-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
14-Apr-2024
ନୂଆପଡା (ଡୋଲେଶ୍ୱର ବାଗ) ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ବାବେବିର ଗ୍ରାମର ଲମ୍ବୋଦର ଝାକର୍ ଗାଁର ଅଧିଷ୍ଠାତ୍ରୀ ଦେବତା ବୁଡ଼ାରଜା ଙ୍କ ପୂଜାକ ଥିଲେ। ତିନି ପୁଅ ରୁକମନ୍ ଚୀନ୍ଦା (୨୬)ଝୀଅ ଚାନ୍ଦାନୀ ଚୀନ୍ଦା (୧୯)ଜନ୍ମେ ଚୀନ୍ଦା (୧୧) ଜୈବଲି ଚୀନ୍ଦା (୮)ଓ ସ୍ତ୍ରୀ ଟେମରୀ ଚୀନ୍ଦା (୪୦)ଙ୍କୁ ନେଇ ତାଙ୍କ ସଂସାର ।ଗତ ବର୍ଷ ଫେବ୍ରୁୟାରି ମାସ ରେ ଭୁଜମତି ଚୀନ୍ଦା (୨୪) ଙ୍କୁ ରୁକମନ ଚୀନ୍ଦା ବିବାହ କରି ଥିଲେ ।ଲମ୍ବୋଦର ଚୀନ୍ଦା ଗତ ଦଶହରା ସମୟରେ ହଠାତ ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ ।ତାଙ୍କ ମୃତ୍ୟୁର ୬ ମାସ ନପୁରୁଣୁ ବଡ ପୁଅଙ୍କ ମୃତ୍ୟୁପରେ ବର୍ତ୍ତମାନ ପରିବାର ମୁରବିଶୁନ୍ୟ ହୋଇ ଯାଇଛି ।ଏବେ ପରିବାର ଚଳାଇଵା ଚିନ୍ତା ରେ ମା ଟେମରୀ ଚୀନ୍ଦା ଭାଙ୍ଗି ପଡିଛନ୍ତି।ଏହା ପରିବାର ଅତ୍ଯନ୍ତ ଗରିବ ଲୋକ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।