-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
07-Apr-2024
ବଲାଙ୍ଗିର(ପ୍ରେରଣା ଖବର ): ଆସନ୍ତା ମଇ ଏଗାର ତାରିଖ ମାସର ଦ୍ଵିତୀୟ ଶନିବାର ଦିନ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ବଲାଙ୍ଗିର , ଟିଟିଲାଗଡ , ପାଟଣାଗଡ , କଣ୍ଟାବାଞ୍ଜି , ଲୋଇସିଙ୍ଘା, ସଇଁତଳା, ମୁରିବାହଲ ଏବଂ ବଙ୍ଗୋମୁଣ୍ଡା ଅଦାଲତ ପରିସରରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ପ୍ରକାର ବିଚାରଧିନ, ମକୋଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ) , ଚେକ ବାଉନ୍ସ, ବ୍ୟାଙ୍କଋଣ, ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ , ଶ୍ରମ ଓ ନିଯୁକ୍ତି ବିବାଦ , ବିଦ୍ୟୁତ , ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ , ବୈବାହିକ ଜନିତ ବିବାଦ, ଜମି ଅଧିଗ୍ରହଣ, ଚାକିରି ଓ ଅନ୍ୟାନ୍ୟ ଦେୱାନି ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତି ରେ ସମାଧାନ କରାଯାଇପାରିବ । ଏହାସହ ପ୍ରାକ ମୋକଦ୍ଦମା ସ୍ତରୀୟ ମାମଲା ର ସମାଧାନ ମଧ୍ୟ ଏହି ଅଦାଲତ ରେ ହେବ । ଲୋକ ଅଦାଲତରେ ମଧ୍ୟ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡେ ନାହି । ଏହି ଅଦାଲତ ର ରାୟ ବୈଧ ଏବଂ ଚୁଡାନ୍ତ ଅଟେ । ଦୀର୍ଘଦିନ ଧରି ଚାଲୁଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍କ ଓ ସମୟ ଅପଚୟ ଋ ମୁକ୍ତି ପାଇବାକୁ ଏହା ଏକ ସୁଯୋଗ । ଏହି ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଏବଂ ତାଲୁକ ଆଇନ ସେବା କମିଟି ଟିଟିଲାଗଡ , ପାଟଣାଗଡ , କଣ୍ଟାବାଞ୍ଜି , ଲୋଇସିଙ୍ଘା, ସଇଁତଳା, ମୁରିବାହଲ ଏବଂ ବଙ୍ଗୋମୁଣ୍ଡା ସହିତ ଯୋଗାଯୋଗ କରିବାକୁ ସୂଚନା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆ ଯାଇଛି ।