥାନା ଦୁବୁଲା ଦେହୁରୀ ଗୋଠର କନକସିଂ ମାଝୀ ୨୧,ସହ ଘଟଣାରେ ବ୍ୟବହୃତ ବନ୍ଧୁକ ସହ ଏକ ଗୁଳି ମଧ୍ୟ ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି | ଏ ନେଇ କଣ୍ଟାମାଳ ଥାନାରେ ୮୩/୨୪ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଭାବlନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି l